ଲୋହରା ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବି

ଭବାନୀପାଟଣା : ଚୀଚେଇଁ ଗୁଡାଠାରେ ଆଦିବାସୀ ଲୋହରା ବିକାଶ ପରିଷଦ ପକ୍ଷରୁ ଲୋହରା ସମାଜକୁ ଆଦିବାସୀ ମାନ୍ୟତା ଦାବିକୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା , ଏହି ବୈଠକରେ ସହ ସହ ସଂଖ୍ୟାରେ ଲୋହରାମାନେ ଉପସ୍ଥିତ ରହିଥିବା ବେଳେ ଲୋହରା ସମାଜକୁ ଆଦିବାସୀ ମାନ୍ୟତା ଦାବିକୁ ନେଇ ଆଲୋଚନା ହୋଇଥିଲା , ଅନେକ ଥର ସରକାରଙ୍କୁ ଲିଖିତ ଆକାରେ ଆଦିବାସୀ ମାନ୍ୟତା ପାଇଁ ଦାବିପତ୍ର ଦେଇଛନ୍ତି କିନ୍ତୁ ଆଦିବାସୀମାନଙ୍କୁ ସରକାର ଆଦିବାସୀ ମାନ୍ୟତା ଦେବାକୁ ଏହି ପର୍ଯ୍ୟନ୍ତ ପଦକ୍ଷେପ ନେଇ ନାହାନ୍ତି ବୋଲି ଲୋହରା ସମାଜ କହିଛନ୍ତି, ଯଦି ସରକାର ଏହି ଦାବି ପୁରଣ ନ କରନ୍ତି ତାହାହେଲେ ଆଗାମୀ ଦିନରେ ବିଧାନସଭାରେ ଲୋହରା ସମାଜ ଧାରଣା ଦେବେ ଏବଂ ରାଜ ରାସ୍ତାରେ ବିରୋଧ କରିବେ ବୋଲି ଓଡିଶା ପ୍ରଦେଶ ଆଦିବାସୀ ଲୋହରା ସମାଜ ବିକାଶ ପରିଷଦ ତରଫରୁ ଏକ ନିଷ୍ପତ୍ତି ନିଆଯାଇଛି ।

Comments (0)
Add Comment