ଏରସମା : ଇଛାଶକ୍ତି,କଠିନ ପରିଶ୍ରମ, ଧର୍ଯ୍ୟ ଓ ଭଗବାନଙ୍କ ଆର୍ଶୀବାଦ ଥିଲେ, ମଣିଷ ସଫଳତାର ପାହାଚ ଅତିକ୍ରମ କରିଥାଏ। ଯେତେ ଝଡ଼ ଝଞ୍ଜା, ଅଭାବ ଅନଟନ ଆସିଲେବି ସେ ହାର ମାନି ନଥାଏ। ଏମିତି ଏକ ବ୍ୟକ୍ତିତ୍ବ ଇଂଜିନିୟର ଶ୍ୟାମସୁନ୍ଦର ସେଠୀ,ପିତା ସ୍ୱର୍ଗତ ବଟକୃଷ୍ଣ ସେଠୀ,ଏରସମା ବ୍ଲକ ଜିରାଇଲୋ ପଂଚାୟତ କିମିଲୋ ଗ୍ରାମରେ। ପିଲାଟି ବେଳେ ଅନେକ ଦୁଃଖ କଷ୍ଟ ସହି ପାଠ ପଢ଼ି, ବାପା ମା’ଙ୍କ ମନରେ ଖୁସି ଦେଇଛନ୍ତି। ତାଙ୍କର ସବୁବେଳେ ଉଚ୍ଚାଭିଳାଷ ରହିଅଛି। ସମାଜପାଇଁ କିଛି କାମ କରିବାର ସୁଯୋଗ ମିଳିଲେ ସେ ନିଜକୁ ଧନ୍ୟ ମନେ କରିବେ। ଇଂଜିନିୟର ପାସ କରି ପ୍ରଥମେ ପାରାଦୀପ ଫସପେଟ ଲିମିଟେଡ଼ରେ ଚାକିରକରି ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ସେଇଠୁ ସେ ଆଉ ପଛକୁ ଚାହିଁ ନାହାନ୍ତି। ସେ ଭାରି ମେଳାପୀ ,କ୍ରିକେଟ ଖେଳକୁ ଭଲ ପାଆନ୍ତି । ବ୍ୟାଟିଙ୍ଗ, ବୋଲିଂ, ଖେଳର ଧାରା ବିବରଣୀ ଓଡ଼ିଆ, ଇଂରାଜି, ହିନ୍ଦୀ, ବେଙ୍ଗଲୀ ଭାଷାରେ ଦେଇ ଦର୍ଶକଙ୍କ ମନକୁ କିଣିଥାନ୍ତି। ସେ ପିଲାଦିନର ସାଙ୍ଗ ସାଥିମେଳ କଥାକୁ ଏବେବି ମନେ ପକାନ୍ତି। ପାରାଦୀପରେ କିଛି ବର୍ଷ କାମ କଲାପରେ ବିଭିନ୍ନ ସଂଗଠନ ସହିତ ଯୋଡି ହୋଇଥିଲେ। ତାଙ୍କୁ ଅନ୍ୟ ଇଣ୍ଡଷ୍ଟ୍ରିରେ ଚାକିରୀ କରିବାର ସୁଯୋଗ ଆସିଥିଲା ତେଣୁ ଗୋଟେ ପରେ ଗୋଟେ ଇଣ୍ଡଷ୍ଟ୍ରିରେ କାର୍ଯ୍ୟକରୀ ଦକ୍ଷତାର ସହିତ ଉଚ୍ଚପ୍ରଶଂସିତ ହୋଇଛନ୍ତି। ଦୀର୍ଘ ୩୦ ବର୍ଷର କାର୍ଯ୍ୟ ଦକ୍ଷତାରେ ମୁଖ୍ୟ ମ୍ୟାନେଜମେଣ୍ଟ ଦାୟିତ୍ୱରେ ରହି ସଫଳ ହୋଇଛନ୍ତି। ବଡ଼ ବଡ଼ ଇଣ୍ଡଷ୍ଟ୍ରି ମାନଙ୍କ ମଧରୁ ପାରାଦୀପ ଫସପେଟ ଲିମିଟେଡ଼, ଭୂଷଣ ଷ୍ଟିଲ ଲିମିଟେଡ଼- ଅନୁଗୁଳ, ଆଧୁନିକ ମେଟାଲିକ ଲିମିଟେଡ଼- ରାଉରକେଲା, ଶ୍ରୀ ଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ ବଡ଼ବିଲ, ବିରଜା ଷ୍ଟିଲ ଆଣ୍ଡ ଏନର୍ଜି ଲିମିଟେଡ଼ -ସମ୍ବଲପୁର ପ୍ରମୁଖ କମ୍ପାନୀ ମାନଙ୍କରେ ଜେନେରାଲ ମ୍ୟାନେଜର, ଭାଇସ ପ୍ରେସିଡେଣ୍ଟ, ପ୍ରେସିଡେଣ୍ଟ, ପ୍ଳାଣ୍ଟ ହେଡ଼ ଭଳି ଉଚ୍ଚ ପଦ ପଦବୀରେ କାର୍ଯ୍ୟକରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ବିଭିନ୍ନ କମ୍ପାନୀ ମାନଙ୍କରେ ଏନର୍ଜି ସେକ୍ଟର, ଷ୍ଟିଲ ସେକ୍ଟର ଏବଂ ଶ୍ରମିକ ମାନଙ୍କର ସମସ୍ୟା ସମ୍ପର୍କରେ ଅଭୁତପୁର୍ବ ଅଭିଜ୍ଞତା ରହିଅଛି। ସେ ପାରାଦୀପରେ ଥିଲାବେଳେ ପାରାଦୀପ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ଓ ଜଗତସିଂହପୁର ଜିଲ୍ଲା ଏସ.ସି /ଏସ.ଟି ସଂଗଠନରେ ସମ୍ପାଦକ ଭାବରେ କାର୍ଯ୍ୟ କରିଛନ୍ତି। ଛୋଟିଆ ଗାଁଟିରୁ ଏବଂ ଗରିବ ପରିବାରରୁ ଯାଇ ଏତେବଡ ମୁଖ୍ୟ ଦାୟିତ୍ୱରେ କାମ କରିବା ସବୁ ଭଗବାନଙ୍କ ଇଛା ଆଉ ନିଜର ଉଚ୍ଚାଭିଳାଷ ଯୋଗୁ ସମ୍ଭବ ହୋଇ ପାରିଛି।
ଇଂ.ଶ୍ୟାମସୁନ୍ଦର ସେଠୀଙ୍କ ହୃଦୟ ସବୁବେଳେ ଗରିବ ମାନଙ୍କ ସହାୟତା ଓ ପରିବେଶ ସୁରକ୍ଷା ପାଇଁ ପ୍ରୟାସ ଜାରି ରଖିଛନ୍ତି । ନିଜର କର୍ମମୟ ଜୀବନ ଭିତରେ ସମୟକୁ ବାଣ୍ଟି ସ୍ବେଛାସେବୀ ଅନୁଷ୍ଠାନରେ ବିଭିନ୍ନ ସମାଜ ସେବା କାର୍ଯ୍ୟ – ବୃକ୍ଷ ରୋପଣ,ଚକ୍ଷୁ ଚିକିତ୍ସା ଶିବିର, ରକ୍ତଦାନ ଶିବିର ଆଦି କାର୍ଯ୍ୟକ୍ରମ କରିଛନ୍ତି । ଇଂ ସେଠୀଙ୍କ ଆଉ ଗୋଟେ ବଡ଼ ଆଶା ରାଜନୀତିରେ ସାମିଲ ହୋଇ ସମାଜକୁ ସେବା ଯୋଗାଇଦେବା , ଗରିବ ଚାଷୀ ମୁଲିଆଙ୍କ ଦୁଃଖ ସୁଖରେ ଭାଗି ହୋଉ ନିଜକୁ ସମର୍ପଣ କରିବା ଆଶା ବାନ୍ଧିଛନ୍ତି ।ଏ ଆଶାକୁ ସାଧାରଣ ଜନତା ଓ ରାଜ୍ୟ ମୁଖ୍ୟ ସୁପ୍ରିମ ଗ୍ରହଣକରି ଆଗାମୀ ନିର୍ବାଚନରେ ସୁଯୋଗ ଦେଲେ ସେ ନିଜକୁ ଧନ୍ୟ ମନେକରିବେ।