ଯାଜପୁର ତା ୧୭.୬ (ନି.ପ୍ର) : ଯାଜପୁର ବ୍ଲକ ମାର୍କଣ୍ଡପୁର ପଂଚାୟତସ୍ଥିତ  ମାର୍କଣ୍ଡପୁର ହାଇସ୍କୁଲରେ ହୋଇଥିବା ସରକାରୀ ସଂଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ରଜ ଉତ୍ସବ ପାଳନ ହୋଇଯାଇଛି  । ମାର୍କଣ୍ଡପୁର ପଂଚାୟତ ସରପଂଚ ପ୍ରମିଳା ଯେନାଙ୍କ ସଂଯୋଜନାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଂଚାୟତବାସୀଙ୍କ ପକ୍ଷରୁ ପ୍ରବାସି ଅନ୍ତେବାସୀମାନଙ୍କୁ ରଜର ମହକ ପରସା ଯାଇଥିଲା   । ଏହି ଅବସରରେ ସଂଘରୋଧ କେନ୍ଦ୍ରର ପ୍ରବାସି ଅନ୍ତେବାସୀମାନଙ୍କୁ କଦଳୀ, ଆମ୍ବ, ମିଠା, ପୋଡପିଠା, କାକରା, ଆରିସା ପ୍ରଭୃତି ସୁସ୍ୱାଦୁ ଖାଦ୍ୟ ପରସାଯାଇ ସେମାନଙ୍କୁ ରଜ ପର୍ବର ଆନନ୍ଦ ଆଣି ଦେଇଥିଲେ  । ଏହି ଉପଲକ୍ଷେ ସ୍ଥାନୀୟ  ପାଲା ଗାୟକ ବିକ୍ରମ କେଶରୀ ମିଶ୍ର ଓ ସାଥି କଳାକାର ସଂଘରୋଧ କେନ୍ଦ୍ରରେ କରୋନା ସଚେତନତା ଉପରେ ପାଲା ପରିବେଶଣ କରି ଅନ୍ତେବାସୀମାନଙ୍କୁ ସଚେତନତା କରାଇଥିଲେ  । 
ସଂଘରୋଧ କେନ୍ଦ୍ରରେ ରଜ ଉତ୍ସବ ପାଳନ ଅବସରରେ ସମାଜସେବୀ ତୁଷାରକାନ୍ତ ରାଉତରାୟ, ସମିତିସଭ୍ୟ ଭରତ ଯେନା, ଅଶୋକ ଦାସ ଫାଉଣ୍ଡେସନ୍ର ସଭ୍ୟ ପ୍ରତାପ ଯେନା, ବିକ୍ରମଜିତ୍ ଜେନା, ନକୁଳ ଯେନା, ସାମାଜସେବୀ ସର୍ବେଶ୍ୱର ସାହୁ, ସ୍ୱାସ୍ଥ୍ୟ ପରିଦର୍ଶକ ଶ୍ରୀବତ୍ସ ନାୟକ, ସ୍ୱାସ୍ଥ୍ୟ କର୍ମୀ ସୁଲୋଚନା ମଲ୍ଲିକ, ଆଶାକର୍ମୀ ସାବିତ୍ରୀ ସାମଲ, ଟିଏମସି ଇନ୍ଚାର୍ଜ ନକୁଳ ଜେନା, ନୋଡାଲ ଅଧିକାରୀ ପର୍ଶୁରାମ ତ୍ରିପାଠୀ ପ୍ରମୁଖ ସହଯୋଗ କରି ଅନ୍ତେବାସୀମାନଙ୍କ ମନରେ ରଜ ପର୍ବର ଆନନ୍ଦ ଆଣି ଦେଇଥିଲେ  ।