ସରକାରୀ ଜମି ଜବରଦଖଲର ତଦନ୍ତ

ଜୁନାଗଡ: କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ନିକଟସ୍ଥ ରିଷିଗାଁ ମୌଜାରେ ସରକାରୀ ଜମି ହଡପ ହୋଇଥିବା ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେବା ପରେ କଳାହାଣ୍ଡି ତହସିଲଦାର କ୍ଷୀରୋଦ ବିହାରୀ ଭରତ ନାଗ ଓ ସଦର ଆର୍ଆଇ ବୈକୁଣ୍ଠ ପାଣିଗ୍ରାହୀ ଜବରଦଖଲ ସ୍ଥାନରେ ପହଂଚି ତଦନ୍ତ କରିଛନ୍ତି । ଏଥିରେ ଆହୁରି ଅନେକ ଜବର ଦଖଲକାରୀ ସମ୍ପୃକ୍ତ ଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏନଇ ତୁରନ୍ତ ସବିଶେଷ ରିପୋର୍ଟ ପ୍ରଦାନ ପାଇଁ ସଦର ଆର୍ଆଇଙ୍କୁ ତହସିଲଦାର ନିଦେ୍ର୍ଧଶ ଦେଇଛନ୍ତି । ଏହି ଅଞ୍ଚଳରେ କେବଳ ୪ଟି ଗରିବ ପରିବାର ଥିବା ବେଳେ ବହୁ ବିତ୍ତଶାଳୀ ଲୋକ ଏକର ଏକର ଜାଗା ମାଡି ବସିଛନ୍ତି । ଜବରଦଖଲ ସଂଖ୍ୟା ଅଧିକ ଥିବା ଯୋଗୁଁ ଏହାର ଏକ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ସଦର ଆର୍ଆଇଙ୍କୁ ତହସିଲଦାର ନିଦେ୍ର୍ଧଶ ଦେଇଛନ୍ତି । ଭବାନୀପାଟଣା ସହରରେ ଭଳି ବହୁ ମୂଲ୍ୟବାନ ସରକାରୀ ଜମିକୁ ଲୋକେ ମାଡିବସି ଘରି କରିଥିଲେ ମଧ୍ୟ କୌଣସି କାର୍ଯ୍ୟନୁÂାନ ହେଉନଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି ।

Comments (0)
Add Comment