ସହାୟକ ସଂପ୍ରସାରଣ କର୍ମିଙ୍କ ପ୍ରତିକ୍ଷଣ ଓ ସଚେତନତା କର୍ମଶାଳା

ଚମ୍ପୁଆ : କୃଷି ଜିଲ୍ଲା ଅଧିକାରୀ ଚମ୍ପୁଆ ସୌଜନ୍ୟରୁ ରାଜ୍ୟ ଯୋଜନା ୨୦୨୨-୨୩ ର ସହାୟକ ସଂପ୍ରସାରଣ କର୍ମିଙ୍କ ପ୍ରତିକ୍ଷଣ ଓ ସଚେତନତା କର୍ମଶାଳା କୃଷି ସୂଚନା ପରାମର୍ଶ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଛି । କୃଷିରେ ସଘନ ସଂପ୍ରସାରଣ ଅଭିଯାନ ଅନ୍ତର୍ଗତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ବ୍ଲକ ଚେୟାରମ୍ୟାନ ଶୁରେସ ଚନ୍ଦ୍ର ନାଏକ ଓ ଅନ୍ୟାନ୍ୟ ଅତିଥି ଭାବେ ଜିଲା କୃଷି ଅଧିକାରୀ ବିଜୟ କୁମାର ସ୍ୱାଇଁ, ମୃତିକା ସଂରକ୍ଷଣ ବିଭାଗର ଅଧିକାରୀ ରବିନ୍ଦ୍ର କୁମାର ସାହୁ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଏସ୍ ଶୁଭଲକ୍ଷ୍ମୀ, ପ୍ରାଣୀଧନ ଅଧିକାରୀ ଶିବ ଚରଣ ସିଂ, କୃଷି ଜିଲା ଅଧିକାରୀ ଚମ୍ପୁଆ ମନୋରଞ୍ଜନ ମଣ୍ଡଳ, ବ୍ଲକ କୃଷି ଅଧିକାରୀ ନୀଳମାଧବ ଦାସ, ସହକାରୀ କୃଷି ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶନି ମିଶ୍ର, ରମାମଣୀ ସାହୁ, ରତିକାନ୍ତ ମହାନ୍ତି, ରୁଦ୍ର ମାଧବ ନାଏକ ଯୋଡା ସହକାରୀ କୃଷି ଅଧିକାରୀ ପ୍ରମୁଖ ଯୋଗ ଦେଇ ସଂପ୍ରସାରଣ କର୍ମିମାନଙ୍କୁ କୃଷି ବିଷୟରେ ବିଭିନ୍ନ ଉପାଦେୟ ସୂଚନା ମାନ ପ୍ରଦାନ କରିଥିଲେ । କୃଷିର ଉନ୍ନତି ଦେଶର ଉନ୍ନତି ପରିପ୍ରେକ୍ଷିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚାଷୀ ମାନଙ୍କୁ ସାର, ବିହନ, ଧାନ ଚାଷ, ପନିପରିବା ଚାଷ ଆଦି ଉପରେ ସୂଚନା ଦେବା ସହିତ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୁପାୟନ କରିବା ପାଇଁ ପରାମର୍ଶ ପ୍ରଦାନ କରାଯାଇଥିଲା । ଚାଷି ମାନେ ଅଧିକ ଅମଳ କ୍ଷମ ଚାଷ କିପରି କରିପାରିବେ ତାହା ଉପରେ ପ୍ରଶିକ୍ଷଣ ଓ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଡା, ଚମ୍ପୁଆ ଓ ଝୁମ୍ପୁରା ବ୍ଲକର କୃଷକ ସାଥୀ, ଗ୍ରାମିଣ କୃଷିକର୍ମି, ଉଦ୍ୟାନ କୃଷିକର୍ମି ଓ ମୃତିକା ସଂରକ୍ଷଣକୁ ମିଶାଇ ୭୨ ଜଣ ସହାୟକ ସଂପ୍ରସାରଣ କର୍ମି ଯୋଗ ଦେଇଥିଲେ ।

Comments (0)
Add Comment