ଲୁଟେରାଙ୍କ ରାଜଧାନୀ ଭୁବନେଶ୍ୱର: ପୋଲିସ କରୁଛି କ’ଣ?


ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟିଆ ଗ୍ୟାଙ୍ଗ । ଆଖି ପିଛୁଳାକେ ଲୁଟ୍ପାଟ ଝାମ୍ପ ନେଲେଣି ତ ପୁଣି କାହାର ସୁନାଚେନ୍ ଛିଣ୍ଡାଇ ନେଲେଣି । ଆଉ କାହାର ଫୋନ୍ ଝାମ୍ପି ନେଲେଣି ତ ବ୍ୟାଙ୍କ ନିକଟରୁ ଟଙ୍କା ବ୍ୟାଗ୍ ନେଇଗଲେଣି । ଏହାବାଦ୍ ସୁଯୋଗ ଉଣ୍ଡି ମୁହଁରେ ନିଶା ସ୍ପେ୍ର କରି ଯୁବକଙ୍କୁ ଉଠାଇ ନେଇ ସର୍ବସ୍ୱ ଲୁଟପାଟ କରିବା ସହ ରାସ୍ତାକଡ଼ରେ ଫିଙ୍ଗି ଚାଲିଗଲେଣି । ଦିନକୁ ଦିନ ଏଭଳି ଘଟଣା ପୋଲିସର ଚିନ୍ତା ବଢ଼ାଇ ଦେଇଛି । ନିଶା ସ୍ପେ୍ର କରି ଅପହରଣ ଫାୟାର ଷ୍ଟେସନରୁ ଉଠାଇଲେ, ଏଜିରେ ଫିଙ୍ଗିଲେ କ୍ୟାପିଟାଲ ଥାନା ଅଧୀନ ୟୁନିଟ୍-୬ ଅଂଚଳରେ ରହୁଥିବା ଓ +୩ ବାଣିଜ୍ୟ ପଢ଼ୁଥିବା ପୀୟୂଷ କୁମାର ପାତ୍ର ଅପରାହ୍ନ ପ୍ରାୟ ୩ଟା ବେଳେ ସାଇକଲରେ ଘରକୁ ଫେରୁଥିଲେ । ଏହି ସମୟରେ ବରମୁଣ୍ଡା ଫାୟାର ଷ୍ଟେସନ ଛକ ପାଖରୁ ତିନି ଲୁଟିଆ ବାଇକ୍ରେ ଆସି ତାଙ୍କ ମୁହଁରେ ବରମୁଣ୍ଡା ଫାୟାର ଷ୍ଟେସନ ଛକ ପାଖରୁ ତିନି ଲୁଟିଆ ବାଇକ୍ରେ ଆସି ତାଙ୍କ ମୁହଁରେ କେମିକାଲ ସ୍ପେ୍ର କରି ଅପହରଣ କରିନେଇଥିଲେ । ରାସ୍ତା ମଝିରେ ତାଙ୍କ ତଂଟି ଚିପି ମାରିଦେବାକୁ ଉଦ୍ୟମ କରିଥିଲେ । ଯୁବକଙ୍କ ବେକରେ ତଂଟିଚିପା ଦାଗ ରହିଛି । ତାଙ୍କୁ ଅପହରଣ କରିବା ପରେ ଏଜି ଛକ ନିକଟ ନେହରୁ ଯୁବପରିଷଦ କ୍ଲବ ପାଖରେ ଫିଙ୍ଗି ଫେରାର ହୋଇଯାଇଥିଲେ । ଯୁବକଙ୍କ ପକେଟ୍ରୁ ଲୁଟିଆ ଫୋନ୍ ଓ ହାତରୁ ଘଂଟା ନେଇ ଯାଇଥିଲେ । ଅଚେତ ଅବସ୍ଥାରେ ଯୁବକ ପଡ଼ିଥିବା ଦେଖି ସ୍ଥାନୀୀୟ ଲୋକେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ । ଯୁବକଙ୍କ ଚେତା ଫେରିବା ପରେ ଲୁଟିଆ ତାଙ୍କ ମୁହଁରେ କେମିକାଲ ସ୍ପେ୍ର କରି ଏଭଳି କାଣ୍ଡ ଭିଆଇଥିବା ଘଟଣା ପଦାକୁ ଆସିଥିଲା । ପୀୟୂଷ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛି । ସୁସ୍ଥ ହେବା ପରେ ଥାନାରେ ଏତାଲା ଦେବେ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଝାମ୍ପିନେଲେ ମୋବାଇଲ ଫୋନ୍ ଚନ୍ଦ୍ରଶେଖରପୁର ରାସ୍ତାରେ ଯାଉଥିବା ବେଳେ ଲୁଟିଆମାନେ ଜଣେ ଯୁବତୀଙ୍କ ମୋବାଇଲ ଫୋନ୍ ଝାମ୍ପେିନଇ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲେ ହେଁ ଲୁଟିଆଙ୍କ ଟେର୍ ପାଇପାରି ନାହିଁ । ସୂଚନା ଅନୁସାରେ ନୂଆପଲ୍ଲୀ ଥାନା ସାଲିଆସାହି ଜନତା ନଗରରେ ରହୁଥିବା ମାନସୀ ପ୍ରଧାନ ଲୁମ୍ବିନୀବିହାରସ୍ଥିତ ଏକ ଘରୋଇ ସଂସ୍ଥାରେ କାମ କରନ୍ତି । ଶୁକ୍ରବାର ବିଡିଏ କଲୋନୀ ଛକରୁ କାର୍ଯ୍ୟାଳୟକୁ ଦିନ ପ୍ରାୟ ସାଢେ଼ ୧୧ଟାରେ ସେ ଯାଉଥିଲେ । ଏତିକି ବେଳେ ଯୁବତୀଙ୍କ ବଡ଼ଭାଇ ଫୋନ୍ କରିଥିଲେ । ସେ ପୋନ୍ ରିସିଭ କରିବା ସମୟରେ କେୟାର ହସ୍ପିଟାଲ ସମ୍ମୁଖରୁ ଏକ ବାଇକ୍ରେ ପଛରୁ ଦୁଇଜଣ ଆସି ତାଙ୍କ ହାତରୁ ମୋବାଇଲ୍ ଝାମ୍ପି ଫେରାର ହୋଇଯାଇଥିଲେ । ବାଇପାସରେ ଲୁଟିଲେ ଗୁରୁବାର ଦିନ ସାଢେ଼ ୧୨ଟା ପୁରୀ ଜିଲ୍ଲା ପିପିଲି ଥାନା ଅଧୀନ ଆରୁହା ଗ୍ରାମର ଅର୍ଚ୍ଚନା ଦାସ ସାଙ୍ଗ ସହ ପୁରୀ ବାଇପାସ୍ରେ ଘରକୁ ଫେରୁଥିଲେ । ପାଣ୍ଡରା ଏବଂ କେଶୁରା ରାସ୍ତା ମଝିରେ ପଲ୍ସର ବାଇକ୍ରେ ଦୁଇ ଲୁଟିଆ ପିଛା କରି ତାଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ନେଇ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲେ । ଯୁବତୀଙ୍କ ବେକରୁ ଲୁଟ ହୋଇଥିବା ସୁନାଚେନ୍ର ଓଜନ ପ୍ରାୟ ୧୨ ଗ୍ରାମ ହୋଇଥିବା ବେଳେ ବଜାର ଦର ୭୦ ହଜାର ଟଙ୍କା ହେବ । ନେଇ ଯୁବତୀ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି । ନେଇଗଲେ ସୁନା ଚେନ୍ ସ୍କୁଟିରୁ ପଡ଼ି ଦୁଇ ଭଉଣୀ ଗୁରୁତର ଯାଁଳା ଶୁକ୍ରବାର ୧୬ନଂ ଜାତୀୟ ରାଜପଥର ଯାଁଳା ବଜାର ଉପରୁ ଦୁର୍ବୃତମାନେ ସ୍କୁଟିରେ ଯାଉଥିବା ମହିଳାଙ୍କ ବେକରୁ ସୁନା ଝାମ୍ପି ନେଇଛନ୍ତି । ସ୍କୁଟିରେ ଦୁଇ ଭଉଣୀ ଥିଲେ । ଝାମ୍ପିନେବା ସମୟରେ ଗାଡ଼ିରୁ ପଡି ଦୁଇ ଭଉଣୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଆହତ ଦ୍ୱୟ ହେଲେ ଜ୍ୟୋସ୍ନôା ଦାସ (୫୦) ଓ ସାଦ ଭଉଣୀ ମମତା ମହାନ୍ତି (୩୫) ତାଙ୍କ ଘର ଭୁବନେଶ୍ୱର ଟଙ୍କପାଣି ରୋଡ଼ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଅପରାହ୍ନ ପ୍ରାୟ ୫ଟା ବେଳେ ଦୁଇ ଭଉଣୀ ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିଲେ । ଯାଁଳା ବଜାର ପଂଚାୟତ ଅଫିସ ସମ୍ମୁଖରେ ଦୁଇଜଣ ଦୁର୍ବୃତ ଏକ ବାଇକ୍ରେ ଆସି ଜ୍ୟୋସ୍ନôାଙ୍କ ବେକରୁ ସୁନା ଚେନ୍ ଝାମ୍ପିଥିଲେ । ତେବେ ସେ ଚେନ୍କୁ ଧରିପକାଇଥିଲେ । ଫଳରେ ଚେନଟି ଛିଣ୍ଡି ଅଧା ତାଙ୍କ ହାତରେ ରହିଯାଇଥିଲା । ଟଣାଓଟାରା ସମୟରେ ଭାରସାମ୍ୟ ହରାଇ ଦୁଇ ଉଭଣୀ ଗାଡ଼ିରୁ ଛିଟିକି ପଡିଥିଲେ । ଉଭୟଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି । ସ୍ଥାନୀୟ ଯୁବକମାନେ ଆହତ ଦୁଇ ଭଉଣୀଙ୍କୁ ଚିକିସôା ପାଇଁ ମେଡିକାଲ ପଠାଇଛନ୍ତି । ଖବର ପାଇ ଯାଁଳା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛି । ୧୬ ନମ୍ବର ଜାତୀୟ ରାଜପଥର ଖଣ୍ଡଗିରିଠାରୁ ପିତାପଲ୍ଲୀ ମଧ୍ୟରେ ଦିନକୁ ଦିନ ଲୁଟ ବୃଦ୍ଧି ପାଉଥିବାରୁ ପୋଲିସ ପାଟ୍ରୋଲିଂ କଡ଼ାକଡି କରିବା ପାଇଁ ଦାବି ହେଉଛି ।

Comments (0)
Add Comment