ଶ୍ରମିକ ବିରୋଧୀ ଓ ଶ୍ରମକୋଡ୍ ବାତିଲ୍ ଦାବିରେ ବିକ୍ଷୋଭ

ଭୁବନେଶ୍ୱର: ଏଆଇସିସିଟିୟୁ ପକ୍ଷରୁ ଶ୍ରମିକ ବିରୋଧୀ ଓ ଶ୍ରମ କୋଡ଼ ବାତିଲ୍ କରିବା ନେଇ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ସେପ୍ଟେମ୍ବର ୧୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଶ୍ରମିକ ଅଧିକାର ଅଭିଯାନ ଏଆଇସିସିଟିୟୁ ପକ୍ଷରୁ ଦେଶବ୍ୟାପୀ କରାଯିବ । ସରକାର ୮ ଘଣ୍ଟା କାର୍ଯ୍ୟ ଦିବସକୁ ୧୨ ଘଣ୍ଟାକୁ ବାତିଲ୍ କରିବା, ଶ୍ରମ କୋଡ୍କୁ ବାତିଲ୍ କରିବା ଓ ଶ୍ରମିକମାନଙ୍କ ଅଧିକାରକୁ ସୁରକ୍ଷା ଦେବା ସହିତ ମୋଦି ସରକାରର ଶ୍ରମିକ ବିରୋଧୀ ଓ ଜନବିରୋଧୀ ନୀତି ସମ୍ପର୍କରେ ବ୍ୟାପକ ଅଭିଯାନ କରାଯିବ ବୋଲି ଏଆଇସିସିଟିୟୁର ରାଜ୍ୟ ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା ପ୍ରକାଶ କରିଛନ୍ତି । ଅପରପକ୍ଷରେ ଦେଶର ଲାଭଜନକ ଉଦ୍ୟୋଗକୁ କର୍ପୋରେଟ କମ୍ପାନୀ ହାତକୁ ଟେକିଦେବା, ରେଳବାଇର ଘରୋଇକରଣ କରାଯିବା ଏହି ଅଭିଯାନ ମାଧ୍ୟମରେ ଶ୍ରମଜୀବି ଜନଗଣଙ୍କୁ ଅବଗତ କରାଇବା ସହିତ ମୋଦି ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ଏକ ଶକ୍ତିଶାଳୀ ଶ୍ରମଜୀବି ଆନେ୍ଦାଳନ ଗଢି ତୋଳିବାକୁ ଏଆଇସିସିଟିୟୁର କାର୍ଯ୍ୟକାରୀ ସଭାପତି ତଥା ପ୍ରାକ୍ତନ ବିଧାୟକ ରାଥାକା ନ୍ତ ସେଠି ଆହ୍ୱାନ ଦେଇଛନ୍ତି । ଏହି ପ୍ରତିବାଦରେ ଏଆଇସିସିଟିୟୁର ଉପସଭାପତି ବଂଶୀଧର ପରିଡ଼ା, ସମ୍ପାଦକ ମାନସ ପ୍ରଧାନ, ସଫେଇ କର୍ମ·ରୀ ସଂଗଠନର ଶଙ୍କର ନାୟକ ଓ ଉପେନ୍ଦ୍ର ସାହୁ ଉପସ୍ଥିତ ରହି ଅଭିଯାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

Comments (0)
Add Comment