ସରକାରଙ୍କ ୧୪ ହଜାର ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଏଆଇଡିଏସଓର ବିରୋଧ

ଭୁବନେଶ୍ୱର: ଓଡିଶା ସରକାରଙ୍କ ୧୪ହଜାର ୩ଶହ ୭୯ଟି ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବା ନିଷ୍ପତ୍ତିକୁ ଏ.ଆଇ.ଡି.ଏସ୍.ଓ ବିରୋଧ କରୁଛି ବୋଲି ଏ.ଆଇ.ଡି.ଏସ୍.ଓର ରାଜ୍ୟ ସଭାପତି ଗଣେଷ ତ୍ରିପାଠୀ, ସଂପାଦକ ସୁବାସ ନାୟକ ଏକ ପ୍ରେସ ବିବତ୍ତି ମାଧ୍ୟମରେ ଜଣାଇଛନ୍ତି । ଏହା ସରକାରଙ୍କ ଶିକ୍ଷାମାରଣ, ଶିକ୍ଷା ସଂକୋଚନର ନୀତିକୁ ସ୍ପଷ୍ଟ କରୁଛି । ଏଠାରେ ସୂଚନା ଯୋଗ୍ୟ ସରକାର ୨୦୧୮ ମସିହାରେ ରାଜ୍ୟର ୧୪୩୭୯ଟି ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଯାହାକୁ ୨୦୨୦/୨୧ ଶିକ୍ଷା ବର୍ଷରେ କାର୍ଯ୍ୟକାରୀ କରିବା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ସରକାରଙ୍କ ନିଷ୍ପତ୍ତି ଅନୁଯାଇ ଯେଉଁ ପ୍ରାଥମିକ ବିଦ୍ୟାଳୟରେ (୧ରୁ ୫ମ ଶ୍ରେଣୀ) ମୋଟ ୨୦ରୁ ୪୦ଜଣ ଛାତ୍ରଛାତ୍ରୀ ଅଛନ୍ତି ସେ ସ୍କୁଲକୁ ୧କି.ମି ପରିଧି ମଧ୍ୟରେ ଥିବା ଅନ୍ୟ ସ୍କୁଲ ସହିତ ମିଶ୍ରଣ କରିବେ । ସେହିପରି ଯେଉଁ ମାଧ୍ୟମିକ ବିଦ୍ୟାଳୟରେ (୬ରୁ ୮ମ) ମାତ୍ର ୫୦ଜଣ ଛାତ୍ରଛାତ୍ରୀ ଅଛନ୍ତି ସେ ସ୍କୁଲକୁ ୨କି.ମି ମଧ୍ୟରେ ଥିବା ସ୍କୁଲ ସହିତ ଏବଂ ଉଚ୍ଚ ମାଧ୍ୟମିକ (୮ରୁ ୧୦ମ) ଶ୍ରେଣୀରେ ୬୦ଜଣରୁ କମ୍ ଛାତ୍ରଛାତ୍ରୀଅଛନ୍ତି ତାକୁ ୩ କି.ମି ପରିଧି ମଧ୍ୟରେ ଥିବା ସ୍କୁଲ ସହିତ ମିଶ୍ରଣ କରାଯିବ । ଅର୍ଥାତ ସରକାର କ୍ଲୋଜର ଏବଂ ମର୍ଜର (ବନ୍ଦ ଏବଂ ମିଶ୍ରଣ) ନୀତି ଅବଲମ୍ବନ କରି ରାଜ୍ୟର ବିପର୍ଯ୍ୟସ୍ତ ସ୍କୁଲ ଶିକ୍ଷାକୁ ନ ସଜାଡି ପ୍ରାୟ ସମସ୍ତ ସରକାରୀ ସ୍କୁଲ ବନ୍ଦ କରି ସ୍କୁଲ ଶିକ୍ଷାକୁ ସଂପୂର୍ଣ୍ଣ ଘରୋଇକରଣ କରିବାର ରାସ୍ତାରେ ଅଗ୍ରସର ହେଉଛନ୍ତି । ଅଳ୍ପ ପିଲା ହେବାର କାରଣ ଦର୍ଶାଇ ସରକାର ଯେଉଁ ସ୍କୁଲ ବନ୍ଦର ନିଷ୍ପତ୍ତି ନେଇଛନ୍ତି ବାସ୍ତବରେ ଦେଖିବାକୁ ଗଲେ ସରକାର କ୍ରମାଗତ ଭାବେ ସରକାରୀ ସ୍କୁଲଗୁଡିକୁ ଅବହେଳା କରି ଘରୋଇ ଶିକ୍ଷାନୁଷ୍ଠାନକୁ ପ୍ରୋତ୍ସାହିତ କରିବା ହେତୁ ଆଜି ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା କମିଛି । ଆଜି ଯଦି ଦେଖାଯାଏ ରାଜ୍ୟରେ ୧୪ହଜାରରୁ ଉଦେ୍ର୍ଧା ଶିକ୍ଷକ ପଦବୀ ଖାଲି ପଡିଛି । ଅନ୍ୟପଟେ ପ୍ରାୟ ୭୪ ହଜାର ସିଟି, ବିଇଡି ପ୍ରଶିକ୍ଷିତ ଆଶାୟୀ ପ୍ରାର୍ଥୀ ନିଯୁକ୍ତି ପାଇଁ ଚାହିଁ ବସିଛନ୍ତି । ସରକାର ସରକାରୀ ସ୍କୁଲଗୁଡିକର ଭିତ୍ତି ଭୂମିର ବିକାଶ କରିବା ସହିତ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପରିବର୍ତ୍ତେ “ଶିରୋନାସ୍ତି ଶିର ପୀଡା ନ୍ୟାୟରେ” ୧୪୩୭୯ସ୍କୁଲ ବନ୍ଦର ନିଷ୍ପତ୍ତି ନେବା କେନ୍ଦ୍ର ସରକାରଙ୍କ ଶିକ୍ଷା ବିରୋଧୀ, ଶି୩ା ଧ୍ୱଂସକାରୀ, ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣର ଦ୍ୱାର ସଂପୂର୍ଣ୍ଣ ଉନ୍ମୁକ୍ତ କରିବାର ନୀଳ ନକ୍ସା ଜାତୀୟ ଶିକ୍ଷା ନୀତି-୨୦୨୦ର ପରିପୂରକ । ଯେଉଁଥିରେ ଦେଶୀ ବିଦେଶୀ ପୁଞ୍ଜିପତି, ଶିକ୍ଷା ବେପାରୀମାନଙ୍କ ପାଇଁ ଉଦ୍ଧିଷ୍ଟ ସର୍ବନିମ୍ନ ତିନି ହଜାର ପିଲା ସଂଖ୍ୟା ବିଶିଷ୍ଟ ବଡ ବଡ ସ୍କୁଲ କଂପ୍ଲେକ୍ସର ପରିକଳ୍ପନା ରହିଛି । ବାସ୍ତବରେ ଏତେ ସଂଖ୍ୟକ ସରକାରୀ ସ୍କୁଲ ବନ୍ଦ ହେଲେ ସାଧାରଣ ଗରୀବ ଘରର ପିଲାମାନଙ୍କ ପାଇଁ ସବୁଦିନ ଲାଗି ଶିକ୍ଷାର ଦ୍ୱାର ବନ୍ଦ ହୋଇଯିବ ।ସେମାନେ ମୋଟା ଅଙ୍କର ଫିସ୍ ଦେଇ ଘରୋଇ ଶିକ୍ଷାନୁଷ୍ଠାନରେ ପଢିାରିବେ ନାହିଁ ଏବଂ ଏପରିକି ସରକାରୀ ସ୍କୁଲ ଅନୁପସ୍ଥିତି ଫଳରେ ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ମନଇଚ୍ଛା ଫିସ୍ ଆଦାୟ କରିବେ । ତେଣୁ ସରକାର ଏହି ଶିକ୍ଷା ବିରୋଧୀ, ଶିକ୍ଷା ସଂକୋଚନକାରୀ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ସହିତ ସରକାରୀ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଶିକ୍ଷକ ନିଯୁକ୍ତି କରିବା ପାଇଁ ଏ.ଆଇ.ଡି.ଏସ୍.ଓର ରାଜ୍ୟ ସଭାପତି ଗଣେଷ ତ୍ରିପାଠୀ, ସଂପାଦକ ସୁବାସ ନାୟକ ଦୃଢ ଦାବୀ କରିଛନ୍ତି ।

Comments (0)
Add Comment