ଶ୍ରମିକ ବଦଳରେ ମେସିନରେ ହେଉଛି କାମ

ବାଲିକୁଦ: ଅଢଙ୍ଗା ପଞ୍ଚାୟତରେ ଏମଜିଏନଆରଇଜିଏସରେ ବ୍ୟାପକ ଅନିୟମିତତା ହେଉଥିବା ପରିଲକ୍ଷୀତ ହେଉଛି । ଶ୍ରମିକ ବଦଳରେ ଏଠାରେ ମେସିନ ଦ୍ୱାରା କରାଯାଉଛି କାର୍ଯ୍ୟ । ଏହାକୁ ନେଇ ଗାଁର କେତେକ ସଚେତନ ଯୁବକ ବାଲିକୁଦା ବିଡିଓଙ୍କୁ ଅଭିଯୋଗ କରିଥିବା ଜାଣିବାକୁ ମିଳିଛି । ଅନ୍ୟ ପକ୍ଷରେ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ କୌଣସି ଠାରେ ପ୍ରକଳ୍ପର ଫଳକ କରାଯାଇ ନାହିଁ । ଫଳରେ କାର୍ଯ୍ୟର ଅବଧି ଓ ବ୍ୟୟ ଅଟକଳ ସମ୍ପର୍କରେ କାହାରିକୁ କିଛି ସୂଚନା ମିଳିପାରୁ ନାହିଁ । ଫଳକ ନ ଲଗାଇ କାର୍ଯ୍ୟ କରିବା ଅନ୍ୟ ଏକ ଦିଗ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଥିବା ବେଳେ ପଞ୍ଚାୟତ ଯନ୍ତ୍ରୀ କିପରି ଏହାକୁ ଅନୁମତି ଦେଇଛନ୍ତି ତାହା ତଦନ୍ତ ସାପେକ୍ଷ । ଏଥିରେ ସ୍ଥାନୀୟ ସରପଞ୍ଚ ସ୍ୱାମୀଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଗ୍ରାମର ଏହି ଜନ ସାଧାରଣ । କୋଭିଡ ପାଇଁ ସରକାର ପ୍ରବାସୀ ମାନଙ୍କୁ କର୍ମ ନିଯୁକ୍ତି ଓ ରୋଜଗାର ପନ୍ଥା ଯୋଗାଇ ଦେବା ଲକ୍ଷ୍ୟରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ ଲର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ କର୍ମ ସଂସ୍ଥାନ ଯୋଗାଇ ଦେଇଛନ୍ତି । ଏ ନେଇ ସ୍ୱତନ୍ତ୍ର ଗାଇଡ ଲାଇନ ମଧ୍ୟ ରହିଛି । ମାତ୍ର ସବୁ ଆଇନ କାନୁନକୁ ପଛରେ ପକାଇ ଅଢଙ୍ଗା ପଞ୍ଚାୟତରେ ମେସିନ ଜରିଆରେ ହେଉଛି କାର୍ଯ୍ୟ । ଅଭିଯୋଗରୁ ଜଣା ଯାଇଛି ଯେ, ଉକ୍ତ ପଞ୍ଚାୟତର ଖାଲେରିର ପଡା ଗ୍ରାମ ସାହାଣି ସାହି ଗାଁରେ ଥିବା ପୁରୁଣଜ୍ଝା ମାଟି ରାସ୍ତାକୁ ଏହି ଯୋଜନାରେ ସଫା କରାଯିବା ସହିତ ଆଉ ମାଟି ପକାଇ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଛି । ଗତ ଶନିବାର ଓ ରବିବାର ଦୁଇ ଦିନ ସର୍ଟ ଡାଇନ ଥିବା ବେଳେ ଏହାର ସୁଯୋଗ ନେଇ ତରବରିଆ ଭାବେ ଏହି କାର୍ଯ୍ୟକୁ କରି ନେବାକୁ ମସୁଧା କରାଯାଇଛି । ଅନେକ ସ୍ଥାନରେ ମଧ୍ୟ କେବଳ ଘାଷ ଚାଂଛି ଅର୍ଥ ବାଟମାରଣା କରାଯିବାକୁ ମସୁଧା କରାଯାଇଥିବା ବେଳେ ଆଉ ଅନେକ କ୍ଷେତ୍ରରେ ଗୋଚର ଜମିରୁ ପୂର୍ବରୁ ଉଠାଣ କରାଯାଇଥିବା ମାଟି ସ୍ଥାନକୁ ପରିସ୍କାର କରି ନୂଆ ରୂପ ଦିଆଯାଇ ସରକାରୀ ଅର୍ଥ ଆତ୍ମସାତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଅଭିଯୋଗ ମଧ୍ୟ ଆସିଛି । ଏପରିକି ସ୍ଥାନୀୟ ମାଳିକା ବର୍ଣ୍ଣିତ ନିମ ବନିକା ସାଧୁବ୍ରହ୍ମ ପୀଠରେ ନଦୀରୁ କାଦୁଆ ମାଟି ଉଠାଇ ପକା ଯାଇଥିବାରୁ ତାହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ଏହି କାର୍ଯ୍ୟକୁ ବିରୋଧ କରି ଗତକାଲି ସଂଧ୍ୟାରେ ଗାଁରେ ଘଞ୍ଚ ବାଡେଇ ଲୋକଙ୍କୁ ସଚେତନ କରାଯାଇଥିବା କଥା ଶୁଣିବାକୁ ମିଳିଛି । ଅନ୍ୟ ପକ୍ଷରେ ସରପଞ୍ଚଙ୍କ ସ୍ୱାମୀଙ୍କ କେତେକ ସମର୍ଥକ ଏମିତି ଅନେକ ଅଭିଯୋଗ ଯାଇଛି । ଆମେ କାମ କରିଛୁ ପଇସା ପାଇବୁ । ପୂର୍ବରୁ କେତେ ଫଲ୍ସ ବିଲ ହୋଇଛି ବୋଲି କାଳେ ଖୁଲମ ଖୁଲା ଛକ ବଜାରରେ କହି ବୁଲୁଥିବା ଉକ୍ତ ଅଭିଯୋଗରେ ଦର୍ଶା ଯାଇଛି । ଏ ସମ୍ପର୍କରେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଯୋଗା ଯୋଗ କରାଯିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା । ଏ ସମ୍ପର୍କରେ ବିଡିଓ କଲ୍ୟାଣ ସୌରଭ ଦାଶଙ୍କୁ ପଚାରିବାରୁ କରୋନା ପାଇଁ ବ୍ଲକ କାର୍ଯ୍ୟାଳୟକୁ ଅଯଥା ପ୍ରବେଶ ଉପରେ ରୋକ ଲଗାଯାଇଛି । ଅଭିଯୋଗ ବାକ୍ସରୁ ସେ ଅଭିଯୋଗ ପାଇବା ପରେ ଏ ଦିଗରେ ଯଥା ସମ୍ଭବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

Comments (0)
Add Comment