ସିଫାରେ ବୃକ୍ଷ ରୋପଣ ଦିବସ

ଭୁବନେଶ୍ୱର : ପ୍ରତିବର୍ଷ ଜୁଲାଇ ୧୦ ତାରିଖ ଦିନ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରାଯାଏ । ଏହି ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ସିଫାରେ ଏକ ବୃକ୍ଷରୋପଣ ଦିବସ ପାଳନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ଦେଶର ମଧୁର ଜଳ କୃଷିର ବିକାଶ ନିମନ୍ତେ ବିଶେଷ ଯୋଗଦାନ କରିଥିବା କେତେକ ପ୍ରତିଷ୍ଠିତ ବୈଜ୍ଞାନିକଙ୍କ ସମ୍ମାନ ଉଦେଶ୍ୟରେ ଏହି ବୃକ୍ଷ ଗୁଡ଼ିକୁ ନାମିତ କରି ରୋପଣ କରାଯାଇଥିଲା । ପ୍ରତିଷ୍ଠିତ ବୈଜ୍ଞାନିକଙ୍କ ମଧ୍ୟରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ମହାନିର୍ଦେଶକ ଡଃ ତ୍ରିଲୋଚନ ମହାପାତ୍ର, ଉପମହାନିର୍ଦେଶକ ଡଃ ଜେ. କେ. ଜେନା, ପ୍ରାକ୍ତନ ଓ.ଏସ୍.ଡି. ଡଃ ଭି.ଆର.ପି. ସିହ୍ନା, ସିଆଇଏଫ୍ଇ ର ପୂର୍ବତନ କୁଳପତି ତଥା ସିଫାର ପ୍ରାକ୍ତନ ନିର୍ଦେଶକ ଡଃ ଏସ୍.ଡି. ତି୍ରପାଠୀ, ଶ୍ରୀ ଏମ୍. ରଣଧୀର, ଡଃ ଏସ୍. ଆୟାପାନ, ଡଃ ସି. ସାହା, ଡଃ କେ. ଜାନକୀରାମ, ଡଃ ଆର୍.କେ. ଜାନା, ଡଃ ନିରଂଜନ ଷଡ଼ଙ୍ଗୀ, ଡଃ ଏ.ଇ. ଏକ୍ନାଥ, ଡଃ ପି. ଜୟଶଙ୍କର, ଡଃ ଜେ. କେ. ସୁନ୍ଦରାୟ, ଡଃ ଏସ୍. ଏସ୍. ମିଶ୍ର, ଡଃ(ଶ୍ରୀମତୀ) ବିନ୍ଦୁ ଆର୍. ପିଲାଇଙ୍କ ସମ୍ମାନରେ ବୃକ୍ଷ ରୋପଣ କରାଯାଇଥିଲା । କୋଭିଡ଼-୧୯ର ସମସ୍ତ ନିୟମାବଳୀକୁ ମାନି ସିଫାର ନିର୍ଦେଶକ ଡଃ ସରୋଜ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ କାର୍ଯ୍ୟକ୍ରମଟି ନିରାଡ଼ମ୍ବର ଭାବେ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମଟି ସଂଯୋଜନା କରିଥିଲେ ବରିଷ୍ଠ ବୈଷୟିକ ଅଧିକାରୀ ଡଃ ବିଭୁଦତ ମିଶ୍ର ।

Comments (0)
Add Comment