ଲାୟନ୍ସ କ୍ଲବ ପକ୍ଷରୁ ମଧୁମେହ ପରୀକ୍ଷା

ଭୁବନେଶ୍ୱର: ଲାୟନ୍ସ କ୍ଲବ ସ୍ମାଇଲ, ଭୁବନେଶ୍ୱର କ୍ଲବ ନଂ: ୩୨୨ସି୪ ତରଫରୁ ମଦର ଚାରିଟେବଲ ଟ୍ରଷ୍ଟ ଭୁବନେଶ୍ୱର ପରିସରରେ ମଧୁମେହ ରୋଗ ନିର୍ଣ୍ଣୟ ଲାଗି ରକ୍ତ ପରୀକ୍ଷା କରାଯାଇଥିଲା ଓ ସାନିଟାରୀ ନାପକିନ ଦିଆଯାଇଥିଲା । ଏହି ଅବସରରେ କ୍ଲବ ସଭାପତି ଶ୍ରୀମତୀ ସସ୍ମିତା ସ୍ୱାଇଁ, ଉପ ସଭାପତି ପ୍ରସନ୍ନଜିତ୍ ମିତ୍ର, ସଂପାଦକ ଶ୍ରୀମତୀ ଅଲିଅଳି ମଲ୍ଲିକ, କୋଷାଧ୍ୟକ୍ଷ ଶ୍ରୀମତୀ ବବିତା ମହାନ୍ତି, କ୍ଲବ ଚେୟାରପର୍ସନ ଶ୍ରୀମତୀ ମମତା ମହାପାତ୍ର ଉପସ୍ଥିତ ଥିଲେ । ଟିମ ସ୍ମାଇଲ ସମାଜ ସେବାରେ ଆଗେଇ ଚାଲିଛି ।

Comments (0)
Add Comment