ଭୁବନେଶ୍ୱର : ଷ୍ଟେଟ ବ୍ୟାଙ୍କ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ପରିଷଦ ଦ୍ଵାରା ଭାରତରତ୍ନ ଡଃ ଭୀମ ରାଓ ଆମ୍ବେଦକରଙ୍କର ୬୭ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହା ଉପଲକ୍ଷେ ପରିଷଦର ସଭାଧ୍ୟକ୍ଷ ଶ୍ରୀ ସୌରଭ ରଞ୍ଜନ ଦାସଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦ୍ର ଶେଖର ଶର୍ମା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ସଭାକୁ ଉଦ୍ଘାଟନ କରିଥିଲେ । ଶ୍ରୀଶର୍ମା ତାଙ୍କ ଅଭିଭାଷଣରେ ବ୍ୟାଙ୍କର ବିଭିନ୍ନ କଲ୍ୟାଣମୂଳକ କାର୍ୟ୍ୟ ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ଭୁବନେଶ୍ୱର ମଣ୍ଡଳ ନେଟୱର୍କ- ୧ ମହାପ୍ରବନ୍ଧକ ଶ୍ରୀ ପୋନ୍ନମବଲମ ମୁରୂଗନ , ନେଟୱର୍କ- ୨ ମହାପ୍ରବନ୍ଧକ ଶ୍ରୀ ଉତ୍ତମ କୁମାର ହାଜରା ଚୌଧୁରୀ , ମଣ୍ଡଲ ବିକାଶ ଅଧିକାରୀ ଶ୍ରୀ ମନୋଜ କୁମାର ସିଂ , ଭୁବନେଶ୍ୱର ପ୍ରଶାସନିକ କାର୍ୟ୍ୟାଳୟର ଉପ ମହାପ୍ରବନ୍ଧକ ଶ୍ରୀ ସଞ୍ଜୟ କୁମାର ଝା , ଉପ ମହାପ୍ରବନ୍ଧକ (ଡି ଆଣ୍ଡ ଟିବି ) ଶ୍ରୀ ଅମରେନ୍ଦ୍ର କୁମାର , ଭୁବନେଶ୍ଵର ମୁଖ୍ୟ ଶାଖା ପ୍ରବନ୍ଧକ ଶ୍ରୀମତୀ ସସ୍ମିତା ସାହୁ , ଅଧିକାରୀ ସଂଘ ସାଧାରଣ ସମ୍ପାଦକ ଶ୍ରୀ ଅରୁଣ କୁମାର ବିଶୋୟୀ , କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ଡଃ ଚିତ୍ତ ରଞ୍ଜନ ପଣ୍ଡା , ଅବସରପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ ଶ୍ରୀ ଉପେନ୍ଦ୍ର କୁମାର ଦାସ ଓ ସଭାପତି ଶ୍ରୀ ଗଣେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଷ୍ଟେଟ ବ୍ୟାଙ୍କ କର୍ପୋରେଟ ସାମାଜିକ ଦାୟିତ୍ଵପାଳନ କ୍ରମେ କୁନ୍ତଳା କୁମାରୀ ସାବତ କନ୍ୟା ଛାତ୍ରାବାସରେ ୨୦୦ଟି ଚାଦର ପ୍ରଦାନ କରାଯାଇଥିଲା । ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ପରିଷଦ ତରଫରୁ ଛାତ୍ରୀ କନ୍ୟାଶ୍ରମରେ ୧୧୦ ଟି ସ୍କୁଲ ବ୍ୟାଗ ଓ ଏକ ଆକ୍ଵାଗାର୍ଡ ପ୍ରଦାନ କରାଯାଇଥିଲା ।