କୋଣାର୍କ: ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରତି ଭାରତୀୟ ସର୍ବେକ୍ଷଣ ସଂସ୍ଥା ଅନେକ ସମୟରେ ଅବହେଳା ପ୍ରଦର୍ଶନ କରିଆସୁଛି । ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସୂର୍ଯ୍ୟମନ୍ଦିର ସୁରକ୍ଷା ବ୍ୟବସ୍ଥା ପ୍ରତି କେନ୍ଦ୍ର ସଂସ୍କୃତି ବିଭାଗ ସମୁଚିତ ଦୃଷ୍ଟି ଦେଉ ନ ଥିବା ଯୋଗୁଁ ଜନଅସନ୍ତୋଷ ବଢ଼ିବାରେ ଲାଗିଥିବା ବେଳେ ପର୍ଯ୍ୟଟକମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ସୂର୍ଯ୍ୟମନ୍ଦିର ସୁରକ୍ଷା ପାଇଁ ଲାଗି ଥିବା ସିସିଟିଭି ଦୀର୍ଘ ଦିନ ଧରି ଅଚଳ ହୋଇ ପଡିରହିଥିବା ବେଳେ ଏଗୁଡିକ ମରାମତି ଲାଗି ପଦକ୍ଷେପ ନିଆଯାଉ ନାହିଁ । ଫଳରେ ସୂର୍ଯ୍ୟମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି । ଚତୁଃପାଶ୍ୱର୍ ସମେତ ସମ୍ମୁଖ ଦ୍ୱାର ପର୍ଯ୍ୟନ୍ତ ଲାଗିଥିବା ସିସିଟିଭି ମଧ୍ୟରୁ ୮୦ ପ୍ରତିଶତ ଅଚଳ ହୋଇ ପଡିରହିଥିଲେ ମଧ୍ୟ ମରାମତି କରାଯାଉ ନାହିଁ । ପର୍ଯ୍ୟଟକଙ୍କ ଗତିବିଧି ଉପରେ ନଜର ରଖାଯାଇ ପାରୁ ନ ଥିବାବେଳେ ମନ୍ଦିର ପ୍ରତି ବିପଦ ସୃଷ୍ଟି କରିଛି । ଏହା ଉପରେ ଉଚ୍ଚକର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି ।