ରାୟଗଡାରେ ପୁଣି ଦିନକରେ ୭୫ ଆକ୍ରାନ୍ତ

ରାୟଗଡା: ଆଜି ଦିନକରେ ଜିଲ୍ଲାରୁ ୭୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୪୨ ପୁରୁଷ ଏବଂ ୩୩ ଜଣ ମହିଳା ଅଛନ୍ତି । ୪୮ ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଗୃହ ସଙ୍ଗରୋଧରୁ ୫୦ ଜଣ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୪୦ ଜଣ ଚିହ୍ନଟ ହୋଇଛନ୍ତି । ଝାଡଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶ ରୁ ଫେରିଥିବା ୨ ଜଣ ବ୍ୟକ୍ତିଙ୍କ ଦେହରେ କରୋନା ଭୂତାଣୁ ଥିବା ଚିହ୍ନଟ ହୋଇଛି । ଏଥି ସହ ୪ ଜଣ କରୋନା ଯୋଦ୍ଧା କରୋନା ସଂକ୍ରମଣର ଶୀକାର ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ରାୟଗଡା ପୌରାଚଂଳରୁ ୨୩, ଚନ୍ଦ୍ରପୁରରୁ ୯, ରାୟଗଡା ଗ୍ରାମାମଚଂଳରୁ ୮, କାଶିପୁର ୭, କଲ୍ୟାଣସିଂହପୁର ୬, ବିଷମକଟକ ୪, ଗୁଣପୁର ଗ୍ରାମାଚଂଳ ଏବଂ ମୁନିଗୁଡାରୁ ୩, ଗୁଣପୁର ପୌରାଚଂଳରୁ ୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯୮୮ ରେ ପହଂଚିଥିବା ଥିବା ବେଳେ ୫୧୩୫ ଜଣ ସୁସ୍ଥ ହୋଇଛନ୍ତି । ୮୨୧ ଜଣ ଘରୋଇ ସଙ୍ଗରୋଧ ଏବଂ କୋଭିଡ ସେଂଟରରେ ଟିକିତ୍ସିତ ଅଛନ୍ତି । ୬୩୩ ଜଣ କୋରନା ଯୋଦ୍ଧା ସଂକ୍ରମଣ ଶୀକାର ହୋଇଥିବା ବେଳେ ୫୦୩ ସୁସ୍ଥ ହୋଇଛନ୍ତି ଏବଂ ୧୩୦ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । କରୋନା ସଂକ୍ରମଣର ଶୀକାର ହୋଇ ଜିଲ୍ଲାରୁ ୩୨ ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲାବାସୀଙ୍କୁ ସତର୍କ ଏବଂ ସଜାଗ ରହିବା ପାଇଁ ଅନୁରୋଧ କରିବା ସହ ସତର୍କ ଏବଂ ସଚେତନା ରହିଲେ ନିଜେ ନିଜକୁ ରକ୍ଷା କରିପାରିବା ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି ଜିଲ୍ଲାପାଳ ।

Comments (0)
Add Comment