ଲର୍ଣ୍ଣିଂ ଲାଇସେନ୍ସ ତାରିଖ ମାର୍ଚ୍ଚ ୩୧କୁ ବୃଦ୍ଧି


ଭୁବନେଶ୍ୱର: ଲର୍ଣ୍ଣିଂ ଲାଇସେନ୍ସଧାରୀଙ୍କ ପାଇଁ ଖୁସି ଖବର । ଡିଏଲ ଆବେଦନ କରିବା ପାଇଁ ଲର୍ଣ୍ଣିଂ ଲଇସେନ୍ସଧାରୀଙ୍କ ଲାଗି ବଢ଼ିଲା ସମୟ ସୀମା । ଓଡ଼ିଶା ସରକାର ୨୦୨୧ ମାର୍ଚ୍ଚ ୩୧ ଯାଏଁ ଏହାକୁ ବଢ଼ାଇଛନ୍ତି । ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛି ରାଜ୍ୟ ପରିବହନ କର୍ତୃପକ୍ଷ । ଏସଟିଏ ଦେଇଥିବା ସୂଚନା ଅନୁଯାୟୀ, ଯେଉଁ ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ସମୟ ସୀମା ଡିସେମ୍ବର ୩୧, ୨୦୨୦ରେ ଭିତରେ ସରୁଛି, ସେମାନେ ଏହାକୁ ଆସନ୍ତ ବର୍ଷ ଯାଏଁ ବ୍ୟବହାର କରିପାରିବେ । ଏହା ୨୦୨୧ ମାର୍ଚ୍ଚ ୩୧ ଯାଏଁ ବୈଧ ରହିବ । ଏହି ସମୟ ମଧ୍ୟରେ ସେମାନେ ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିପାରିବେ । କରୋନା ମହାମାରୀକୁ ଦେଖି ସରକାର ନୂଆ ଗାଡି ଚାଳକଙ୍କ ପାଇଁ ଏହି ନୂଆ ସୁବିଧା କରିଛନ୍ତି ।

Comments (0)
Add Comment