ଭୁବନେଶ୍ୱର: ରାଜଧାନୀରେ ଏକ ଅତ୍ୟାଧୁନିକ ଷ୍ଟେଟ୍ ଅଫ୍ ଦି ଆର୍ଟ ପରୀକ୍ଷାଗାର ନିର୍ମାଣ କରିବା ଲାଗି ପ୍ରାୟ ୫ ବର୍ଷ ତଳେ ନିଷ୍ପତି ନେଇଥିଲା ସ୍ୱାସ୍ଥ୍ୟ ବିଭାଗ । ହେଲେ ଆଜି ପର୍ଯ୍ୟନ୍ତ ଏଥିରେ ଇଟା ଣଣ୍ଡେ ବି ଯୋଡି ହୋଇପାରିଲା ନାହିଁ । ପ୍ରଥମେ ୟୁନିଟ୍-୪ ସ୍ଥିତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ପରବର୍ତୀ ସମୟରେ କ୍ୟାପିଟାଲ ହସ୍ପିଟାଲରେ ଏହାକୁ ନିର୍ମାଣ କରିବା ଲାଗି ଯୋଜନା ହୋଇଥିଲା । ହେଲେ ସରକାରୀ ଆନ୍ତରିକାତା ଅଭାବ ଯୋଗୁଁ ଏହା କେବଳ ଯୋଜନାରେ ହିଁ ସୀମିତ ରହିଛି । ଏବେ କେଉଁଠାରେ ଏହାକୁ ନିର୍ମାଣ କରାଯିବ ସେ ନେଇ କିଛି ନିଷ୍ପତି ନେଇପାରୁନି ବିଭାଗ । ରାଜ୍ୟରେ ଏବେ କୌଣସି ଷ୍ଟେଟ୍ ଅଫ୍ ଦି ଆର୍ଟ ପରୀକ୍ଷାଗାର ନାହିଁ । ପରୀକ୍ଷାଗାର ନିର୍ମାଶ ପଛରେ ମୁଖ୍ୟ ଉଦେ୍ଧଶ୍ୟ ରହିଥିଲା, ଆରଏମ୍ଆରସି ଉପରୁ କମାଇବା । ରାଜ୍ୟରେ ଯେକୌଣସି ଜଟିଲ ରୋଗର ପରୀକ୍ଷା ପାଇଁ ଆରଏମ୍ଆରସି ଭୁବନେଶ୍ୱର ଉପରେ ନିର୍ଭର କରିବାକୁ ପଡୁଛି । ତେଣୁ ରାଜ୍ୟ ସରକାର ନିଜସ୍ୱ ଏକ ଅତ୍ୟାଧୁନିକ କରିଥା’ନ୍ତି । ପରୀକ୍ଷାଗାରରେ ଜାପାନିଜ୍ ଏନସେଫାଲାଇଟିସ୍, ଚିକିନ୍ଗୁନିଆ, ସ୍ୱାଇନ୍ ଫ୍ଲୁ ଭଳି ଅନ୍ୟ ରୋଗର ଚିହ୍ନଟ ହେବାରେ ଏହାର ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଥିଲା ଏପରିକି ଚଳିତ କରୋନା ମହମାରୀ ସମୟରେ ଏହି ପରୀକ୍ଷାଗାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥା’ନ୍ତା । ପ୍ରାଥମିକ ପର୍ଯ୍ୟାୟରେ ପରୀକ୍ଷାଗାରରେ ଭାଇରୋଲୋଜି, ପାଥୋଲୋଜି, ବାଇଓକେମିଷ୍ଟ୍ରି ଭଳି ପରୀକ୍ଷାର ସୁବିଧା ଯେପରି ମିଳିପାରିବ, ସେଥିପାଇଁ ନିଷ୍ପତି ହୋଇଥିଲା । ପରବର୍ତୀ ସମୟରେ ଏହାର ଅନ୍ୟ ଶାଖାଗୁଡ଼ିକର ମଧ୍ୟ ବୃଦ୍ଧି କରିବାର ଯୋଜନା ରହିଥିଲା । ପରୀକ୍ଷାଗାରେ ପ୍ଲାନ୍ ପ୍ରସ୍ତୁତ ହୋଇସାରିଛି, ହେଲେ ଏହାର ନିର୍ମାଣ କାର୍ଯ୍ୟ ପର୍ଯ୍ୟନ୍ତ ମଧ୍ୟ ଆଗେଇ ପାରିନାହିଁ । ପ୍ରାଥମିକ ପର୍ଯ୍ୟାୟରେ ୟୁନିଟ୍-୪ ସିଏଚ୍ସିରେ ଏହାକୁ ନିର୍ମାଣ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଜନା କରାଯାଇଥିଲା । ମାତ୍ର ୭/୮ ମହଲା ବିଶିଷ୍ଟ ଏକ ବିଲ୍ଡିଂ ପାଇଁ ସେଠାରେ ଜାଗାର ଅଭାବ ଯୋଗୁଁ ଏହି ନିଷ୍ପତି କାଟ୍ ଖାଇଥିଲା । ପରବର୍ତୀ ସମୟର ଆର ଏମ୍ଆରସିର ଜଣେ ଅଧିକାରୀ ସମେତ ସ୍ୱାସ୍ଥ୍ୟ ବିଭାଗର ୩ ଜଣିଆ ଏକ ଟିମ୍ କ୍ୟାପିଟାଲ । ଫଳରେ ପରୀକ୍ଷାଗାର ନିର୍ମାଣ ଆଗେଇବା ନେଇ ଆଶା ସଂଚାର ହୋଇଥିଲା । ହେଲେ ଏହି ରିପୋର୍ଟ ଉପରେ କ’ଣ ପଦକ୍ଷେପ ନିଆଗଲା, ତାହା ଏବେ ବି ରହସ୍ୟଘେରେ ରହିଛି । ଏପରିକି କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଏହି ଅତ୍ୟାଧୁନିକ ପରୀକ୍ଷାଗାରକୁ ନିର୍ମାଣ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗରେ ଅଧିକାରୀ ଅମଙ୍ଗ ହେଉଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟତଃ ଜାଗା ପାଇଁ ପରୀକ୍ଷାଗାର ନିର୍ମାଣରେ ବିଳମ୍ବ ହୋଇଛି । ପରୀକ୍ଷାଗାରର ପ୍ଲାନ୍ ଅନୁସାରେ ୟୁନିଟ୍-୪ ସିଏଚ୍ସିରେ ଏହାର ନିର୍ମାଣ ସମ୍ଭବ ନୁହେଁ । ତେଣୁ ଚନ୍ଦକା ଅଂଚଳରେ ଏହି ପରୀକ୍ଷାଗାରକୁ ନିର୍ମାଣ କରିବା ଲାଗି ଏବେ ଯୋଜନା କରାଯାଉଛି । ତେଣୁ ଜାଗା ଯୋଗାଇଦେବା ଲାଗି ସାଧାରଣ ପ୍ରଶାସନ ବିଭାଗକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯିବ ବୋଲି ଜଣାପଡ଼ିଛି । ମାତ୍ର ଏପ ପର୍ଯ୍ୟନ୍ତ କିଛି ଠୋସ୍ ନିଷ୍ପତି ନିଆଯାଇ ନଥିବା ସୂଚନା ମିଳିଛି । ତେଣୁ ଜାଗା ଚିହ୍ନଟ ଓ ନିର୍ମାଣ କାର୍ଯ୍ୟ ଆହୁରି ବିଳମ୍ବ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।