ରୋଗୀ ମୃତ୍ୟୁକୁ ଲୁଚାଇଲେ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶୀତଳାପଲ୍ଲୀସ୍ଥିତ ଟାଟ କୋଭିଡ ହସ୍ପିଟାଲରେ ୪ ଦିନ ପୂର୍ବରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇ ସାରିଛି । ଅଥଚ ପରିବାରବର୍ଗଙ୍କୁ କୁହାଯାଉଛି ଯେ ରୋଗୀ ଜଣକ ଆଇସିୟୁରେ ଅଛନ୍ତି, ତାଙ୍କୁ କୁହାଯାଉଛି ଯେ ରୋଗୀ ଜଣକ ଆଇସିୟୁରେ ଅଛନ୍ତି, ତାଙ୍କୁ ଅକ୍ସିଜେନ୍ ଦିଆଯାଇଛି । ପରେ ହସ୍ପିଟାଲରୁ ରୋଗୀଙ୍କ ପରିବାରବର୍ଗଙ୍କୁ ଖବର ଯାଉଛି, ୨୪ ତାରିଖରୁ ରୋଗୀଙ୍କ ମୃତ୍ୟୁ ଘଟି ସାରିଲାଣି । ହସ୍ପିଟାଲକୁ ଆସି ଶବ ଚିହ୍ନଟ କରନ୍ତୁ । ଏଭଳି ଫୋନ୍ ପାଇବା ପରେ ମୃତ ରୋଗୀ ବସନ୍ତ କୁମାର ସାହୁ (୪୮)ଙ୍କ ପରିବାରବର୍ଗ ସ୍ତବ୍ଧ । ଏହି ଘଟଣା ପଦାକୁ ଆସିବା ପରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି । ବଡ଼ବଜାର ଥାନା ଅନ୍ତର୍ଗତ ଗଣପତିନଗର ଦ୍ୱିତୀୟ ଲାଇନ୍ ନିବାସୀ ବସନ୍ତଙ୍କୁ ଗତ ୧୯ ତାରିଖରେ ଟାଟା କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା । ୨୪ ତାରିଖ ପର୍ଯ୍ୟନ୍ତ ସେ ପରିବାରବର୍ଗଙ୍କ ସହିତ ଫୋନ୍ରେ କଥାବାର୍ତା ହେଉଥିଲେ । କିନ୍ତୁ ୨୪ ତାରିଖ ପରଠାରୁ ତାଙ୍କର ଫୋନ୍ ଲାଗି ନ ଥିଲା । ଫଳରେ ପରିବାର ଲୋକେ ହସ୍ପିଟାଲର ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରିଥିଲେ । ରୋଗୀ ଜଣକ ଗୁରୁତର ଅଛନ୍ତି, ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଛି, ଅକ୍ସିଜେନ୍ ଚାଲିଛି ବୋଲି ହସ୍ପିଟାଲର କର୍ମଚାରୀ ପରିବାର ଲୋକଙ୍କୁ କହିଥିଲେ । ୨୭ ତାରିଖ ପର୍ଯ୍ୟନ୍ତ ପରିବାର ଲୋକ ଫୋନ୍ କରି ବସନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝୁଥିଲେ । କିନ୍ତୁ ଗତକାଲି ହଠାତ୍ ହସ୍ପପିଟାଲରୁ ଫୋନ୍ ଆସିଲା ଯେ ଗତ ୨୪ ତାରିଖରୁ ବସନ୍ତଙ୍କ ମୃତୁ୍ୟ ହୋଇ ସାରିଛି । ପରିବାରବର୍ଗ ସହଜରେ ଏହାକୁ ଗ୍ରହଣ କରି ପାରି ନଥିଲେ । ତେଣୁ ଗତକାଲି ରାତିରେ ବଡ଼ବଜାର ଥାନା ଓ ପରେ ଗୋପାଳପୁର ଥାନାକୁ ଯାଇ ସମ୍ପର୍କୀୟମାନେ ଏତଲା ଦେଇଛନ୍ତି । ଶୀତଳାପଲ୍ଲୀରେ ବସନ୍ତଙ୍କ ଶବ ଦାହ କରାଯାଇଥିବା ସର୍ମ୍ପର୍କୀୟ ଜଗନ୍ନାଥ ସାହୁ କହିଛନ୍ତି ।

Comments (0)
Add Comment