ପୁରୀ: ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସଂଗ୍ରହାଳୟରେ ରଖାଯିବ ତିନିରଥ । ବୁଧବାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏଥିପାଇଁ ଖୁବଶୀଘ୍ର ଏକ ବୈଷୟିକ କମିଟି ଗଠନ କରାଯିବା ସହ ଭିତିଭୂମି ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟ ପ୍ରଶାସନ ଡଃ କ୍ରିଷନ କୁମାର ପ୍ରକାଶ କରିଛନ୍ତି । ଜଜନ୍ନାଥ ବଲ୍ଳଭ ମଠରେ ସଂଗ୍ରହାଳୟ ପାଇଁ ପ୍ଲାନ ଅନୁମୋଦନ ହୋଇସାରିଥିବା ସେ ସୂଚନା ଦେଇଛନ୍ତି । ଆବଶ୍ୟକ ସ୍ଥଳେ ନଷ୍ଟ ହେଇଥିବା କାଠଗୁଡ଼ିକ ପରିବର୍ତନ କରାଯିବ ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶୀ ନିଯୋଗ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ପ୍ରତ୍ୟେକ ବର୍ଷ ରଥଯାତ୍ରା ଶେଷହେବ ପରେ ରଥଗୁଡ଼ିକୁ ଭଙ୍ଗାଯାଇ ମହାପ୍ରସାଦ ପ୍ରସ୍ତୁତିରେ ଜାଳେଣି ଭାବେ ବ୍ୟବହାର କରାଯାଏ । ଚଳିତବର୍ଷ ରଥଗୁଡ଼ିକ ଭଙ୍ଗାନଯାଇ ସଂରକ୍ଷଣ କରିବାକୁ ମନ୍ଦିର ପ୍ରଶାସନ ସ୍ଥିର କରିଚନ୍ତି । ମହାରଣା ସେବକଙ୍କ ସହ ବୁଧ ବାର ଏ ସମ୍ପର୍କରେ ଆଲୋଚନା କରାଯାଇଛି । ଏହି ନିଷ୍ପତି କାର୍ଯ୍ୟକାରୀ ହେଲେ ବର୍ଷ ତମାମ ପୁରୀ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନେ ଦାରୁବ୍ରହ୍ମଙ୍କ ତିନିରଥ ଦେଖିବାରୁ ସୁଯୋଗ ପାଇପାରିବେ । ମନ୍ଦିର ପ୍ରଶାସନରେ ଏହା ଆଉ ଏକ ନୂଆ ଇତିହାସ ସୃଷ୍ଟିକରିବ । ସେହିପରି ଶ୍ରୀମନ୍ଦିର ସେବାକଙ୍କ ପାଇଁ ୩୦ ଶର୍ଯ୍ୟା ବିଶିଷ୍ଟ କୋଭିଡ କେୟାର କେନ୍ଦ୍ର ଏବଂ ୧୫ ଶର୍ଯ୍ୟା ବିଶିଷ୍ଟ କୋଭିଡ ହାସପାତାଳ ନିମନ୍ତେ ବୁଧବାର ବୈଠକରେ ସ୍ଥିର କରାଯାଇଛି । ପୁରୀର ଏକ ହୋଟେଲକୁ ଚୁକ୍ତିଭିତିକ ଭାବେ ଭଡ଼ା ନିଆଯାଇ ସେବକଙ୍କ ପାଇଁ ସେଠାରେ କୋଭିଡ କେୟାର କେନ୍ଦ୍ର କରାଯିବ ବୋଲି ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଛନ୍ତି । ଶ୍ରୀମନ୍ଦିରର କୌଣସି ସେବକ ଯଦି କରୋନାରେ ସଂକ୍ରମିତ ହୁଅନ୍ତି କିମ୍ବା ସେମାନଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଏ ତାହାଲେ ସେମାନଙ୍କୁ ସେଠାରେ ଚିକିତ୍ସା କରାଯିବ । ଏଥିପାଇଁ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ନିୟାଜିତ କରାଯିବ ।