ସଂସ୍କୃତି-ପରମ୍ପରା ଉପରେ କରୋନାର ମାଡ!

ବାଲେଶ୍ୱର: ସମ୍ପ୍ରତି ମହାମାରୀ କରୋନାର କୟାବିସ୍ତାର ଦେଶର ଅର୍ଥନୀତି ସାଙ୍ଗକୁ ସାମାଜିକ ସ୍ଥିତ ଦୋହଲି ଦେଇଥିବା ବେଳେ ଏହାର ପ୍ରଭାବ ସାଂସ୍କୃତିକ କ୍ଷେତ୍ରରେ ବି ବେଶ୍ ଅନୁଭୁତ ହୋଇଛି । କରୋନା ପାଇଁ ସାମାଜିକ ଜୀବନରେ ଧୀର୍ଘବର୍ଷର୍ ଧରି ପାଳିତ ହୋଇ ଆସୁଥିବା ପ୍ରତ୍ୟେକଟି ପର୍ବ ପର୍ବାଣୀ ଚଳିତ ବର୍ଷ କେବଳ ବିଧିରକ୍ଷା ହୋଇଥିବା ଲକ୍ଷ୍ୟ କରାଯାଇଛି । ଅନୁରୂପ ଭାବେ ସମଗ୍ର ଦେଶରେ ପାଳିତ ହୋଇଆସୁଥିବା ପ୍ରଥମ ଉପ-ରାଷ୍ଟ୍ରପତି ସର୍ବପଲ୍ଲୀ ଡକ୍ଟର ରାଧାକ୍ରିଷ୍ଣନ୍ଙ୍କ ଜୟନ୍ତୀ ତଥା ଗୁରୁଦିବସ ଆଜି ଫିକା ପଡ଼ିଥିବା ଦେଖିବାକୁ ମିଳିଛି । ଭାରତୀୟ ସଂସ୍କୃତିର ମହାନ ଗୁରୁଶିଷ୍ୟର ପରମ୍ପରାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଶିକ୍ଷାନୁଷ୍ଠାନମାନଙ୍କରେ ପାଳିତ ହୋଇ ଆସୁଥିବା ଜନନାୟକଙ୍କ ଜୟନ୍ତୀ ଉତ୍ସବରେ ଚଳିତ ବର୍ଷ ବ୍ୟତିକ୍ରମ ଲକ୍ଷ୍ୟ କରାଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏବର୍ଷ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୂଜା କରି ନଥିଲେ । ସରକାରୀ ସ୍କୁଲମାନଙ୍କରେ ତ ଏହି ଉତ୍ସବ ପାଳିତ ହୋଇ ନଥିଲା , ମାତ୍ର ସରସ୍ୱତୀ ଶିଶୁ ମନ୍ଦିର ଭଳି ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ବିଧିରକ୍ଷା ଉଦ୍ଦେଶ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗୁରୁଦିବସ ପରିବର୍ତେ ରାଧାକ୍ରିଷ୍ଣନ୍ଙ୍କ ଜୟନ୍ତୀ ପାଳନ କରିଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସହରର ବାଲିଆ ସରସ୍ୱତୀ ଶିଶୁ ବିଦ୍ୟାବନ୍ଦିରରେ ଆଜି ସକାଳ ୯ଟାରେ କିଛି ଗୁରୁ ଗୁରୁମା ଓ ସ୍କୁଲ କର୍ତୃପକ୍ଷ ମିଳିତ ଭାବେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ପାଳନ କରିଥିଲେ । ଶିକ୍ଷକ ଶିକ୍ଷୟତ୍ରୀ ମାନେ ରାଧାକ୍ରୀଷ୍ଣନ୍ ଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରିବାସହ ତାଙ୍କର ଜୀବନାଦର୍ଶ ଓ ସ୍ମୃତି ଚାରଣ କରିଥିଲେ । କେହି ଛାତ୍ର ଛାତ୍ରୀ ସ୍କୁଲ ଆସିନଥିଲେ କି ଗୁରୁଙ୍କୁ ପୂଜା କରିନଥିଲେ । ନିରାଡ଼ାମ୍ବର ପୂର୍ଣ୍ଣ ଭାବରେ ଶେଷ ହୋଇଥିଲା ଏହି କାର୍ଯ୍ୟ । ପରଂପରାକୁ ରକ୍ଷା କରିବାକୁ ଯାଇ ଏହି କାର୍ଯ୍ୟ କରାଯାଇଥିବାର ସ୍କୁଲର ଉପାଧ୍ୟକ୍ଷ ତଥା ମୁଖ୍ୟ ଉପଦେଷ୍ଟା ଉପେନ୍ଦ୍ର ପାତ୍ର କହିଛନ୍ତି ।

Comments (0)
Add Comment