ସିନାପାଲି : ନୂଆପଡ଼ା ଜିଲ୍ଲା ମେହେର(ଭୁଲିଆ) ସମାଜର ୪୧ତମ ଜିଲ୍ଲା ସ୍ତରୀୟ ବାର୍ଷିକ ସମାବେଶ ସିନାପାଲି ବ୍ଲକ ଯୋଗିବାହାଲ ଠାରେ ଅନୁଷ୍ଠିତ ହୋଇଛି l ଜିଲ୍ଲାର ଚଉଦ ଗୋଟି ଗ୍ରାମ୍ୟ ସମାଜର କର୍ମକର୍ତ୍ତା ଓ ସଦସ୍ୟଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲା ସଭାପତି ବୈଶମ୍ପାୟନ ମେହେର ଅଧ୍ୟକ୍ଷତା କରିଥିଲେ l ପ୍ରାରମ୍ଭରେ ପ୍ରଭୁ ଜଗନ୍ନାଥ ଓ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ସମାବେଶର ଉଦଘାଟନ କରାଯାଇଥିଲା l ତରୁଣ କୁମାର ମେହେର ମଂତ୍ରପାଠ କରିଥିଲେ ତାପରେ ସ୍ଥାନୀୟ ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା l କାର୍ଯ୍ୟକ୍ରମରେ ବରିଷ୍ଠ ଉପଦେଷ୍ଟା ପୂର୍ଣ୍ଣଚଂଦ୍ର ମେହେର, ରାହାସ ବିହାରି ମେହେର, ଜୋନ୍ ସଂପାଦକ ନବୀନ ଚଂଦ୍ର ମେହେର, ଜିଲ୍ଲା ଉପସଭାପତି ହରିହର ମେହେର, କୌଶଲ୍ଯା ମେହେର, ରତ୍ନାକର ମେହେର, ତ୍ରିଲୋଚନ ମେହେର, ସଂପାଦକ ରୂପେଶ ଚଂଦ୍ର ମେହେର, ରାମେଶ୍ୱର ମେହେର, ଝର ମେହେର, ସଚ୍ଚିଦାନନ୍ଦ ମେହେର ପ୍ରମୁଖ ମଂଚାସିନ ଥିଲେ l ଏହି ଅବସରରେ ସମାଜର ପ୍ରତ୍ୟେକ ପରିବାର ଓ ବ୍ୟକ୍ତି ପରସ୍ପର ମଧ୍ୟରେ ଉତ୍ତମ ସଂର୍ପକ ରଖି ସମାଜ ପ୍ରତି ନିଜ ଦାୟିତ୍ୱକୁ ସଂପାଦନ କଲେ ଏକ ସମଭାବାପନ୍ନ ସମାଜ ଗଠନ ସହ ଏହା ସମାଜର ବିକାଶରେ ସହାୟକ ହେବ ବୋଲି ବକ୍ତାଗଣ ମତବ୍ୟକ୍ତ କରିଥିଲେ l ପ୍ରାରମ୍ଭରେ ଯୋଗିବାହାଲ ସଂପାଦକ ବାସୁଦେବ ମେହେର ଅତିଥି ପରିଚୟ ଦେଇଥିବା ବେଳେ ସଭାପତି କେଶିରାମ ମେହେର ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ l ସମାବେଶରେ ଜିଲ୍ଲାର ପ୍ରତ୍ୟେକ ଗ୍ରାମ୍ୟ କମିଟିର ସାମାଜିକ ସ୍ଥିତିର ସମିକ୍ଷା କରାଯାଇଥିବା ବେଳେ ଗ୍ରାମ୍ୟ କମିଟିମାନଙ୍କର ସଭାପତି ଓ ସଂପାଦକ ମାନେ ନିଜ ମତ ରଖିଥିଲେ l ଯୁବ ସଂଯୋଜକ ହିରାଧର ମେହେର, ବୈଷ୍ଣବ ମେହେର, ତରୁଣ କୁମାର ମେହେର, ରୂଷଭ ମେହେର, କୃଷ୍ଣଚଂଦ୍ର ମେହେର, ଆଲୋକ ମେହେର, ଗୁପ୍ତେଶ୍ୱର ମେହେର ସମାଜ ବିକାଶ ପାଇଁ ବିଶେଷ ମତ ଦେଇଥିଲେ l ଏହି ଅବସରରେ ସମାଜସେବୀ ପାଣ୍ତରୁ ମେହେର, ବୁଣାକାର ସିନ୍ଧୁ ମେହେର, ଓଏଏସ୍ ପ୍ରାପ୍ତ ହରେକୃଷ୍ଣ ମେହେର ଏବଂ ୨୦୨୧/୨୨ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ଭର ରଖିଥିବା କରିଶ୍ମା ମେହେର, ଲଳିତ ମୋହନ ମେହେର, ଭକ୍ତ ମେହେର, ବୈଶମ୍ପା ମେହେରଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମ ଆୟୋଜନରେ ସତ୍ଯ ମେହେର, ବୀର ମେହେର, ଶୁକ୍ରୁ ମେହେର, ପ୍ରେମଲାଲ ମେହେର, ଗୁଡ଼ୁ ମେହେର, କୃଷ୍ଣ ମେହେର, ଗଜାନନ ମେହେର, ରୂଷଭ ମେହେର, ଗୋକୁଲା ମେହେର, ଲଛମନ ମେହେରଙ୍କ ସହ ଯୋଗିବାହାଲ ଗ୍ରାମ୍ୟ କମିଟି ସହଯୋଗ କରିଥିଲେ l ଶେଷରେ ଝର ମେହେର ଧନ୍ୟବାଦ ଦେଇଥିଲେ l