ଶୀଘ୍ର ଓଡିଶା ଫେରିବେ ବିଜୟ ମହାନ୍ତି

ଭୁବନେଶ୍ୱର,୧୦.୬(ନି.ପ୍ର.): ଦିନେ କି ଦୁଇଦିନ ଭିତରେ ଓଡ଼ିଶା ଫେରିବେ ଅଭିନେତା ବିଜୟ ମାହାନ୍ତି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଜୟଙ୍କୁ ଭୁବନେଶ୍ୱର ଫେରାଇ ଆଣିବାର ସମସ୍ତ ଦାୟିତ୍ୱ ନେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ତାଙ୍କୁ ଆମ୍ବୁଲାନ୍ସରେ ହାଇଦ୍ରାବାଦରୁ ଅଣାଯାଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତି କରାଯିବ । ସେ ଆସି ହସ୍ପିଟାଲରେ ଭାର୍ତି ହେଲା ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ଅପରାଜିତା ବହନ କରୁଚନ୍ତି ବୋଲି କହିଛନ୍ତି । ଏ ସମ୍ପର୍କରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ତାଙ୍କ ପରିବାର ପକ୍ଷରୁ ଫୋନ୍ ଆସିଥିଲା । କଳାକାରମାନେ ବି ଯୋଗାଯୋଗ କରିଥିଲେ । ତାଙ୍କ ଦେହ ବହୁତ ଖରାପ ଅଛି । ତାଙ୍କର ଇଚ୍ଛା ହେଉଛି ସେ ବର୍ତମନେ କେମିତି ଓଡ଼ିଶା ଆସିଥାନ୍ତି । ସେଥିପାଇଁ ମୋ ସାଙ୍ଗରେ ପରିବାର ସଦସ୍ୟ ଆଲୋଚନା କରିଥିଲେ । ତାଙ୍କ ଝିଅଙ୍କ ସହିତ ବି କଥା ହୋଇଛି । ତା’ ପରେ ମୁଁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ ସହିତ କଥା ହେଲି । ସେମାନେ ସେମାନଙ୍କ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଆମ୍ବୁଲାନ୍ସରେ ବିଜୟ ମହାନ୍ତିଙ୍କୁ ଆଣିବାର ବ୍ୟବସ୍ଥା କରିବେ । ସେଥିରେ ଡାକ୍ତର ମଧ୍ୟ ରହିବେ । ଏଥିପାଇଁ ହସ୍ପିଟାଲ୍ ୭୨ ହଜାର ଟଙ୍କା ନେବେ । ତା’ର ଖର୍ଚ୍ଚ ମୁଁ ବହନ କରୁଛି । ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ପରିବର୍ତନ ହେଲେ ତାଙ୍କୁ ଅଣଯିବ । ତାଙ୍କ ପରିବାର ଲୋକଙ୍କ ସହିତ ମୁଁ ଯୋଗାଯାଗରେ ଅଛି । ସେ ଆସି ହସ୍ପିଟାଲ୍ରେ ଭର୍ତି ହେଲା ପର୍ଯ୍ୟନ୍ତ ମୁଁ ସବୁ ଦାୟିତ୍ୱ ନେଇଛି । କଳାକାରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କର ଏବଂ ଆମର କିଛି ଦାୟିତ୍ୱ ରହୁଛି । ସେ ଯେହେତୁ ଭୁବନେଶ୍ୱର ଲୋକ ତେଣୁ ସାଂସଦ ହିସାବରେ ମୋର ବି ଦାୟିତ୍ୱ ରହିଛି । ସୂଚନାଯୋଗ୍ୟ ଗତ ମେ ୨୮ ତାରିଖରୁ ଅଭିନେତା ବିଜୟ ମହାନ୍ତି ଦୃଦ୍ଘାତର ଶିକାର ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଆସୁଛନ୍ତି ।

Comments (0)
Add Comment