ଲଦାଖରେ ସହୀଦ ଜବାନଙ୍କୁ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ: ପୂର୍ବ ଲାଦାଖର ଗଲୱାନ୍ ଉପତ୍ୟକାରେ ଭାରତ-ଚୀନ୍ ସୀମାନ୍ତରେ ଚୀନ୍ ସେନାର ବର୍ବରୋଚିତ ଆକ୍ରମଣରେ ସୀମାନ୍ତକୁ ରକ୍ଷା କରିବା ଉଦ୍ଦେଶ୍ୟରେ ୨୦ଜଣ ଭାରତୀୟ ସେନା ସହୀଦ୍ ହୋଇଛନ୍ତି । ଦେଶରକ୍ଷାରେ ସହୀଦ୍ ବୀର ଜବାଙ୍କୁ ସମ୍ମାନ ଜଣାଇ ଢେଙ୍କାନାଳ ବୁଦ୍ଧିଜୀବୀ ସଂଗଠନର ସଦସ୍ୟ ଡାକ୍ତର ତୁସାରକାନ୍ତି ନାୟକ, ରୁଦ୍ର ପ୍ରକାଶ ଶରଣ, ଶେକ୍ ନଇମ୍, ସରୋଜ ଶତପଥୀ ଏବଂ ଦୟାନିଧି ବେହେରା ବସ୍ଷ୍ଟାଣ୍ଡ ନିକଟସ୍ଥ ସହୀଦ୍ ମୀନାର୍ରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଅମର ଆତ୍ମାର ଶାନ୍ତି ନିମିତ ୨ ମିନିଟ୍ ନୀରବ ପ୍ରାର୍ଥନା କରିବା ସହିତ ନ୍ତସହୀଦ୍ ଜବାନ ଅମର ରହେ’ ବୋଲି ସ୍ଲୋଗାନ୍ ଦେଇଥିଲେ । ଚୀନ୍ ସେନାର ବର୍ବରୋଚିତ ଆକ୍ରମଣକୁ ସଂଗଠନ ତରଫରୁ ଦୃଢ ନିନ୍ଦା କରିବା ସହିତ ଭାରତର ସେନା ବାହିନୀର ପରାକ୍ରମ ଓ ବଳୀଦାନକୁ ପ୍ରଶଂସା କରାଯାଇଥିଲା । ଭାରତର ସେନା ବାହିନୀ ଆଜିର ସମୟରେ ଅତି ଶକ୍ତିଶାଳୀ, ଭାରତ ଏକ ପରମାଣୁ ଶକ୍ତି ଏବଂ ସେନା ବାହିନୀ ଅତ୍ୟାଧୁନିକ ଯୁଦ୍ଧ ସଂରଜାମ ସହିତ ପୃଥିବୀ, ଅଗ୍ନି ପରି ଦୂରଗାମୀ କ୍ଷପଣାସ୍ତ୍ରରେ ସଜ୍ଜିତ । ସମଗ୍ର ଭାରତବାସୀଙ୍କର ଭାରତୀୟ ସେନାଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ ସମ୍ପୂର୍ଣ୍ଣ ସମର୍ଥନ ରହିଅଛି ବୋଲି ସଂଗଠନ ମତ ଦେଇଛି । ତେଣୁ ଚୀନ୍ କସ୍ମିନ୍ କାଳେ ଭାରତର ଏକଇଂଚ ଜାଗା ବଳ ପ୍ରୟୋଗ କରି ନେବା ସ୍ୱପ୍ନରୁ ବିରତ ରହୁ ବୋଲି ସଙ୍ଗଠନ ଦାବୀ କରିଛି । ଭାରତ ସରକାର ଦେଶର ସେନାବାହିନୀର ପ୍ରଚଣ୍ଡ ଶକ୍ତି ଓ ଆତ୍ମ ବିଶ୍ୱାସ ଏବଂ ୧୩୫ କୋଟି ଜନତାଙ୍କର ଶୁଭେଚ୍ଛାକୁ ନେଇ ଚୀନ୍ ସହିତ ଦୃଢ ମୁକାବିଲା କରିବ ବୋଲି ସଂଗଠନ ଆଶା କର ସହୀଦ୍ ମାନଙ୍କର ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଛିା

Comments (0)
Add Comment