ସରପଂଚଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ୯୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଏମାନଙ୍କ ମଧ୍ୟରୁ ଭଦ୍ରକ ୨୮, ବାଲେଶ୍ୱର ୧୭, ଗଞ୍ଜାମ ୧୬, କଟକ ୧୨, ପୁରୀ ୭, କେନ୍ଦୁଝର ୪, ଖୋର୍ଦ୍ଧା ୩, ବଲାଙ୍ଗିର ୨, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ପ୍ରଥମଥର ପାଇଁ ସମ୍ବଲପୁର ଜିଲ୍ଲାକୁ ଡେଇଁଛି କରୋନା ଭୂତାଣୁ । ଆଜି ଚିହ୍ନଟ ହୋଇଥିବା ୯୧ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୮୭ ଜଣ କ୍ୱାରେଂଟାଇନ୍ ସେଂଟରର ବୋଲି ଜଣାପଡ଼ିଛି ।ସବୁଠାରୁ ସମ୍ବେଦନଶୀଳ କଥା ହେଉଛି ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସରପଂଚ ରହିଛନ୍ତି । ସେ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେପଟେ ଗତ ୨୪ ଘଂଟାରେ ରାଜ୍ୟରେ ରେକର୍ଡ ସଂଖ୍ୟାରେ ନମୂନା ପରୀକ୍ଷା ହୋଇଛି । ଗତ ୨୪ ଘଂଟାରେ ରାଜ୍ୟରେ ୫ ହଜାର ୮୩ ଜଣଙ୍କ ନମୂନା ପରୀକ୍ଷା ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ନମୂନା ପରୀକ୍ଷା ସଂଖ୍ୟା ୯୧ ହଜାର ୨୨୩କୁ ବୃଦ୍ଧି ହୋଇଛି ।

Comments (0)
Add Comment