ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ

ସୁନ୍ଦରଗଡ଼ : ଭାରତୀୟ ନିର୍ବାଚନ କମିଶନ ଦ୍ଵାରା ନିର୍ବାଚନ ତାରିଖ ଘୋଷିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡ଼ା ପରାଗ ଗଭାଲି ଜିଲ୍ଲା ନିର୍ବାଚନ ନିମନ୍ତେ ଜିଲ୍ଲାର ପ୍ରସ୍ତୁତି ଆଦି ଉପରେ ଆଲୋକପାତ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ରେ ଏକକାଳୀନ ସାଧାରଣ ନିର୍ବାଚନ ପଞ୍ଚମ  ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଜିଲ୍ଲାରେ ମୋଟ ୧୫,୬୭,୦୬୫ ଜଣ ଭୋଟର ରହିଛନ୍ତି। ସେଥିମଧ୍ୟରୁ ୭,୭୩,୫୭୧ ଜଣ ହେଉଛନ୍ତି ପୁରୁଷ ଭୋଟର ଏବଂ ୭,୯୩,୩୨୭ ଜଣ ହେଉଛନ୍ତି ମହିଳା ଭୋଟର । ସେହିଭଳି ତୃତୀୟ ଲିଙ୍ଗି ଭୋଟର ମାନଙ୍କ ସଂଖ୍ୟା ହେଉଛି ୧୬୭, ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ହେଉଛି ୨୧,୦୪୨ ଏବଂ ୮୦ ବର୍ଷ ଓ ତଦୁର୍ଦ୍ଧ ବୟସ୍କ ଭୋଟର ଙ୍କ ସଂଖ୍ୟା ହେଉଛି ୯୪୨୨ । ସେହିଭଳି ନୂତନ ଭୋଟର (୧୮/୧୯ ବର୍ଷ) ଙ୍କ ସଂଖ୍ୟା ହେଉଛି ୩୭,୬୧୭ ଏବଂ ୨୦ ରୁ ୨୯ ବର୍ଷ ବୟସ୍କ ଭୋଟରଙ୍କ ସଂଖ୍ୟା ହେଉଛି ୩,୨୭,୭୩୭ । ସେହିଭଳି ପୋଲିଂ ଷ୍ଟେସନ ସଂଖ୍ୟା ହେଉଛି ୧୮୪୭ । ଇତିମଧ୍ୟରେ ଜିଲ୍ଲାରେ ପ୍ରାୟ ୧୨,୦୦୦ ପୋଲିଂ ଅଧିକାରୀ ମାନଙ୍କର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ନିମନ୍ତେ  ଜିଲ୍ଲାପାଳ, ସୁନ୍ଦରଗଡ଼ ରିଟର୍ଣିଂ ଅଧିକାରୀ ଥିବାବେଳେ ତଳସରା ବିଧାନସଭା କ୍ଷେତ୍ର ନିମନ୍ତେ ଉପଜିଲ୍ଲାପାଳ,ସୁନ୍ଦରଗଡ଼, ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ର ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) , ବୀରମିତ୍ରପୁର ନିମନ୍ତେ ଅତିରିକ୍ତ ଉପଜିଲ୍ଲାପାଳ , ପାନପୋଷ, ରଘୁନାଥପାଲି ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ,ରାଉରକେଲା, ରାଉରକେଲା ନିମନ୍ତେ ଉପଜିଲ୍ଲାପାଳ ,ପାନପୋଷ , ରାଜଗାଙ୍ଗପୁର ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ସୁନ୍ଦରଗଡ଼ ଏବଂ ବଣାଇ ବିଧାନସଭା କ୍ଷେତ୍ର ନିମନ୍ତେ ଉପଜିଲ୍ଲାପାଳ ,ବଣାଇ ହେଉଛନ୍ତି ରିଟର୍ଣିଂ ଅଧିକାରୀ। ନିର୍ବାଚନ ଘୋଷଣା ହେବା ସହ ଲାଗୁ ହୋଇଅଛି ଆଦର୍ଶ ଆଚରଣ ବିଧି। ଏଥି ନିମନ୍ତେ ଜିଲ୍ଲା ରେ ୨୨ ଗୋଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗଠନ କରାଯାଇଅଛି। ଯାହାକି ଆଦର୍ଶ ଆଚରଣ ବିଧି ଉଲଙ୍ଘନ ଜନିତ ଅଭିଯୋଗ ଆଦି ଗୁଡ଼ିକ ବୁଝିବେ। ସେହିଭଳି ସି – ଭିଜିଲ ଆପ ଦ୍ଵାରା ମଧ୍ୟ ଏହି ଅଭିଯୋଗ ଗୁଡ଼ିକ ପ୍ରତି ଦୃଷ୍ଟି ଦିଆଯିବ। ସେହିଭଳି ଜିଲ୍ଲା ଯୋଗାଯୋଗ କେନ୍ଦ୍ର ମଧ୍ୟ କାର୍ଯ୍ୟକାରୀ ହୋଇଅଛି। ଏହାର  ଟୋଲ ଫ୍ରି ନମ୍ବର ୧୯୫୦ ମାଧ୍ୟମରେ ମଧ୍ୟ ନିର୍ବାଚନ ସମ୍ବନ୍ଧିତ ଅଭିଯୋଗ ଗୁଡ଼ିକ ଦାଖଲ ହୋଇପାରିବ। ଏହି ଅବସରରେ ଜିଲ୍ଲାପାଳ ଡ଼ା ଗଭାଲି ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଅନୈତିକ କାର୍ଯ୍ୟକଳାପ ରୁ ଦୂରେଇ ରହିବାକୁ କହିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଦୁଃଖବନ୍ଧୁ ନାୟକ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଆଇ. ଏ. ଏସ. ଶିକ୍ଷାନବିସ ଶ୍ରୀ ପ୍ରହଲ୍ଲାଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment