ଶୀତ ଦିନରେ ବଢିବ ସଂକ୍ରମଣ

ନୂଆଦିଲ୍ଲୀ: ର୍ପାବଣ ପରେ ପରେ ଶୀତ ଆସିଯିବ । କିନ୍ତୁ ଶୀତରେ କରୋନା ସଂକ୍ରାମଣ ବଢିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇ ସାରିଲେଣି । ଶୀତ ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ପଡିବ ବୋଲି ବିଶେଷଜ୍ଞମାନେ କହିଛନ୍ତି କୋଭିଡ୍ ମହାମାରୀ ପାଇଁ ଡ. ଭିକେ ପୌଲ୍ଙ୍କ ନେତୃତ୍ୱରେ ଗଠିତ ଏକ ବିଶେଷଜ୍ଞ କମିଟିରେ କହିଛନ୍ତି, ଚଳିତ ଶୀତରେ ରାଜଧାନୀ ଦିଲ୍ଲୀ ଦୈନିକ ୧୫ ହଜାର ପଜିଟିଭ୍ ମାମଲା ଦେଖିବ । ଶୀତ ୠତୁରେ ଶ୍ୱାସକ୍ରୀୟା ଜନିତ ସଂକ୍ରମଣ ବଢିବ ଏବଂ ଦିଲ୍ଲୀ ବାହାରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବଢିବ । କମିଟି ଏକାଧିକ ଲୋକ ସମାଗମ ପାଇଁ ମନା କରିଛନ୍ତି । କେରଳରେ ଓନାମ୍ ଏବଂ ମହାରାଷ୍ଟ୍ରରେ ଗଣେଶ ଚତୃର୍ଥୀ ପାଇଁ ସଂକ୍ରମଣ ହଠାତ୍ ବଢିଗଲା ବୋଲି ବିଶେଷଜ୍ଞମାନେ କହୁଛନ୍ତି । କୋଭିଡ୍ ମହାମାରୀ ନିଦେ୍ର୍ଧଶାବଳୀରେ ସଂସ୍କାର ଆଣିବାପାଇଁ କମିଟି ପକ୍ଷରୁ କୁହାଯାଇଛି । ସେହିପରି ଚିକିସôା ପାଇଁ ଆଇସିୟୁ. ଅଣ-ଆଇସିୟୁ, ଅଣ-ଆଇସିୟୁ ଏବଂ କୋଭିଡ୍ କେୟାର ଆଇସୋଲେସନ୍, ବୋଡ୍ ମଧ୍ୟ ପର୍ଯ୍ୟାପ୍ତ୍ କରିମାଣରେ ମହଜୁତ ରଖିବାପାଇଁ କୁହାଯାଇଛି । ଆଗାମୀ ୩ ମାସ କୋଭିଡ୍ ମୁକାବିଲା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ କଂଟେନମେଂଟ ଜୋନ୍ ଷ୍ଟ୍ରାଟେଜିରେ ଅନେକ ସୁଧାର ଆଣିବାକୁ ପଡିବ । ମାଇକ୍ରୋ ମହାମାରୀ କୋଭିଡ୍ ଦ୍ୱାରା ସାମାନ୍ୟତମ ସଂକ୍ରମିତ ହୋଇଥିଲେ ବି ଜଣେ ପୀଡିତାକୁ ମାସ ମାସ ଧରି ଅସୁସ୍ଥ ରହିବାକୁ ପଡୁଛି ବୋଲି ଫ୍ରାନ୍ସର ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ସଦ୍ୟ ଏକ ଅନୁଧ୍ୟାନରୁ ଜଣାପଡିଛି । ସେହିପରି ସାମାନ୍ୟ ଅଥବା ମଧ୍ୟମ ଧରଣର ସଂକ୍ରମିତଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଅସୁସ୍ଥ ହେବାର ୬୦ ଦିନ ପରେ ହିଁ କୋଭିଡ୍ ଲକ୍ଷଣ ପ୍ରଦର୍ଶନ କରୁଛନ୍ତି । ଆଉ ସେତିକି ବେଳେ ଏକ ତୃତୀୟାଂଶରୁ ଅଧିକ ପୀଡିତ ସଂକ୍ରମଣ ଆରମ୍ଭ ହେବା ତୁଳନାରେ ଅଧିକ ଅସୁସ୍ଥ କିମ୍ବା ଗୁରୁତର ଅସୁସ୍ଥ ହୋଇପଡୁଥିବା ଜଣାଯାଇଛି । ବର୍ତମାନ ସାରା ବିଶ୍ୱରେ ସାର୍ସ-କୋଭ୍-୨ ଦ୍ୱାର ସଂକ୍ରମିତ ସାଢେ ୩ କୋଟିରୁ ଅଧିକ ପୀଡିତାଙ୍କ ଭିତରୁ କିଛି ସପ୍ତାହ କି କିଛି ମାସ ଧରି ଦୀର୍ଘକାଳୀନ ଅସୁସ୍ଥତା ଭୋଗ କରିବେ ବୋଲି ଆଶଙ୍କା କରାଯାଉଛି । ତେଣୁ କୋଭିଡ୍ କରାଳର ମୃତୁ୍ୟମୁଖରୁ ଅଳ୍ପକେ ବତିଯାଇଥିଲେ ହେଁ କ୍ଷତ ଫୁସ୍ଫୁସ୍ , କ୍ଷତ ହୃତପିଣ୍ଡ କି ଅନ୍ୟାନ୍ୟ ଅଭିଗୁଣ ସହ କାଳାତିପାତ କରୁଥିବା ଏ ପ୍ରକାର ପୀଡିତମାନଙ୍କୁ ଚିକିସôା କରିବା ଲାଗି କୋଭିଡ୍ ପରବର୍ତୀ ଚିକିସôାଳୟ ସବୁ ଖୋଲିବା ଜରୁରୀ ହୋଇପଡିଛି ।

Comments (0)
Add Comment