ସୁନା ଦୋକାନରୁ ଚୋରୀ

ବିଞ୍ଝାରପୁର : ବିଞ୍ଝାରପୁର ଥାନା ଅନ୍ତର୍ଗତ ମଇଁଦା ଛକ ସ୍ଥିତ ଶ୍ରୀ ଗଣେଶ ଜୁଏଲର୍ସରୁ ଗତକାଲି ରାତିରେ ଲୁଟେରା ମାନେ ସର୍ଟର ତାଡି ସୁନା ଅଳଙ୍କାର ଓ ଟଙ୍କା ଲୁଟ କରିଛନ୍ତି । ଏଥିନେଇ ଦୋକାନ ମାଲିକ ବ୍ରଜ କିଶୋର ସାହୁ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏହି ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଆଜି ସକାଳୁ ଦୋକାନ ଖୋଲିବାକୁ ଆସିବା ବେଳକୁ ଦୋନାର ସର୍ଟର ତଡା ଯାଇଥିବା ଦେଖି ଶ୍ରୀ ସାହୁ ଦୋକାନ ଲୁକ ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ପୁଲିସକୁ ଖବର ଦେଇଥିଲେ । ବେଶ କିଛିଦିନ ପରେ ପୁଣି ବିଞ୍ଝାରପୁରରେ ଏଭଳି ଚୋରୀ ଓ ଡକାୟତି ଘଟଣା ପୁଲିସର ଚିନ୍ତା ବଢାଇ ଦେଇଛି । ଲୁଟେରାଙ୍କୁ ଠାବ କରିବା ଦିଗରେ ପୁଲିସ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Comments (0)
Add Comment