ଶୁଭ୍ରାଙ୍କୁ ଭୁବନେଶ୍ୱର ଆଣିଲା ସିବିଆଇ

ଭୁବନେଶ୍ୱର: ଭୁବନେଶ୍ୱରରେ ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଗିରଫ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁ । ଶୁଭ୍ରାଙ୍କୁ କୋଲକାତାରୁ ଭୁବନେଶ୍ୱର ନେଇ ଆସିଛି ସିବିଆଇ । ଓଡିଶାରେ ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା ନେଇ ତାଙ୍କୁ ପଚରାଉଚରା କରାଯିବ । ରାଜ୍ୟରେ କିପରି ଠକେଇ ହେଲା, ଏହାପଛରେ କିଏ କିଏ ଅଛନ୍ତି- ସେ ଦିଗକୁ ନେଇ ଖୋଳତାଡ କରିବ ସିବିଆଇ ।
ଶୁଭ୍ରାକୁଣ୍ଡୁ ହେଉଛନ୍ତି ରୋଜଭ୍ୟାଲି ଗ୍ରୁପ୍ ଚେୟାରମ୍ୟାନ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ । ତେଣୁ ତାଙ୍କ ନିକଟରୁ ଅଧିକ ତଥ୍ୟ ମିଳିବା ଅନୁମାନ କରି ତଦନ୍ତ କରୁଛି ସିବିଆଇ । ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ଶୁଭ୍ରାଙ୍କୁ ଦୁଇ ଦିନ ତଳେ ଗିରଫ କରିଥିଲା । ଅଧିକ ସୁଧ ଲୋଭ ଦେଖାଇ ଏହି ସଂସ୍ଥା ଜମାକାରୀଙ୍କଠାରୁ ସାରା ଦେଶରୁ ୧୨ ହଜାର କୋଟିର ଠକେଇ କରିଛି ।
ମାମଲାରେ ମୁଖ୍ୟ ଅଭିଯୁକ୍ତି ଗୌତମ କୁଣ୍ଡୁ ଗତ ୨୦୧୫ ମାର୍ଚ୍ଚରୁ ଗିରଫ ହୋଇ ଜେଲ୍ରେ ଅଛନ୍ତି । ଏନେଇ ରାଜ୍ୟସରକାର ସ୍ୱତନ୍ତ୍ର ଭାବେ ରୋଜଭ୍ୟାଲି ଚିଟଫଣ୍ଡର ଜମାକରୀଙ୍କୁ ଚିହ୍ନଟ କରି ଜମା ଟଙ୍କା ଫେରସ୍କତ ପାଇଁ ତିନିବର୍ଷ ତଳେ ସବୁ ତହସିଲଦାରଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହାପରେ ତହସିଲଦାର ମାନେ ବି ପ୍ରତି ଗ୍ରାମପଞ୍ଚାୟତ ମୁଖ୍ୟାଳୟରେ ବସି ଜମାକାରୀ ମାନଙ୍କୁ ଚିହ୍ନଟ କରିଥିଲେ ।
ହେଲେ ୩ବର୍ଷ ପରେ ବି ଜମାକାରୀ ମାନେ ଚାତକ ଭଳି ସେମାନଙ୍କ ଟଙ୍କା ଫେରସ୍ତ ପାଇବାକୁ ଅନେଇ ବସିଥିବା ବେଳେ ସୁଭ୍ରା କୁଣ୍ଡୁଙ୍କ ଠାରୁ କ’ଣ ତଥ୍ୟ ମିଳିବ ଓ ସେ ତଥ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇବାରେ କିଭଳି ସାହାଯ୍ୟ କରିବ ତାହା ଏବେ ବି ଅନ୍ଧକାର ଭିତରେ ।

Comments (0)
Add Comment