ସବୁଜ କ୍ଲବ ୪୬ତମ ବାର୍ଷିକ ଉତ୍ସବ ଉଦଯାପିତ

ଭଦ୍ରକ : ଭଦ୍ରକ ଜିଲ୍ଲା ଚରମ୍ପା ପରସିଙ୍ଗା ସବୁଜ କ୍ଲବ ର ଚଳିତ ବର୍ଷ ୪୬ ତମ ବାର୍ଷିକ ଉତ୍ସବ ବେଶ୍ ଧୁମ୍ ଧାମରେ ପାଳନ ହୋଇଯାଇଛି। ଗତ ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଜାରି ରହିଥିଲା। ପ୍ରଥମ ଦିନ ଅର୍ଥାତ୍ ସୋମବାର ସନ୍ଧ୍ୟାରେ ବହୁ ଅତିଥି ଙ୍କୁ ନେଇ ଶୁଭାରମ୍ଭ ହେବା ସହ ଏକ ଡାନ୍ସ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେଇଥିଲା, ଦ୍ୱିତୀୟ ଦିନ ଅର୍ଥାତ୍ ଗତ କାଲି ସନ୍ଧ୍ୟାରେ ଅତିଥି ମାନନୀୟ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ମାନ୍ୟବର ବିଧାୟକ ସଂଜୀବ ମଲ୍ଲିକ ସହ ବହୁ ନେତା ଓ କର୍ମୀ ଙ୍କୁ ନେଇ କ୍ଲବ୍ ର ନୂତନ ସଭା ଗୃହ ଶୁଭ ଉଦ୍ଘାଟନ ହୋଇଥିଲା ଓ ହଜାର ହଜାର ଦର୍ଶକ ଙ୍କ ଭିଡ଼ରେ ଏକ ମେଲୋଡି ସନ୍ଧ୍ୟାର କାର୍ଯ୍ୟକ୍ରମ ରେ ଦର୍ଶକ ଭରପୁର ମଜା ନେଉଥିଲେ ଓ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ ପହଞ୍ଚି ଦର୍ଶକ ଙ୍କୁ ଆହୁରି ମତୁଆଲା କରିଥିଲେ। ଏହି କ୍ଲବ୍ 1977 ମସିହାରୁ ଆରମ୍ଭ ହୋଇଥିବା ବେଳେ ରାସ୍ତା ଘାଟ ଠାରୁ ଆରମ୍ଭ କରି ପୋଖରୀ ସଫା, ଗରିବଙ୍କୁ ସାହାଯ୍ୟର ହାତ ବଢ଼ାଇବା ଭଳି କାର୍ଯ୍ୟ କରି ଅନେକ ପ୍ରଶଂସା ସାଉଁଟି ପାରିଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ମାନନିୟା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ବରେଣ୍ୟ ଅତିଥି ବିଧାୟକ ସଞ୍ଜୀବ ମଲ୍ଲିକ, ସମ୍ମାନୀୟ ଅତିଥି ବ୍ଲକ୍ ଅଧକ୍ଷ ଉର୍ମିଳା ନାୟକ, ଜିଲ୍ଲା ପରିଷଦ ସଭ୍ୟ ପୂର୍ଣଶଶି ପାଣିଗ୍ରାହୀ, ବ୍ଲକ୍ ସଭାପତି ଭଦ୍ରକ ପ୍ରଫୁଲ୍ଲ ନାୟକ,ପୂର୍ବତନ ଏରେଇଁ ସରପଞ୍ଚ ରତ୍ନାକର ସାମଲ,ପୂର୍ବତନ ସମିତି ସଭ୍ୟ ପରସିଙ୍ଗା ପଞ୍ଚାୟତ ସସ୍ମିତା ମହାନ୍ତି, ଯୁବ ସମାଜ ସେବୀ ଶିଶିର ମିଶ୍ର,ସଭାପତି ରଘୁନାଥ ନାୟକ, ସଂପାଦକ ଅଜୟ ଧଳ, କୋସାଧକ୍ଷ କୃତି ବାସ ମହାନ୍ତି, ପ୍ରଦୀପ ମହାନ୍ତି, ପ୍ରିୟବ୍ରତ ନାୟକ, ରତ୍ନାକର ମହାନ୍ତି, ସୁଜିତ୍ ନାୟକ, ସନାତନ ବେହେରା, ଶମ୍ଭୁନାଥ ମହାନ୍ତି, ଲକ୍ଷ୍ମୀଧର ସାହୁ, ମୋନାନ ଖାଁ, ଚନ୍ଦ୍ରମଣି ସାହୁ, ଅମର ରଥ, ପ୍ରଶାନ୍ତ ବେହେରା, ଦୀପକ୍ ମହାନ୍ତି, ତପନ ମହାନ୍ତି ସମେତ ବହୁ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ। ଶେଷରେ କ୍ଲବ୍ ରେ ଆଗାମୀ ଦିନରେ କିପରୀ ଉନ୍ନତି ହେବ ଓ କଳା ସଂସ୍କୃତି ବଞ୍ଚିରହିବ ସେ ନେଇ ସମସ୍ତ ମେମ୍ବର ଦୃଷ୍ଟି ଦେବା ନେଇ କ୍ଲବ ର ସମ୍ପାଦକ ଅଜୟ ଧଳ ମତ ପ୍ରକାଶ କରିଥିଲେ।

Comments (0)
Add Comment