ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜିଲ୍ଲା ସ୍ତରୀୟ ୱାକାଥନ ଏବଂ ସଚେତନତା ଶିବିର ଅନୁଷ୍ଠିତ

ମାଲକାନଗିରି : ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଶାଖା ତରଫରୁ ମାଲକାନଗିରି ଷ୍ଟେଟ ବ୍ୟାଙ୍କ ସହାୟତାରେ ଏକ ୱାକାଥନ କାର୍ଯ୍ୟକ୍ରମ ଆଜି ମାଲକାନଗିରି ସଦରମହକୁମା ଡିଏନକେ ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏବଂ ଶଶାଙ୍କ ମହାନ୍ତି ଉପ ମହାପ୍ରବନ୍ଧକ ସବୁଜ ପତାକା ଦେଖାଇ ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ଉଦଘାଟନ କରିଥିଲେ l ଏହି ସଚେତନ ସଭାରେ ତିନିଶହରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ, ସ୍ବେଛାସେବୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଯୁବ ଗୋଷ୍ଠୀ, ବ୍ୟାଙ୍କ କର୍ମଚାରୀ, ବୁଦ୍ଧିଜୀବୀ ଏବଂ ସାମ୍ବାଦିକ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନଲାଇନ ଠକେଇ, ଅନଲାଇନ ବ୍ୟାଙ୍କିଙ୍ଗ ଏବଂ ବିତ୍ତୀୟ ସ୍ଵାକ୍ଷରତା ଉପରେ ଉତ୍କଳ କୁମାର ସାହୁ, ଅଗ୍ରଣୀ ଜିଲ୍ଲା ଅଧିକାରୀ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆଲୋକପାତ କରିଥିଲେ। ମୁଖ୍ୟ ଆଞ୍ଚଳିକ ପ୍ରବନ୍ଧକ ଚିନା ବାବୁଲା ବେହେରା, ବାଲାଜୀ ପଟ୍ଟନାୟକ ଋଣ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସହିତ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଡ଼. ରଞ୍ଜନ କୁମାର ସ୍ବାଇଁ ପରିଚାଳକ ଏସ. ବି.ଆଇ ମାଲକାନଗିରି ଦେବଦତ୍ତ ସେଠୀ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ରିଜର୍ଭ ବ୍ୟାଙ୍କର ଭୂମିକା ଏବଂ ବ୍ୟାଙ୍କ ତରଫରୁ ବିଭିନ୍ନ ସୁବିଧା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ l ଏହି ସଭାରେ ବିଭିନ୍ନ ବ୍ୟାଙ୍କ ଯେପରି ଇଉକୋ, ଆକ୍ସିସ, ଆଇସିଆଇସିଆଇ,ଇଉନିୟନ, ପଞ୍ଜାବ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ରହିଥିଲେ। 

Comments (0)
Add Comment