ରାୟଗଡାରେ ୫ଟି ନୁଆ ପଜିଟିଭ କେସ, ୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା ।

ରାୟଗଡା- ମହାମାରୀ କରୋନା ସଂକ୍ରମଣରେ ରାୟଗଡା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପହଞ୍ଚିଥିବାବେଳେ ୭ ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ବାକି ୧୦ ଜଣଙ୍କ ମଧ୍ୟରୁ ୫ ଜଣ କେରାପୁଟ ଜିଲ୍ଲାର ଜୟପୁର କୋଭିଡ ହସ୍ପିଟାଲରେ ଏବଂ ନୁଆ ଭାବେ ଚିହ୍ନଟ ହୋଇଥିବା ୫ଜଣ ରାୟଗଡ ଜିଲ୍ଲା ଜେକେ ପୁର ସ୍ଥିତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇ ଚିକିତ୍ସିତ ହେଉଥିବା ନେଇ ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ସମସ୍ତ ପଜିଟିଭ କେସ ଗୁଣୁପୁର ଉପଖଣ୍ଡର ବୋଲି ଜଣା ପଡିଛି । ଏଥିରେ ୪ ଜଣ ମହିଳା ଥିବାବେଳେ ୧ ଜଣ ପୁରୁଷ ଅଛନ୍ତି । ସେହିପରି ୪ ଜଣ କ୍ୱାରେନଟାଇନରେ ଥିବାବେଳେ ଜଣେ ହୋମକ୍ୱାରେନଟାଇନ ରହିଥିଲେ । ତେବେ ଏମାନଙ୍କ ମଧ୍ୟରେ ଥଣ୍ଡା କାଶ ଲକ୍ଷଣ ଦେଖାଦେବାରୁ ସମସ୍ତଙ୍କର ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ ବାହାରିଛି । ବୋଲି ଜିଳ୍ଲାପାଳ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ଏବଂ ସଂକ୍ରମିତମାନଙ୍କୁ ରାୟଗଡା ଜିଲ୍ଲା ଜେକେପୁର ସ୍ଥିତ କୋଭିଡ ହେଲଥ ସେଂଟରକୁ ପଠାଯାଇଥିବା କହିଛନ୍ତି । ଏହା ପରେ ସେହି ଅଞ୍ଚଳକୁ କଂଟେନମେଂଟ ଜୋନ୍ ଘୋଷଣା କରି ସେହି ଅଞ୍ଚଳର ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ପାଇଁ ୪ ଜଣ ନୋଡାଲ ଅଫିସରଙ୍କ ଦାୟୀତ୍ୱ ଦିଆଯାଇଛି । ବର୍ତମାନ ସୁଦ୍ଧା ଜିଲ୍ଲାରୁ ସମୁଦାୟ ୨୫୭୦ ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିରୁ ୨୫୫୩ ଜଣଙ୍କ ରିପୋର୍ଟ ନେଗେଟିଭ ଓ ୧୭ ଜଣଙ୍କ ବଜିଟିଭ ଆସିଥିବା ଜିଲ୍ଲାପାଳ ମୂଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆର୍ତବନ୍ଧୁ ନାୟକ ସୁଚନା ଦେଇଛନ୍ତି ।

Comments (0)
Add Comment