ଭୁବନେଶ୍ୱର: ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲା ସମେତ ରାଉରକେଲା ମହାନଗର ନିଗମରେ ଲକ୍ଡାଉନ୍ ଜାରି ରହିଛି । ତେରୁ ଏହି ଅଂଚଳରେ ଯୁକ୍ତ ୨ ଉତର ଖାତା ମୂଲ୍ୟାୟନ ହେବ କି ନାହିଁ ତାହାକୁ ନେଇ ଅଧ୍ୟାପକ ଅଧ୍ୟାପିକା ଦ୍ୱନ୍ଦରେ ଅଛନ୍ତି । ଯେହେତୁ ଲକ୍ଡାଉନ୍ ହୋଇଛି । ତେଣୁ କେତେକ କେନ୍ଦ୍ରକୁ ଅଳ୍ପ ସଂଖ୍ୟକ ଅଧ୍ୟାପକ ଆସୁଥିବାରୁ ମୂଲ୍ୟାୟନ ପ୍ରଭାବିତ ହୋଇଛି । ତାହାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଠାରୁ ଅନୁମତି ଲୋଡ଼ା ଯାଇଥିଲା । ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ବିଭାଗୀୟ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଚିଠି ଲେଖି ସିଏଚ୍ଏସ୍ଇ ଅଧ୍ୟକ୍ଷଙ୍କୁ କହିଛନ୍ତି ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟରେ ପରୀକ୍ଷା ଫଳ ପ୍ରକାଶ କରାଯିବ । ତେଣୁ ଳକ୍ଡାଉନ୍ ସମୟରେ ଖାତା ମୂଲ୍ୟାୟନ ଚାଲିବ ।ସୂଚନା ଯୋଗ୍ୟ ଯେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସ୍ୱତନ୍ତ୍ର ରିଳିଫ୍ କମିସନଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ ଗାଇଡଲାଇନ୍କୁ ଆଧାର କରି ଉକ୍ତ ୪ଟି ଜିଲ୍ଳା ଓ ରାଉରକେଲା ମହାନଗର ନିଗମରେ ମୋଟ ୩୫ଟି ମୂଲ୍ୟାୟନ କେନ୍ଦ୍ର ରହିଛି ।