ଶିଶୁ କନ୍ୟାର ‘ବାପା’ ଡାକ ଶୁଣିବା ପୂର୍ବରୁ ବାପା ଚାଲିଗଲେ


ଭୁବନେଶ୍ୱର: ଜଗତସିଂହପୁର କୋର୍ତଳ ଅଂଚଳର ବରଦା ପ୍ରସାଦ ପରିଡ଼ା । ୨୦୦୩ରୁ ଭୁବନେଶ୍ୱରରେ ରହି ତାରିଣୀ ପ୍ରମୋଟର୍ସ ପ୍ରାଇଭେଟ୍ ଲିମିଟେଡ୍ରେ କାମ କରୁଥିଲେ । ନୀଳାଦ୍ରିବିହାରରେ ରହୁଥିଲେ । ୨୦୧୯ ଫେବ୍ରୁଆରି ୧୮ରେ ସହିଦନଗରର ଶୁଭଶ୍ରୀଙ୍କୁ ବିବାହା କରିଥିଲେ । ମାତ୍ର ୫ ମାସର ଝିଆ ଆଉ ଦିନ କେଇଟା ପରେ ବାପା ଡାକ ଶୁଣିଥା’ନ୍ତେ । କିନ୍ତୁ ତା’ ପୂର୍ବରୁ ନାଲ୍କୋ ଛକ କାର୍ ଦୁର୍ଘଟଣାରେ ଦୁନିଆ ଛାଡ଼ି ଚାଲିଗଲେ । ଯେଉଁଠି ସାତ ଜନ୍ମର ସାଥୀ ହେବାକୁ ଅଗ୍ନିକୁ ସାକ୍ଷୀ ରଖିଥିଲେ ମାତ୍ର ଦେଢ଼ ବର୍ଷର ବୈବାହିକ ସମ୍ପର୍କ ପରେ ଛାଡ଼ି ଚାଲିଗଲେ । ବୁଧବାର ତିନି ସାଙ୍ଗ ବରଦା, ଦେବବ୍ରତ, ପ୍ରିୟରଂଜନ, ଏବଂ ସୁଭଦ୍ରାଙ୍କ ପାଇଁ ଥିଲା କାଳ ରାତି । ଘରେ ପହଂଚିବାର ମାତ୍ର ୧୦ ମିନିଟ୍ ପୂର୍ବରୁ ଏମିତି କାଳ ମାଡ଼ି ଆସିବ ବୋଲି କେହି କଳ୍ପନା କରି ନ ଥିଲେ । ଦୁର୍ଘଟଣା ଘଟି ଯାଇଥିଲା ଏକ ଓଲା କାର ଡ୍ରାଇଭର ଓ ସେହି ଗାଡ଼ିର ଯାତ୍ରୀଙ୍କ ଧରି ଚନ୍ଦ୍ରଶେଖରପୁର ଯାଉଥିଲେ । ସୈନିକ ସ୍କୁଲ ଆଡୁ ଆସୁଥିବା ହୁ୍ୟଣ୍ଡାଇ ଆଇ-୧୦ କାରକୁ ରାସ୍ତା ପାର ହେଉଥିବା ଦେଖି ନାଲ୍କୋ ଛକରେ ଅଟକି ଯାଇଥିଲେ । ଚନ୍ଦ୍ରଶେଖପୁର ପଟୁ କ୍ରେଟା କାରଟି ଦ୍ରୁତ ବେଗରେ ଆସୁଥିଲା । ଗାଡ଼ିକୁ ଦେଖି ଆଇ-୧୦ କାର ହଡ଼ବଡେ଼ଇ ଯାଇ ଅଟକି ଯାଇଥିଲା । କ୍ରେଟା କାର ଆଇ-୧୦ କାରକୁ ଧକ୍କା ଦେଇଥିଲା । କନ୍ତୁ ସେମାନେ ପୋଲିସ କିମ୍ବା କାହାକୁ ଖବର ନ ଦେଇ ସେଠାରୁ ଚାଲି ଯିବାକୁ ଯାତ୍ରୀ ଜଣଙ୍କ ପରାମର୍ଶ ଦେଇଥିଲେ ବୋଲି କହିଛନ୍ତି ଡ୍ରାଇଭର ମନୋଜ ପଣ୍ଡା । ଦ୍ରାତଗତି ବିପଜ୍ଜନକ ଜାଣି ମଧ୍ୟ ଲୋକମାନେ ସଚେତନ ହେଉନାହାନ୍ତି । ନାଲୋକ୍ ଛକରେ ଦୁର୍ଘଟଣା ଘଟି ୪ ଜଣଙ୍କ ଜୀବନ ଯିବ । ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ହ୍ୟୁଣ୍ଡାଇ କ୍ରେଟା କାର୍ଟି ଦ୍ରୁତ ଗତିରେ ଆସୁଥିଲା । ଫଳରେ ଦୁର୍ଘଟଣା ଘଟିଲା । ଏହି ଘଟଣାରେ ଚନ୍ଦ୍ରଶେଖପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଗାମୀ ଦିନରେ ଦ୍ରୁତ ଗତିକୁ ରୋକିବା ପାଇଁ ଇଂଟରସେପ୍ଟର ବ୍ୟବହାର କରାଯିବ । ଏହା ଦ୍ୱାରା ଚାଳକ ଧରାପଡିଲେ ସେମାନଙ୍କ ଠାରୁ ଚାଲାଣ କଟାଯିବ । ଦ୍ରୁତଗତିରେ ଗାଡ଼ି ଚଲାଇ ଧରାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ମର୍ମନ୍ତଦ ଦୁର୍ଘଟଣାକୁ ଆଖି ସାମ୍ନାରେ ଦେଖିଲେ, କିନ୍ତୁ ସାହାଯ୍ୟ କରିବାକୁ ସାହାସ କଲେନି । ହୁଏତ ଠିକଣା ସମୟରେ ସାହାଯ୍ୟ କରିଥିଲେ କାହାର ଜୀବନ ବଂଚି ଯାଇଥାନ୍ତା ।

Comments (0)
Add Comment