ଶିକ୍ଷାନୀତି ଉପରେ ରାଜ୍ୟ ସରକାର କରିବେ ବିଚାରବିମର୍ଷ

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି ୨୦୨୦ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ବକ୍ତବ୍ୟ ରଖିଛନ୍ତି । ଶିକ୍ଷାନୀତିର ଆବଶ୍ୟକତା, ଉପକାରିତା ଆଦି ବିଷୟରେ ଦେଶର ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରଥମଥର ଲାଗି ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରି ପରେ ୱେବ୍ସାଇଟ୍ରେ ଜାତୀୟ ଶିକ୍ଷାନୀତିର ଅଳ୍ପ କିଛି ପଏଂଟ ଉପଲବ୍ଧ ହୋଇଛି । ସମ୍ପୂର୍ଣ୍ଣ ପଲିସି ଆସିଲେ, ତାହାକୁ ତର୍କମା କରାଯିବା ସହ ଏହା ଉପରେ ବ୍ୟାପଙ୍କ ବିଚାରବିମର୍ଶ କରିବୁ । ବିଶେଷକରି ଓଡ଼ିଶା ପରିପ୍ରେକ୍ଷୀରେ କ’ଣ କ’ଣ ସୁବିଧା ହୋଇପାରିବ, ଓଡ଼ିଶା କିପରି ଲାଭବାନ୍ ହେବ, ସେନେଇ ତର୍ଜର୍ମା କରି ମନ୍ତବ୍ୟ ଦିଆଯିବ ।
କଲେଜ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ କୋଭିଡ-୧୯ ଗାଇଡଲାଇନ୍ ଅନୁସାରେ ଆମକୁ ଆଗେଇବାକୁ ପଡୁଛି । ପର୍ଯ୍ୟାୟକ୍ରମେ କେନ୍ଦ୍ର ସରକାର ନିର୍ଦେଶାବଳି ଜାରି କରୁଛନ୍ତି । ରାଜ୍ୟ ସରକାର ମଧ୍ୟ ପ୍ରତି ମାସର ସ୍ଥିତିକୁ ଦେଖି ଗାଇଡ୍ଲାଇନ୍ ଜାରି କରୁଛନ୍ତି । ସେହି ଗାଇଡ୍ଲାଇନ୍ ଅନୁଯାୟୀ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ । ସ୍ଥିତିକୁ ଦେଖି ଗାଇଡ୍ଲାନ ଜାରି କରୁଛନ୍ତି । ସେହି ଗାଇଡ୍ଲାଇନ୍ ଅନୁଯାୟୀ ଆମକୁ କାର୍ଯ୍ୟ କରିବାକୁ ପଡ଼ିବା ସ୍ଥିତିକୁ ଦେଖି ଯାହା କିଛି ନିଷ୍ପତି ନିଆଯିବ ।

Comments (0)
Add Comment