ସାଲିଆସାହିରେ ଏପର୍ଯ୍ୟନ୍ତ ୧୧୨ କରୋନା ପଜେଟିଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସବୁଠାରୁ ବଡ଼ ବସ୍ତି ସାଲିଆସାହିରେ ଏପର୍ଯ୍ୟନ୍ତ ପ୍ରାୟ ୧୧୨ ଜଣ କରୋନା ପଜେଟିଭ ଚିହ୍ନଟ ହୋଇସାରିଲେଣି, ଯାହା ରାଜଧାନୀ ପାଇଁ ବଡ଼ ଚାଲେଞ୍ଜ ମଙ୍ଗଳବାର ସାଲିଆସାହିରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥି ବେବେଳ ୧୦ ଜଣ ଚିହ୍ନଟ ହୋଇଛନ୍ତି । ଦୁଇ ଦିନରେ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଅଗଷ୍ଟ ମାସ ସାଲିଆସାହି ପାଇଁ ବିପଜ୍ଜନକ ହେବାକୁ ଯାଉଛି । ସ୍ଥିତି ନିୟନ୍ତ୍ରଣକୁ ନଆସିଲେ ଅବସ୍ଥା ସାଂଘାତିକ ହେବାର ଆଶଙ୍କା ଦେଖାଦେଇଛି । ସାଲିଆସାହିରେ ବିଏମ୍ସିର ୪ଟି ୱାଡର଼୍ ଥିବା ବେଳେ ଏଠାରେ ପ୍ରାୟ ୩୦ ହଜାର ଘର ଅଛି । ତେଣୁ ଏଠାରେ ୧୧୨ କରୋନା ଆକ୍ରାନ୍ତ ସେତେ ବିପଜ୍ଜନ ନୁହେଁ ଏଠାରେ ଯେପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନବଢ଼ିବ ସେଥିପାଇଁ ଆକ୍ଟିଭ୍ ସର୍ଭେଲାନ୍ସ ଜୋରଦାର୍ କରାଯାଇଛି । ଯାହର ଲକ୍ଷଣ ଦେଖାଯାଉଛି ତାଙ୍କୁ ସଙ୍ଗରୋଧରେ ରଖାଯାଉଛି ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି । ବିଏମ୍ସି କତିୃପକ୍ଷ କହିଛନ୍ତି ଯେ, ଭୁବନେଶ୍ୱର ଉତର ଜୋନରେ ପ୍ରାୟ ୯୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସାଲିଆସାହିରୁ ୧୧୨ ଜଣ ଚିହ୍ନଟ ହୋଇଛନ୍ତି । ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନେଇ ବିଏମ୍ସି କର୍ତୃପକ୍ଷ କହିଛନ୍ତି ଯେ, ବାହାର ଜିଲ୍ଳାରୁ ଅଧିକ ଲୋକ ଏଠାକୁ ଆସୁଥିବାରୁ ସେମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି । ବିଶେଷକରି ଜିଲ୍ଳାରୁ ଅଧିକ ଲୋକ ଏଠାକୁ ଆସୁଥିବାରୁ ସେମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି । ବିଶେଷକରି ଗଞ୍ଜାମ, ନୟାଗଡ଼, ଗଜପତି ଆଦି ଜିଲ୍ଳାରୁ ବହୁ ଲୋକ ଏଠାରେ ରହୁଛନ୍ତି । ସେମାନେ କାମ ଅନ୍ୱେଷଣରେ ଏଠାକୁ ପଳାଇ ଆସୁଥିଲେ ହେଁ ସେମାନଙ୍କୁ ସଙ୍ଗେରୋଧ କେନ୍ଦ୍ରରେ ରଖାଯାଉଛି । ଯେଉଁମାନେ ପରବର୍ତୀ ସମୟରେ ଆକ୍ରାନ୍ତ ବୋଲି ଜଣାପଡ଼ୁଛନ୍ତି । ସେମାନେ ଏଠାକାର ବାସିନ୍ଦା ହୋଇଯାଇଥିବାରୁ ସାଲିଆସାହିରେ କରୋନା ଆକ୍ରାନ୍ତ ବୋଲି ଗଣା ହେଉଛନ୍ତି । ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ହଟ୍ସ୍ପଟ୍ ଜିଲ୍ଳା ଏବଂ ବାହାର ଜିଲ୍ଳାରୁ ଆସୁଥିବା ଲୋକଙ୍କୁ ଆମେ ବାଧ୍ୟତାମୂଳକ ସଙ୍ଗରୋଧରେ ପଠାଇ ଦେଉଥିବାରୁ ସାଲିଆସାହି ଭିତରେ ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନି କି ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ଅଛି । କିନ୍ତୁ ସାଲିଆସାହି ନିକଟବର୍ତୀ ବସ୍ତିଗୁଡ଼ିକ ଏବେ କରୋନା କବଳରେ । ଏଠାରେ ଏବେବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣକୁ ଆସିନି । ନୂଆପଲ୍ଲୀ ଅଂଚଳରେ ଯାଉଥିବା ବସ୍ତିଗୁଡ଼ି (ସାଲିଆସାହି ନିକଟବର୍ତୀ) ଏବେ ଅଧିକ ସମ୍ବେଦନଶୀଳ ହୋଇପଡ଼ିଛି । ଏଠାରେ ତ୍ରିନାଥ ନଗର ବସ୍ତିରୁ ପ୍ରାୟ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେଳ ଗଣପତି ନଗରରୁ ୨୦ରୁ ଅଧିକ ଏବଂ ଗନ୍ଧୀନଗର ବସ୍ତିରୁ ୨୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଏହାବାଦ୍ ଜୟଦେବ ବିହାର ଓ ମେ’ ଫେୟାର ନିକଟସ୍ଥ ବସ୍ତିରୁ ପ୍ରାୟ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏହିପରି ସାଲିଆସାହି ଚାରିକଡ଼ୁ ୧୫୦ରୁ ଅଧିକ ଚିହ୍ନଟ ହୋଇସାରିଳେଣି । ସାଲିଆସାହି ଏବଂ ଏହି ସବୁ ବସ୍ତିବାସିନ୍ଦା ନିକଟସ୍ଥ ଇନ୍ଦ୍ରଧନୁ ମାର୍କେଟକୁ ଯାଉଥିବା ବେଳେ କାମ ଅନ୍ୱେଷଣରେ ନୂଆପଲ୍ଲୀ ଶ୍ରମିକ ହାଟରେ ଏକାଠି ହୁଅନ୍ତି । ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ଏଠାରେ ହୁ ହୁ ହୋଇ ନବଢ଼ିବ ବୋଲି କହିହେବନି । କେବଳ ଏତିକି ନୁହେଁ, ଏହି ବସ୍ତିଗୁଡ଼ିକରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଙ୍ଗେ ସଙ୍ଗେ ବିଶୋଧନ ହେଉନଥିବା ଅଭିଯୋଗ ହେଉଛି । ଏପରିକି ବିଏମ୍ସି ସଙ୍ଗରୋଧ ଷ୍ଟିକର ମାରୁଥିଲେ ହେଁ ଲୋକଙ୍କ କାମ ଧନ୍ଦା ବନ୍ଦ ହୋଇଯାଉଥିବାରୁ ଅଧିକାଂଶ ଲୋକ ସଙ୍ଗରୋଧ ନିୟମ ମାନୁନାହାନ୍ତି । ଫଳରେ ରାଜଧାନୀର ଅନ୍ୟ ଅଂଚଳ ସମେତ ବିଭିନ୍ନ ବସ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ଏସବୁବାଦ୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ବସ୍ତିରେ ଅନେକଙ୍କ ଘରେ ଶୌଚାଳୟ ନାହିଁ । ତେଣୁ କେତୋଟି ଶୌଚାଳୟକୁ ଅଧିକ ଲୋକ ବ୍ୟବହାର କରୁଛନ୍ତି । ଏପରିକି କେତେକଙ୍କର ଶୌଚାଳୟ ଥିଲେ ବି ସେମାନେ ବାହାରେ ଝାଡ଼ା ପରିସ୍ରା କରୁଛନ୍ତି । ଫଳରେ ଏଥିରୁ ବି ସଂକ୍ରମଣ ହେବାର ଭୟ ଅଧିକ ରହୁଛି ।

Comments (0)
Add Comment