ସବରେଜିଷ୍ଟ୍ରର ସସପେଣ୍ଡ

ପୁରୀ: ସରକାରୀ କାର୍ଯ୍ୟରେ ଅବହେଳା ଓ ଜନତାଙ୍କ କାର୍ଯ୍ୟ ସମାପନ କରିବାରେ ବିଳମ୍ବ ଯୋଗୁଁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ଗତ ଦୁଇମାସ ତଳେ ସବରେଜିଷ୍ଟ୍ରରଭାବେ ସୀତାଂଶୁ ଶେଖର ସାମଲ କାର୍ଯ୍ୟରେ ଯୋଗଦାନ କରିଥିଲେ । କାର୍ଯ୍ୟରେ ଯୋଗଦେବା ପରେ ଜନତାଙ୍କ କାର୍ଯ୍ୟ ତ୍ୱରିତଭାବେ ନକରିବା, ବିଭିନ୍ନ ଆଇନଜୀବିଙ୍କ କାର୍ଯ୍ୟ ବିଳମ୍ବିତ କରିବା ସହ କ୍ଷମତାପତ୍ରର ଅପବ୍ୟବହାର କରିଥିବା ବିଭିନ୍ନ ମହଲରୁ ଅଭିଯୋଗ ହୋଇଥିଲା । ଗତ ଦୁଇଦିନ ତଳେ ଜଣେ ଯୁବ ଆଇନଜୀବିଙ୍କ ଇସି ଦେବା ପାଇଁ ସାତଦିନ ବିଳମ୍ବ କରିବା ଓ ନଦେବା କାରଣରୁ ବହୁ ଯୁବ ଆଇନଜୀବି ଏ ସଂପର୍କରେ ସବରେଜିଷ୍ଟ୍ରର ଅଫିସରରେ ହୋ ହଲ୍ଲା କରିଥିଲେ । ଏ ସଂପର୍କରେ ମଧ୍ୟ ଏଡିଏମ ଓ ଜିଲ୍ଲାପାଳ ଜାଣିବାକୁ ପାଇଥିଲେ । ଏହାସହ ଅଫିସ ଷ୍ଟାପ୍ ଅଧିକାରୀଙ୍କ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରୁଥିଲେ । ବିଡ଼ା ବିଡା ଫାଇଲ ଦସ୍ତଖତ ନହୋଇ ପଡି ରହୁଥିଲ । ଯାହାଫଳରେ ସରକାର ଜନତାଙ୍କୁ ଖୁବ ଶୀଘ୍ର କାଗଜାତ ଦେବା ପାଇଁ କରିଥିବା ଆଇନକୁ ଉଲ୍ଲଘଂନ କରାଯାଇଥିଲା । ବିଭିନ୍ନ ଦିଗରୁ ବିଚାର କରି ଆଜି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ନିଲମ୍ବନ ଘଟଣା ଜାଣିବା ପରେ ପିଏଲଏଫ, ଭିଏଲଏଫ, ଯୁବ ଆଇନଜୀବି ଫୋରମ ତାଙ୍କ ନିଲମ୍ବନକୁ ସ୍ୱାଗତ କରିଛନ୍ତି । ଯୁବ ଆଇନଜୀବି ରାଧାଶ୍ୟାମ ମହାନ୍ତି, ରାମଚନ୍ଦ୍ର ମହାପାତ୍ର, ସୁରେନ୍ଦ୍ର କୁମାର ସାହୁ, କର୍ଣ୍ଣବୀର ମହାପାତ୍ର, ନଳିନୀକାନ୍ତ ନାୟକ ଆଦି ବହୁ ଆଇନଜୀବି ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ସବରେଜିଷ୍ଟ୍ରରଙ୍କ ନିଲମ୍ବନ ଘଟଣା ଗଣମାଧ୍ୟମ ଓ ବିଭିନ୍ନ ର୍କମଚାରୀଙ୍କ ଠାରୁ ଶୁଣି କାର୍ଯ୍ୟାଳୟରେ ଦସ୍ତଖତ କରୁଥିବା ସମୟରେ ହଠାତ୍ ପଳାଇଯାଇଥିଲେ । ଏହା ଦେଖି କର୍ମଚାରୀମାନେ ହତବାକ୍ ହୋଇ ଚାହିଁଥିଲେ ।

Comments (0)
Add Comment