ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ନୀରବ ପ୍ରାର୍ଥନା ଓ ଶପଥ ପାଠ

ଭୁବନେଶ୍ୱର: କୋଭିଡ୍ ଯୋଦ୍ଧାମାନଙ୍କ ଉତ୍ସର୍ଗୀକୃତ ସେବା ଓ ସର୍ବଶ୍ରେଷ୍ଠ ତ୍ୟାଗ ପାଇଁ ସେମାନଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଳି ଜ୍ଞାପନ କରିବା ଏବଂ ଆଗଧାଡିରେ ରହି ଦିନରାତି ସଂଗ୍ରାମ କରୁଥିବା ସମସ୍ତ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ସଂଧ୍ୟା ୬ ଘଟିକା ସମୟରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରର ଲୋକସଂପର୍କ ଭବନଠାରେ ନୀରବ ପ୍ରାର୍ଥନା ଓ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ସମସ୍ତ ପଦାଧିକାରୀ ଓ କର୍ମଚାରୀ ସାମାଜିକ ଦୂରତା ରକ୍ଷା ପୂର୍ବକ କୋଭିଡ୍ ଯୋଦ୍ଧାଙ୍କ ଉଦେ୍ଧଶ୍ୟରେ ୧ ମିନିଟ୍ ନୀରବ ପ୍ରାର୍ଥନା କରିବା ସହିତ କୋଭିଡ୍ ଯୋଦ୍ଧାମାନଙ୍କୁ ପୁରା ସହଯୋଗ କରିବା, ଏ ଲଢେଇରେ ନିଜେ ସାମିଲ ହେବା, କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ଉତ୍ସର୍ଗୀକୃତ ସେବାକୁ ଉତ୍ସହିତ କରିବା, କରୋନା ବିରୁଦ୍ଧରେ ଲଢେଇକୁ ମଜବୁତ କରିବା ଏବଂ ସମସ୍ତେ କୋଭିଡ୍ ନିୟମାବଳୀ ପାଳନ କରିବାକୁ ଶପଥ ନେଇଥିଲେ ।

Comments (0)
Add Comment