ସିଫାରେ ହିନ୍ଦି ପକ୍ଷ ଓ ସରକାରୀ ଭାଷା କର୍ମଶାଳା

ଭୁବନେଶ୍ୱର: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ – କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥାନ ରେସେପ୍ଟେମ୍ବର ୧୪ରୁ ୨୮ ପର୍ଯ୍ୟନ୍ତ ହିନ୍ଦି ପକ୍ଷ ପାଳନ କରାଯାଉଛି । ଏହ ିଭର୍ଚୁଆଲ କାର୍ଯ୍ୟକ୍ରମକୁ ସିଫାର ନିର୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ଉଦ୍ଘାଟନ କରିଥିଲେ । ୧୫ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ଏହି କାର୍ଯ୍ୟକ୍ରମରେ ସାମାଜିକ ଦୂରତା ବଜାୟରଖିତର୍କ ପ୍ରତିଯୋଗୀତା, ହିନ୍ଦିକବିତା ଆବୃତ୍ତି, ହିନ୍ଦି ଆଶୁଭାଷଣ ପ୍ରତିଯୋଗୀତା ଇତ୍ୟାଦି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସିଫା ଲାଇବ୍ରେରୀରେ ଏକ ହିନ୍ଦି ପୁସ୍ତକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେଉଅଛି ।
ଏଦଦ୍ ସହିତ ସିଫାରେ ତ୍ରୟମାସିକ ସରକାରୀ ଭାଷା କର୍ମଶାଳା ସେପ୍ଟେମ୍ବର ୨୫ ତାରିଖରେ ଅନୁଷ୍ଠିତ ହୋଇଛି । କୌଶଳ ବ୍ୟବହାର କରି ସରକାରୀ ଭାଷା ସରଳୀକରଣ ଓ କାର୍ଯ୍ୟକରଣ ଶୀର୍ଷକ ଏହି କାର୍ଯ୍ୟକ୍ରମଟି କାର୍ଯ୍ୟାଳୟରେ ସରକାରୀ ଭାଷାର ବହୁଳ ବ୍ୟବହାର କରିବ । ଏହି କର୍ମଶାଳାରେ ସିଫାରେ କାର୍ଯ୍ୟରତ ସମସ୍ତ ବୈଜ୍ଞାନିକ, ବୈଷୟିକ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଯୋଗଦାନ କରିଥିଲେ । ଆଇସିଏଆର୍, ଏନ୍ଆିଏନ୍ଏଫ୍ଇଟି (ରାଜଭାଷା),କୋଲକତାର ନିର୍ଦେଶକ ଶ୍ରୀରାମ ଦୟାଲ ଶର୍ମା ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ । ସିଫାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀଇନ୍ଦ୍ର ଭୁଷଣ କୁମାର ସ୍ୱାଗତ ଅଭିଭାଷଣ ଦେଇ ଦପ୍ତରରେ ଅଧିକ ହିନ୍ଦିଭାଷାର ପ୍ରଚଳନ ଉପରେଗୁରୁତ୍ୱ ଦେଇଥିଲେ । ନିଜର ଅଭିଭାଷଣରେ ମୁଖ୍ୟବକ୍ତା ଶ୍ରୀରାମ ଦୟାଲ ଶର୍ମା ସରକାରୀ ଭାଷାକୁ କିପରି କୌଶଳ ପୂର୍ଣ୍ଣଭାବରେ କାର୍ଯ୍ୟକାରୀ କରାଯାଇ ପାରିବ ସେବିଷୟରେ ସବିଶେଷ ବର୍ଣ୍ଣନା କରିକହିଥିଲେକି ବର୍ତ୍ତମାନ କମ୍ପୁଟର ମାଧ୍ୟମରେ ହିନ୍ଦିରେ ସରକାରୀ କାର୍ଯ୍ୟକରିବା ବହୁତ ସହଜ ହୋଇପାରିଛି । ହିନ୍ଦି ଏକ ସରଳଭାଷା ହୋଇଥିବାରୁ ଏହାକୁ ଅଫିସକାର୍ଯ୍ୟରେ ବହୁଳ ବ୍ୟବହାର କରିବା ସୁବିଧାହୋଇପାରିଛି । ସିଫାର ନିର୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ, ବୈଜ୍ଞାନିକ, ବୈଷୟିକ ଅଧିକାରୀ ଓ ଅନ୍ୟ କର୍ମଚାରୀମାନଙ୍କୁ ହିନ୍ଦିରେ ସରକାରୀ କାର୍ଯ୍ୟକରିବାକୁ କରିଥିଲେ । ସିଫାରହିତା ଧିକାରୀ କୃଷକମାନଙ୍କୁ ସିଫାଟେ କ୍ନୋଲୋଜି ହିନ୍ଦିରେ ଯୋଗାଇ ଦେଲେ କୃଷକମାନେ ଅଧିକ ଲାଭବାନ ହେବେ ବୋଲି ଡଃ ସ୍ୱାଇଁ କହିଥିଲେ ।ଏହି କାର୍ଯ୍ୟକ୍ରମରେ ଡଃଡି. କେ. ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment