ସୁପ୍ରସିଦ୍ଧ ଚନ୍ଦନ ଧାରାର ଉନ୍ନତି ହେବ : ଜିଲ୍ଲାପାଳ

* ଖର୍ଚ୍ଚ ହେବ ୩ କୋଟି ୭୨ ଲକ୍ଷ

*ଚମକିବ ଚନ୍ଦନ ଧାରା ପର୍ଯ୍ୟଟନ ସ୍ଥଳୀ

ଝରୀଗାଁ : ନବରଙ୍ଗପୁର ଜିଲ୍ଲାପାଳ ଡ.କମଲୋଚନ ମିଶ୍ର ଆଜି ଝରୀଗାଁ ବ୍ଲକ ଅଧୀନରେ ଥିବା ପର୍ଯ୍ୟଟନ ସ୍ଥଳୀ ଚନ୍ଦନଧାରା ପରିଦର୍ଶନ କରି ମନ୍ଦିର କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି |ପର୍ଯ୍ୟଟନ ସ୍ଥଳୀର ଉନ୍ନତି କରଣ ନିମନ୍ତେ ୩ କୋଟି ୭୨ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ପର୍ଯ୍ୟଟନ ସ୍ଥଳୀ ର ପିକନିକ ଏରିଆ ରେ ପିକନିକ ପିଣ୍ଡି, ଶୌଚାଳୟ ଓ କିଓସ୍କ ନିର୍ମାଣ, ପିକନିକ ଏରିଆରେ ଗାଡି ମଟର ପାର୍କିଂ, ଶିଶୁ ଉଦ୍ୟାନ ଓ ଖେଳପଡିଆ ନିର୍ମାଣ,୯୦ ଟି ମଟର ସାଇକେଲ ପାଇଁ ପାର୍କିଂ,୩୦ ଟି କାର ପାଇଁ ପାର୍କିଂ ସାଙ୍ଗକୁ ପର୍ଯ୍ୟଟକ ମାନଙ୍କ ନିମନ୍ତେ ରାତ୍ରି ଯାପନ ବ୍ୟବସ୍ଥା, ନେଟୱାର୍କ ର ବ୍ୟବସ୍ଥା ଆଦି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି |ପର୍ଯ୍ୟଟନ ସ୍ଥଳୀ ର ଉନ୍ନତି କରଣ ହେଲେ ଦୂରଦୁରାନ୍ତ ରୁ ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ଆସି ପର୍ଯ୍ୟଟନ ସ୍ଥଳୀର ଦୃଶ୍ୟ ସବୁ ମନଭରି ଉପଭୋଗ କରିବେ ବୋଲି ଆଶା କରାଯାଉଛି |ବର୍ଷ ବର୍ଷ ଧରି ଅଲୋଡ଼ା ହୋଇ ପଡି ରହିଥିବା ଚନ୍ଦନଧାରା ଶୈବପୀଠ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ତାର ଉନ୍ନତି କରଣ ପାଇଁ ଲାଗିପଡିଛନ୍ତି |ଜିଲ୍ଲାପାଳ ଙ୍କ ପରିଦର୍ଶନ ସମୟରେ ଝରୀଗାଁ ବ୍ଲକ ଉନ୍ନୟନ ଅଧିକାରୀ ସତ୍ୟନାରାୟଣ ମେହେର, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ଏ ଇ ଇ ସମ୍ବିତ ମିଶ୍ର, ରେଭିନ୍ୟୁ ସୁପରଭାଇଜର ସୁରେଶ ଚନ୍ଦ୍ର ହିଆଲ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ମନ୍ଦିର କମିଟି ସଦସ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ତପନ ବାବୁ, ସମ୍ପାଦକ ରଜନୀକାନ୍ତ ପଟ୍ଟନାୟକ, ସହ ସମ୍ପାଦକ ପ୍ରମୋଦ ପଟ୍ଟନାୟକ,  ବିଜୟ କୁମାର ଦାସ, କୋଷାଧକ୍ଷ ଟୁଟୁ ବାବୁ , ସରପଞ୍ଚ ଯମୁନା ମୁଦୁଲି, ସମିତି ସଭ୍ୟା ଶୈଳଵାଲା ବେହେରା,ସଦସ୍ୟ ଗୋବର୍ଧନ ପୂଜାରୀ, ବନବାସୀ ମାଝୀ, ସନ୍ୟାସୀ ମାଝୀ, ପବିତ୍ର ଯାନୀ, ଡମେନ ମାଝୀ ଓ ଅନ୍ୟାନ୍ୟ ସଦସ୍ୟ ସବୁ ଉପସ୍ଥିତ ରହିଥିଲେ |

Comments (0)
Add Comment