ଷଣ୍ଢ ଚୋରା ଚାଲାଣ : ଗାଡିଛାଡି ଦୁବୃତ ଫେରାର

କଟକ: ନିଆଳୀ ଥାନା ଅଞ୍ଚଳରେ ଗତ କିଛିଦିନ ଧରି ମେଣ୍ଢା, ଛେଳି, ଗାଇ ଚୋରାଚାଲାଣ ବୃଦ୍ଧି ପାଉଥିବାବେଳେ ଷଣ୍ଢ ଚୋରା ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ୱାରା ଅଟକ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗ୍ରାମବାସୀଙ୍କ ଦ୍ୱାରା ଗାଡି ଅଟକ ହେବା ପରେ ଗାଡି ଛାଡି ଦୁର୍ବୁତ ଫେରାର ହୋଇଯାଇଛି । ନିଆଳୀ ପୋଲିସ୍ ଷଣ୍ଢ ବୋଝେଇ ବୋଲେରୋ ମାକ୍ସ ଟ୍ରକ୍କୁ ଜବତ କରି କରିଛି ତନାଘନା । ଖବରରୁ ପ୍ରକାଶ ଦିର୍ଘ ଦିନ ଧରି ନିଆଳୀ ଅଂଚଳରୁ ମେଣ୍ଢା, ଛେଳି, ଗାଇ ଓ ଷଣ୍ଢ ବ୍ୟାପକ ଚୋରା ଚାଲାଣ ନେଇ ଅଭିଯୋଗ ହୋଇ ଆସୁଛି । ଏନେଇ ନିଆଳୀ ଥାନାରେ ବାରମ୍ବାର ଅଭିଯୋଗ ହୋଇଥିଲେ ସୁଦ୍ଧା ଏହି ଚୋରୀ ଥମିବାର ନାଁ ଧରୁନି । ଶନିିବାର ରାତି ପ୍ରାୟ ୧୧ଟା ସମୟରେ ଥାନା କଲୋନୀ ପାଶ୍ୱ ନିଆଳୀ ବାଲିକୁଦା ବସ୍ତି ଦେଇ ଏକ ଷଣ୍ଢ ବୋଝେଇ ବୋଲେରୋ ମ୍ୟାକ୍ସ ଟ୍ରକ୍ ନଂ-(ଓଆର ୨୯-୦୪୨୭) ଯାଉଥିବାଦେଖି ଏହି ଗ୍ରାମବାସୀ ଗାଡିକୁ ଅଟକାଇ ନିଆଳୀ ପୋଲିସ୍କୁ ଖବର ଦେଇଥିଲେ । ଏହି ସମୟରେ ଚୋରାଚାଲାଣରେ ସମ୍ପୃକ୍ତ ଦୁର୍ବୁତ ଗାଡି ଛାଡି ଫେରାର ହୋଇ ଯାଇଥିଲେ । ଖବର ପାଇ ନିଆଳୀ ପୋଲିସ୍ ଘଟଣା ସ୍ଥଳରେ ପହଂଚି ଷଣ୍ଢ ସହ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଏହି ଷଣ୍ଢ ସହିତ ବୁଲୁଥିବା ଆଉ ଦୁଇଟି ଷଣ୍ଢଙ୍କ ପତା ମିଳୁନି ପୂର୍ବରୁ ଦୁର୍ବୁତ ଷଣ୍ଢ ୨ଟିକୁ ଚାଲାଣ କରିନେଇଥିବା ସାଧାରଣରେ ଆଲୋଚନା ହେଉଛି । ଏହି ଘଟଣା ଉପରେ ପୋଲିସ୍ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ସମ୍ପୃକ୍ତ ଅଭିଯୁକ୍ତ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନନେଲେ ଆଗାମି ଦିନରେ ଦଙ୍ଗା ହେବା ଭଳି ପରିସ୍ଥିତିକୁ ଏଡାଇ ହେବନାହିଁ । ଏହି ଘଟଣାକୁ ନେଇ ଆଜି ରବିବାର ନିଆଳୀ ବିଜେପି, ଆରଏସ୍ ଏସ୍, ବଜରଙ୍ଗ ଆଦିଙ୍କ ପକ୍ଷରୁ ଓ ସମ୍ପୃକ୍ତ ଗ୍ରାମବାସୀଙ୍କ ପକ୍ଷରୁ ନିଆଳୀ ଥାନାରେ ଲିଖିତ ଭିନ୍ନ ଭିନ୍ନ ଅଭିଯୋଗ କରାଯିବା ସହ ନିଆଳୀ ପୋଲିସ୍ କୋଭିଡ୍ ପଜେଟିଭ୍ ଆଳରେ ତଦନ୍ତକୁ ସିଥିଳ କରି ଅଭିଯୁକ୍ତଙ୍କୁ ସୁରକ୍ଷା ଦିଆଯିବା ନିମନ୍ତେ ସୁଚିନ୍ତିତ ଯୋଜନର କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ସେହିପରି ଏହି ଗୋଚାଲାଣକାରୀ ମାନେ ରହିଲେ ସ୍ଥାନୀୟ ଅଞ୍ଚଳରେ ଗୋସମ୍ପଦ ଧ୍ୱସଂ ହେବା ସହ ଗୋ ସମ୍ପଦ ଉପରେ ନିର୍ଭର କରୁଥିବା ବ୍ୟକ୍ତି ବିଶେଷ ମାନେ ସେମାନଙ୍କ ଜୀବିକା ହରାଇବେ ଏଥିସହିତ ସ୍ଥାନୀୟ ଅଞ୍ଚଳରେ ସମ୍ପ୍ରଦାୟିକ ଉତ୍ତେଜନା ସଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ଘଟଣାକୁ ନେଇ ଗୋପ୍ରେମୀ ଓ ଶୈବ ଭକ୍ତ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗ ନକଲ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ କଟକ, ସଦର ଏସ୍ ଡି ପିଓ ଅଡଶପୁରରଙ୍କ ଅବଗତି ନିମନ୍ତେ ପ୍ରେରଣ କରାଯାଇଛି ।

Comments (0)
Add Comment