ରୁଙ୍ଗଟା କମ୍ପାନୀ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ଯୋଡ଼ା : କୋଇଡା ବ୍ଲକ ଅନ୍ତର୍ଗତ ରୁଙ୍ଗଟା କମ୍ପାନୀର ସାନିନ୍ଦପୁର ଲୌହ ଏବଂ ବକ୍ସାଇଟ ଖଣି ତରଫରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୋଇଡା ବ୍ଲକ ଅନ୍ତର୍ଗତ ସାନିନ୍ଦପୁରର କୁମ୍ଭ ହାଟିଙ୍ଗ ଏବଂ କଂଟ୍ରାକଟର କଲୋନୀରେ ରକ୍ତହୀନତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ରୁଙ୍ଗଟା କମ୍ପାନୀର ଡାକ୍ତର ତୁହିନା କନୱାର ରକ୍ତ ହୀନତା ରୋଗର ଲକ୍ଷଣ ଓ ତାର ନିରାକରଣ ଉପରେ ଲୋକମାନଙ୍କୁ ବୁଝାଇଥିଲେ l ଏହି ରୋଗ ହେଲେ ଗୋଡ ହାତ ଝିମ ଝିମ ହେବା, ତଳି ପାଦ ଛୁଞ୍ଚି ଫୋଡିଲା ପରି ଲାଗିବା, ଆଖିକୁ ଝାପ୍ସା ଦେଖାହେବା, ମୁଣ୍ଡ ବୁଲାଇବା ଇତ୍ୟାଦି ତାଙ୍କ ବକ୍ତବ୍ୟରେ କହିଥିଲେ l ଏହି ଲକ୍ଷଣ ଦେଖାଦେଲେ ତୁରନ୍ତ ନିକଟସ୍ଥ ଡାକ୍ତଖାନା ଯାଇ ରକ୍ତ ପରୀକ୍ଷା କରିବା ସହ ଔଷଧ ସେବନ କରିବାକୁ ଉପଦେଶ ଦେଇଥିଲେ l ଏହି ସଚେତତା କାର୍ଯ୍ୟକ୍ରମରେ ସାନିନ୍ଦପୁର, ପୁରେହିବାହାଲ ଗାଁ  ଲୋକମାନେ ଯୋଗ ଦେଇଥିଲେ l ଉକ୍ତ ଗାଁର ଲୋକମାନଙ୍କୁ ସ୍ୱଛତା କିଟ ପ୍ରଦାନ କରଯାଇଥିଲା l ସାନିନ୍ଦପୁର ଖଣି ପରିଚାଳକ ତଥା ଏଭିପି (ମାଇନିଙ୍ଗ) ଅନିଲ କୁମାର ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ସ୍ୱଛତା କିଟ କରାଯାଇଥିଲା l  ଏହି କାର୍ଯ୍ୟକ୍ରମ ରେ କମ୍ପାନୀର ଅତିରିକ୍ତ ଡିଜିଏମ(କାର୍ମିକ )ବିଷ୍ଣୁ ପଦ ଷଡ଼ଙ୍ଗୀ, ଡ଼ିଜିଏମ ସଞ୍ଜୟ କୁମାର ଆଚାର୍ଯ୍ୟ, ସିନିଅର ମ୍ୟାନେଜେର ସନ୍ତୋଷ ନାୟକ (ସିଏସଆର ମ୍ୟାନେଜେର ),ଉଜ୍ବଳ କୁମାର ମଲ୍ଲିକ, ଫାର୍ମାସିଷ୍ଟ ସୁପ୍ରଭା ମହାନ୍ତ, ସାନିନ୍ଦପୁର ଗାଁର ସରସ୍ବତୀ ନାଏକ ,ଚରଣ ମାହାକୁଡ଼  ପ୍ରମୁଖ ଉପସ୍ଥିତ ଥିଲେ I ରୁଙ୍ଗଟାର ଏହି ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା l ରୁଙ୍ଗଟାର ଏହିପରି ସିଏସଆର କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି କମ୍ପାନୀର ଯୁଗ୍ମ ପ୍ରେସିଡେଣ୍ଟ ( ମାନବ ସମ୍ବଳ ଏବଂ ଆଡମିନ ) ରାମୁ ଅଗ୍ରୱାଲ ତାଙ୍କ ବକ୍ତବ୍ୟରେ କହିଛନ୍ତି l

Comments (0)
Add Comment