ରୁଙ୍ଗଟା କମ୍ପାନୀ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଯୋଡ଼ା : ଯୋଡ଼ା ଖଣି ମଣ୍ଡଳ ଅଧୀନ ମେସର୍ସ ରୁଙ୍ଗଟା ମାଇନ୍ସ ଲିମିଟେଡର କାରାକୋଲ୍ହ ପ୍ଳାଣ୍ଟ ତରଫରୁ କରକୋଲ୍ହା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଯାଇଛି। ମୁଖ୍ୟଅତିଥି ଭାବେ ଶ୍ରୀମତୀ ବବିରାଣୀ ମହାନ୍ତ ଓ ସମ୍ମାନୀତ ଅତିଥି ଭାବେ ଲକ୍ଷ୍ମଣ ମହାନ୍ତ  ଯୋଗଦେଇ ସ୍ଵାସ୍ଥ୍ୟ ଶିବିରର ଶୁଭାରମ୍ଭ କରିଥିଲେ। ରୁଙ୍ଗଟା ମାଇନ୍ସର ତିନିଜଣ ବିଶେଷଜ୍ଞ ଡାକ୍ତର ରୋହନ ହେମ୍ବ୍ରମ, ଅଜୟ ବରାଳ, ଶାଲିନୀ ଶର୍ମା ରୋଗୀଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ। ରୋଗୀଙ୍କୁ ମାଗଣା ଚିକିତ୍ସା ସହ,ରକ୍ତ ପରୀକ୍ଷା ଏବଂ ଔଷଧ ମଧ୍ଯ ବିତରଣ କରଯଇଥିଲା। ଏହି ଶିବିରରେ ବହୁ ସଂଖ୍ୟାର ସ୍ଥାନୀୟ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ବିଭିନ୍ନ ବିଭାଗର ଡାକ୍ତରୀ ଚିକିତ୍ସାର ସୁବିଧା ଯୋଗାଇଥିଲେ। ଗୋଟେ ପଟେ ସ୍ୱାସ୍ଥ୍ୟ ପାଇଁ ଲୋକେ ସଜାଗ ହେଉଥିବା ବେଳେ କମ୍ପାନୀ ପକ୍ଷରୁ ଏଭଳି ମାଗଣା ସ୍ୱାସ୍ଥ୍ୟ ସେବା ଶିବିରକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଥିଲା। ରୁଙ୍ଗଟା ମାଇନ୍ସ କାରାକୋଲ୍ହାର ମହାପ୍ରବନ୍ଧକ ଚରଣ କୁମାର ଜେନା,ମାନବ ସମ୍ବଳ ମହାପ୍ରବନ୍ଧକ ଆନନ୍ଦ ଚରଣ ସାହୁ, ମହାପ୍ରବନ୍ଧକ  ବିଶ୍ଵରଞ୍ଜନ ପାଢୀ ଏବଂ ସରୋଜ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏହି ସ୍ୱାସ୍ଥ୍ୟ  ଶିବିର ଆୟୋଜନ କରାଯାଇଥିଲା।

Comments (0)
Add Comment