ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା


ଭୁବନେଶ୍ୱର: ଓଲିଉଡ ସୁପରଷ୍ଟାର ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ ହୋଇଛି । ପୁରୀ ଘାଟ ଥାନାରେ ଅନୁଭବଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ତାଙ୍କର ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଏତଲା ଆଧାରେ ମାମଲା ରୁଜୁ କରିବା ସହିତ ପୁରୀ ଘାଟ ଥାନା ପୋଲିସ ଏସଂପର୍କରେ ଶ୍ରୀ ମହାନ୍ତିଙ୍କୁ ପଚରାଉଚରା କରିଥିବା ପ୍ରକାଶ । ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷା ଏତଲା କରିଥିଲେ । ଅନୁଭବଙ୍କ ୨ ସହଯୋଗୀଙ୍କ ନାଁରେ ମଧ୍ୟ ଏହି ମାମଲା ରୁଜୁ କରାଯାଇଛି । ଅନୁଭବ ଓ ତାଙ୍କ ସହଯୋଗୀଙ୍କୁ ଏନେଇ ପୋଲିସ ପଚରାଉଚରା ଚାଲିଛି । ଦୁଇ ଦିନ ତଳେ ବର୍ଷା ଓ ଅନୁଭବଙ୍କ ଯୁକ୍ତିତର୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓ ନେଇ ବର୍ଷା ଅଭିଯୋଗ କରିଥିଲେ ।
ସେପଟେ ଆଜି ପୋଲିସ ଡିଜିଙ୍କୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି ସାଂସଦ ଅନୁଭବ ମହାନ୍ତି । ଏଥିରେ ସେ ଅଭିଯୋଗ କରିଛନ୍ତି, ତାଙ୍କ ସମେତ ପରିବାର ପ୍ରତି ଷଡଯନ୍ତ୍ର ଚାଲିଛି । ଚିଠି ସହ ପୋଲିସ ଡିଜିଙ୍କ ପାଖରେ କିଛି ଘଟଣାକୁ ଦର୍ଶାଇଛନ୍ତି ଅନୁଭବ । ଚିଠିରେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ନାଁ ଦର୍ଶାଇଛନ୍ତି । କିଛି ଦିନ ତଳେ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ଦୁଇଭଉଣୀଙ୍କ ସହିତ ଫୋନ କଥା ହେଉôଥବାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ତାଙ୍କ ପରିବାର ବିରୋଧରେ ଷଡଯନ୍ତ୍ର ହେଉଥିବା ଅଭିଯୋଗ ଆଣିଛନ୍ତି ଅନୁଭବ । ଏହି ଅଡିଓର ସତ୍ୟାସତ୍ୟ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି । ଯଦି ଅଡିଓ ମିଛ ହୋଇଥାଏ ତାହାହେଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।
ତେବେ ଜଣେ ଲୋକ ପ୍ରତିନିଧି ଓ ଜଣେ ଅଭିନେତ୍ରୀ । ଉଭୟ ଲୋକମାନଙ୍କ ପାଇଁ ଆଦର୍ଶ ହୋଇଥିବା ବେଳେ ଏବେ ଉଭୟେ କୋର୍ଟରେ । ସ୍ୱାମୀ ଅନୁଭବ ମହାନ୍ତି ଦିଲ୍ଲୀ କୋର୍ଟରେ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କଟକ କୋର୍ଟରେ ମାମଲା କରିଥିଲା ବେଳେ ଏବେ ବି ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଜାରୀ ରହିଥିବା ଉପରୋକ୍ତ ମାମଲାରୁ ସ୍ପଷ୍ଟ ଜଣାପଡିଛି ।

Comments (0)
Add Comment