ଭୁବନେଶ୍ୱର: କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧି ଓ ଜନ ବିରୋଧି ନୀତି ବିରୁଦ୍ଧରେ କେନ୍ଦ୍ରୀୟ ଶ୍ରମିକ ସଂଘ ଓ ବିଭିନ୍ନ ଫେଡେ଼ରସନ ତରଫରୁ ସାରା ଭାରତବର୍ଷରେ ଅସହଯୋଗ ଆନ୍ଦୋଳନ ଓ ଧାରଣା କାର୍ଯ୍ୟକ୍ରମ ଅନୁଯାଇ ଆଜି ରାଜଧାନୀ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଂଟିନ ଛକରେରେ ସବୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ଧାରଣା ଓ ପ୍ରତିବାଦ କରାଯାଇଛି । ମୋଦୀ ସରକାର ଏକ ତରଫାଭାବେ ସମସ୍ତ ଶ୍ରମ ଆଇନକୁ ବାତିଲ କରି ଚରୋଟି ଲେବରକୋଡର଼୍ରେ ପରିଣତ କରିବା, ଉତର ପ୍ରଦେଶ, ମଧ୍ୟ ପ୍ରଦେଶ, ଗୁଜୁରାଟ ଭଳି ରାଜ୍ୟରେ ସମସ୍ତ ଲେବର ଆଇନକୁ ବାତିଲକରିବା, ଓଡ଼ିଶା ରାଜ୍ୟ ସରକାର ୩୦୦ କର୍ଯ୍ୟନ୍ତ କାର୍ଯ୍ୟକରୁଥିବା ଶ୍ରମିକ କାରଖାନାକୁ, ତାଲାବନ୍ଦ ଓ ଛଟେଇ ପାଇଁ ମାଲିକମାନଙ୍କୁ କ୍ଷମତା ଦେବା, ଦୈନିକ କାର୍ଯ୍ୟ ନିଘଂଟ ସମୟ ୮ ଘଂଟାରୁ ୧୨ ଘଂଟାକୁ ବୃଦ୍ଧି କରିବା, କୋଇଲା ଓ ରେଲେୱେକୁ ଘରୋଇକରଣ, ନିଳାଚର ଇସ୍ପାତ ଓ ଅନ୍ୟାନ୍ୟ ସରକାରୀ ଉଦ୍ୟୋଗ ଘରୋଇ କରିବା ବିରୁଦ୍ଧରେ ଏହି ପ୍ରତିବାଦ କରାଯାଇଛି । ଅନ୍ୟ ପକ୍ଷରେ କୋଭିଡ଼-୧୯ ସଂକ୍ରମଣ ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣଲୋକଙ୍କ ସୁରକ୍ଷା ଦେବା ଓ ପ୍ରବାସୀ ଶ୍ରମିକଙ୍କ ସମେତ ସମସ୍ତ ଶ୍ରମିକଙ୍କୁ ପ୍ରଥମେ ଟ. ୧୦୦୦୦ ଓ ପରବର୍ତୀ ୬ ମାସ ପର୍ଯ୍ୟନ୍ତ ୭୫୦୦ ଟଙ୍କା ଦେବା ଓ ୬ ମାସ ପର୍ଯ୍ୟନ୍ତ ଦେବା ଓ ମୁଣ୍ଡପିଛା ୧୦ କେ.ଜି ଚାଉଳ ଦେବା ସମସ୍ତ ପ୍ରବାସୀ ଶ୍ରମିକମାନଙ୍କୁ କ୍ୱରାଂଟାଇନ ସମୟ ଟ. ୨୦୦୦ ଓ ବିଦେଶୀ ପ୍ରବାସୀ ଶ୍ରମିକମାନଙ୍କ ଟ ୧୫୦୦୦ ଦେବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିନାହାନ୍ତି । ଏଣୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ଏହି ଧାରଣା କରାଯାଇଛି ବୋଲି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ସଭାପତି ଡକ୍ଟର ରାମଚନ୍ଦ୍ର ଖୁଂଟିଆ କହିଛନ୍ତି ।