‘ଶ୍ୟାମଳ ସୁବର୍ଣ୍ଣ’ ଦଶମ ସଂଖ୍ୟା ପ୍ରକାଶିତ

ଭୁବନେଶ୍ୱର: ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଭାବେ ବେଶ ଜଣାଶୁଣା । ତିନିଥର କୃଷିକର୍ମଣ ପୁରସ୍କାରରେ ବି ପୁରସ୍କୃତ । ଏହାରି ଭିତରେ ମେଂଚାଏ ନୂତନତାର ସମ୍ଭାର ଓ କିଛି ନୂତନ ଚେତନାକୁ ସାଥୀ କରି ୨୦୧୮ ଏପ୍ରିଲ ୧ରେ ପ୍ରକାଶ ପାଇଥିଲା କୃଷି ପତ୍ରିକା ଶ୍ୟାମଳ ସୁବର୍ଣ୍ଣ । ଆଜି ସଫଳତାର ସହ ଏହା ଦୁଇ ବର୍ଷ ଅତିକ୍ରମ କରିଛି । ଚାଷୀ ଓ ଚାଷର ମହାର୍ଘ୍ୟ ଅନୁଭୂତିକୁ ସାରା ଓଡ଼ିଶାରେ ବଖାଣିବାରେ ସଫଳ ହୋଇଛି । ଯୁବକୃଷି ବିଜ୍ଞାନୀ ମାନଙ୍କ ଦ୍ୱାରା ସମ୍ପାଦିତ ଏହି ପତ୍ରିକା ଏବେ ଚାଷୀକୁଳ ପାଖେ ବେଶ ଆଦରଣୀୟ । ବିଜ୍ଞାନର ଚକ୍ରବୃଦ୍ଧି ହାର ସହିତ କୃଷି ବ୍ୟବସ୍ଥାର ପରିପାଟୀ ବି ଏବେ ବଦଳିବାରେ ଲାଗିଲାଣି । ପାରଳାଖେମୁଣ୍ଡି ସ୍ଥିତ ସେଂଚୁରିଆନ କୃଷି ବିଶ୍ୱବିଦ୍ୟାଳୟର ଚତୁର୍ଥ ବର୍ଷର ଛାତ୍ର ଛାତ୍ରୀ ମାନେ ଏପ୍ରିଲ ମାସ ୧ ତାରିଖ , ୨୦୧୮ ମସିହାରେ ଆରମ୍ଭ କରିଥିଲେ ଏହି ତ୍ରୈମାସିକ କୃଷି ଭିତିିକ ପତ୍ରିକା । ଶ୍ୟାମଳ ସୁବର୍ଣ୍ଣର ଦଶମ ସଂଖ୍ୟା ପ୍ରକାଶିତ ହୋଇଯାଇଛି । କରୋନାର କାୟାରେ ସାରା ବିଶ୍ୱ କବଳିତ ହୋଇଥିବା ବେଳେ ଏହାକୁ ଅନଲାଇନ ଇ ମ୍ୟାଗାଜିନ ଭାବେ ପ୍ରକାଶ କରାଯାଇଛି । ଶ୍ୟାମଳ ସୁବର୍ଣ୍ଣ ସମ୍ପାଦକ ଡ଼ି ଶୁଭମଙ୍କ କହିବା ଅନୁସାରେ ୱେବସାଇଟରେ ମଧ୍ୟ ଏକ ନୂତନ ଭାବେ ଅତିଥି ବିଭାଗ ସ୍ତମ୍ଭ ଲୋକାର୍ପିତ ହୋଇଛି । ଖୁବ କମ ଦିନ ମଧ୍ୟରେ ଅନଲାଇନରେ ପାଠକଙ୍କ ସଂଖ୍ୟା ୧୫ହଜାରରୁ ଉର୍ଦ୍ଧ୍ଵ ହୋଇ ବେଶ ପାଠକୀୟ ଆଦୃତି ସାଉଁଟିଛି ।

Comments (0)
Add Comment