ସଡକ ସୁରକ୍ଷା ପାଳନ କଲା ଖୋର୍ଦ୍ଧା ପ୍ରେସ କ୍ଲବ

ଖୋର୍ଦ୍ଧା: ଦୀର୍ଘ ଏକ ମାସ ଧରି ପାଳନ ହେଉଥିବା ଷୋଡକ ସୁରକ୍ଷା ଜୀବନ ରକ୍ଷା କାର୍ଯ୍ୟକ୍ରମର ଅନ୍ତିମ ଦିନରେ ଖୋର୍ଦ୍ଧା ପ୍ରେସ କ୍ଲବ ପରିସର ମଧ୍ୟରେ ଅନୁଷ୍ଠିତ ହୋଇ ଏକ ଶୋଭା ଆୟୋଜନ ହୋଇଥିଲା । ସମସ୍ତ ସାମ୍ବାଦିକଙ୍କ ମିଳିତ ଉଦ୍ୟମରେ ଏହି ଜନ -ଚେତନା ଉତ୍ସବ ପାଳନ ହୋଇଥିବା ବେଳେ ଏହାର ମୁଖ୍ୟ -ଲକ୍ଷ୍ୟ ଥିଲା ବାଇକ ଆରୋହୀଙ୍କୁ ସଚେତନତା କରାଇବା ଏବଂ ବେଲ୍ଟ ପରିଧାନ କରାଇବା । ଯେଉ ବ୍ୟକ୍ତି ବିଶେଷ ବାଇକ ଚଳାଇବା ସମୟରେ ହେଲମେଟ ପିନ୍ଧୁ ନାହାନ୍ତି ତାଙ୍କୁ ବୁଝା -ସୁଝି କରି ହେଲମେଟ କୁ ବାଧ୍ୟ୍ୟ କରାଇବା,ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ଅତିରିକ୍ତ ଏସ ପି ଶ୍ରୀ ଅନାଦି ସେଠି, ମୁଖ୍ୟ ବକ୍ତା ଭାବେ ଏ ଆର ଟି ଓ ଶ୍ରୀ ଓରବିନ୍ଦ ନାୟକ, ଆଦର୍ଶ ଥାନାଧିକାରୀ ଶ୍ରୀ ସଂଜୟ ନାୟକ, ସଂସ୍କୃତି ଅଧିକାରୀ ଶ୍ରୀ ଓରବିନ୍ଦ ଚୌଧୁରୀ, ଖୋର୍ଦ୍ଧା ଏମ ଭି  ଆଇ.ଶ୍ରୀ ପାଇକରା, ତିନି ସାମ୍ବାଦିକ ସଂଘର ସଭାପତି ଗଣ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ । ସର୍ବ -ପ୍ରଥମେ ଜ଼ିଲ୍ଲା ପ୍ରେସ କ୍ଲବ ଠାରେ ଏକ ସଭା ଆୟୋଜନ କରି ସଡକ ସୁରକ୍ଷା ଉପରେ ବକ୍ତାମାନେ ଦୁଇପଦ ଅଭିଭାଷଣ ରଖିଥିଲେ। ସାମ୍ବାଦିକ ଭଵନ ପରିସରରୁ ଏକ ପଦଯାତ୍ରା କରି ଗାଡି -ଚାଳକ ମାନଙ୍କୁ ଫୁଲ ଉପହାର ଦେଇ ହେଲମେଟ କୁ ଆପଣଇବା ପାଈ ଉପଦେଶ ମାନ ଦେଇଥିଲେ । ଏହି ପଦ -ଯାତ୍ରାର ମୁଖ୍ୟ ଆକୋରଶୋନ ଥିଲେ ସିଗମା ପବ୍ଲିକ ସ୍କୁଲର କୁନି କୁନି ଛାତ୍ର -ଛାତ୍ରୀ ବୃନ୍ଦ ଏବଂ ପଚାଶ ରୁ ଉର୍ଦ୍ଧ ସାମ୍ବାଦିକଗଣ. ସଭା ପରିଚାଳନା କରିଥିଲେ ସାମ୍ବାଦିକ ତପନ ନାୟକ, ପ୍ରକାଶ କୁମାର ହାତୀ, ଅବ୍ୟକ୍ତ ହରିହର ଖାଡ଼ଙ୍ଗା

Comments (0)
Add Comment