ଵିଜେପି ପ୍ରତିଷ୍ଠା ଦିବସ ଅବସରରେ ସେଵା ଓ ସାମାଜିକ ନ୍ୟାୟ ସପ୍ତାହ ପାଳନ

ଚମ୍ପୁଆ : ବିଜେପି ପ୍ରତିଷ୍ଠା ଦିବସ ଉପଲକ୍ଷେ ସାମାଜିକ ନ୍ୟାୟ ସପ୍ତାହ ପରିପ୍ରେକ୍ଷୀରେ ଆଜି ଚମ୍ପୁଆ ଗ୍ରାମୀଣ ମଣ୍ଡଳ ଆଦିବାସୀ ମୋର୍ଚ୍ଚା ତରଫରୁ ମିରିଗିଶିଙ୍ଗାଠାରେ ‘ ସ୍ବାବଲମ୍ବୀ ଭାରତ ‘ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଯୋଜନା, ଜନଜାତି ଯୁବକ ମାନଙ୍କ ପାଇଁ ସଚେତନତା ଏବଂ ରୋଜଗାର ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ମିରିଗିଶିଙ୍ଗା ଓ ତଡୁଆଵାହାଳ ଠାରେ ଆଦିବାସୀ ମୋର୍ଚ୍ଚା ସଭାପତି ଵିନୋଦ ହାଇବୁରୁଙ୍କ ସଭାପତିତ୍ବରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ରାଜ୍ୟ ବିଜେପି ଯୁଵ ମୋର୍ଚ୍ଚାର ସଂଯୋଜକ ପ୍ରକାଶ ଚନ୍ଦ୍ର ମଲ୍ଲିକ ଓ ଗ୍ରାମୀଣ ମଣ୍ଡଳ ସଭାପତି ଚନ୍ଦ୍ରଶେଖର ମହାନ୍ତ ବିଜେପିର ପ୍ରତିଷ୍ଠା ଦିବସ ପାଳନ ସପ୍ତାହ ଅବସରରେ ଡ଼ଃ.ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ତ୍ୟାଗ ଓ ତପସ୍ୟା ବିଷୟରେ ଆଲୋଚନା କରିଥିଲେ ।ଭାରତର ଯଶଃସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର କର୍ଣ୍ଣଧାର ଲାଲକୃଷ୍ଣ ଆଡଭାନୀଙ୍କ ଦିଗଦର୍ଶନ ଭାରତକୁ ପୃଥିବୀର ଏକ ଅଗ୍ରଗଣ୍ୟ ରାଷ୍ଟ୍ର ଭାବେ ଉଭା କରାଇଥିବା ସେ ସ୍ପଷ୍ଟ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକୁ ପ୍ରତି ଗାଁ ଓ ଲୋକମାନଙ୍କ ପାଖରେ ପହଞ୍ଚାଇ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ ଆରମ୍ଭ କରାଯାଇଥିବା ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ପଙ୍କଜ କୁମାର ମହାନ୍ତ,ଏସସି ମୋର୍ଚ୍ଚା ସଭାପତି ରାଜଵଲ୍ହଭ ଦାସ, ଡମ୍ବରୁଧର ପାତ୍ର, ଚନ୍ଦ୍ର ମୋହନ ମୁଣ୍ଡା, ଯୁବମୋର୍ଚ୍ଚାର ସଞ୍ଜୟ କୁମାର ମହାନ୍ତିଙ୍କ ସମେତ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । 

Comments (0)
Add Comment