ସିଦ୍ଧେଶ୍ୱରପୀଠ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ

ଯାଜପୁର: ଦଶରଥପୁର ବ୍ଲକର ପ୍ରସିଦ୍ଧ ଶୈବପୀଠ ସିଦ୍ଧେଶ୍ୱର ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନିଆଯାଇଛି । ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳ ରଂଜନ କୁମାର ଦାସ ସିଦ୍ଧେଶ୍ୱର ପୀଠ ଠାରେ ପହଂଚିବା ସହ ତାହାର ଚତୁପାଶ୍ୱର୍କୁ ପରିଦର୍ଶନ କରିଥିଲେ । ତାହାର ପୌରାଣିକ କିମ୍ବଦନ୍ତୀ ଆଧାରରେ ଏହା ଅସ୍ତି ବିସର୍ଜନର ଏକ ପ୍ରମୁଖ ପୀଠ ହୋଇଥିବାରୁ ଏହି ପୀଠର ଉନ୍ନତି ଅତି ଶିଘ୍ର ସଂପନ୍ନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ପରେ ମନ୍ଦିର, ଅସ୍ତି ବିସର୍ଜନ ସ୍ଥଳ, ସମ୍ଭାବ୍ୟ ପାର୍କ ସ୍ଥଳ, ଯଜ୍ଞ ଓ ମେଳା ସ୍ଥଳକୁ ପରିଦର୍ଶନ କରିବା ସହ ଉପସ୍ଥିତ ଥିବା ସ୍ଥପତି ବା ଆର୍କିଟେକରଙ୍କୁ ଏହାର ସୁନ୍ଦର ଲ୍ୟାଣ୍ଡ ସ୍କେପିଂ ଓ ପାର୍କର ଡିଜାଇନ ପ୍ରସ୍ତୁତି ପାଇଁ ପରାମର୍ଶ ଦେଇଥିଲେ । ବାର୍ଷିକ ମେଳା ଓ ଯଜ୍ଞ ପାଇଁ ସ୍ଥାନକୁ ସୁରକ୍ଷିତ ଓ ସଂରକ୍ଷିତ ରଖାଯାଇ ଅନ୍ୟ ସ୍ଥାନଗୁଡିକୁ ସୌନ୍ଦର୍ଯ୍ୟକରଣ କରିବା, ରହିଥିବା ଗଛ ଗୁଡିକୁ ସୁରକ୍ଷିିତ ରଖିବା, ଯାତ୍ରୀମାନଙ୍କ ସୁବିଧା ପାଇଁ ରାସ୍ତା ଓ ପାର୍କିର୍ଂ ସ୍ଥଳ ବ୍ୟବସ୍ଥା ଇତ୍ୟାଦିର ପରିକଳ୍ପନା ଏଥିରେ ସାମିଲ ହେବ । ଏହି ପରିଦର୍ଶନ ସମୟରେ ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ ଉପସ୍ଥିତ ରହି ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇ.ଏ.ଏସ୍ ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିଦେ୍ର୍ଧଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଦଶରଥପୁର ପଂଚାୟତ ସମିତି ଅଧ୍ୟକ୍ଷା ସୁଜାତା ସାହୁ, ଦଶରଥପୁର ବିଡିଓ ନାରାୟଣ ଚନ୍ଦ୍ର ନାୟକ, ଯାଜପୁର ବିଡିଓ ସୌରଭ ଚକ୍ରବର୍ତୀ, ଦଶରଥପୁର ତହସିଲଦାର ସୌଭାଗ୍ୟ ବେହେରା, ପଂଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ଅଶୋକ ଦାସ ଫାଉଣ୍ଡେସନ୍ର ସାଧାରଣ ସଂପାଦକ ପୂର୍ଣ୍ଣ ଦେଓ ପ୍ରମୁଖ ଏହି ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ ।

Comments (0)
Add Comment