ସେସୁର ୯ ବର୍ଷ ହେଲା ନିଯୁକ୍ତି ନାହିଁ

ଭୁବନେଶ୍ୱର: ଟାଟା ପାୱାର ହାତକୁ ଯିବା ପୂର୍ବରୁ ସେସୁରେ ଦୀର୍ଘ ୯ ବର୍ଷ ଧରି କୌଣସି ପ୍ରତ୍ୟକ୍ଷ ନିଯୁକ୍ତି ଦିଅ।ଯାଇନାହିଁ । ରକ୍ଷଣାବେକ୍ଷଣଠାରୁ ଅ।ରମ୍ଭ କରି ବିଲ୍ ଅ।ଦାୟ କାର୍ଯ୍ୟ ପାଇଁ ବିଭିନ୍ନ ସଂସ୍ଥାକୁ ନିୟୋଜିତ କରାଯାଇଥିଲା । ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଟାଟା ପାୱାରକୁ ବିଦ୍ୟୁତ ବିତରଣ ଓ ପରିଚାଳନା ଭାର ହସ୍ତାନ୍ତର ହେବା ପୂର୍ବରୁ ସେସୁ ଦ୍ୱାରା ୨୦୧୨ ମସିହା ପରଠାରୁ କୌଣସି ପ୍ରତ୍ୟକ୍ଷ ନିଯୁକ୍ତି ଦିଅ।ଯାଇନାହିଁ । ମାତ୍ର ରକ୍ଷଣାବେକ୍ଷଣ, ମରାମତି, ମିଟର ରିଡିଂ ଓ ବିଲ୍ ଆଦାୟ ନିମନ୍ତେ ଫ୍ରାଞ୍ଚାଇଜମାନଙ୍କ ଜରିଅ ।ରେ ବିଭିନ୍ନ ସଂସ୍ଥାକୁ ନିୟୋଜିତ କରାଯାଇଥିଲା । ଏହି ସଂସ୍ଥାଗୁଡ଼ିକ ନିଜସ୍ୱ କର୍ମଚାରୀ ନିଯୁକ୍ତି କରି ଚୁକ୍ତି ଅନୁଯାୟୀ କାର୍ଯ୍ୟ ସମାପନ କରୁଥିଲେ । ଟାଟା ପାୱାର ଅଧିଗ୍ରହଣ ପୂର୍ବରୁ ନୟାଗଡ଼ ଜିଲ୍ଲାରେ ଫେଡକୋ ସଂସ୍ଥା ଦ୍ୱାରା ୬୫୩ ଜଣ କର୍ମଚାରୀ ସେସୁରେ ଠିକାରେ କାର୍ଯ୍ୟ କରୁଥିଲେ । ଏମାନଙ୍କ ମଧ୍ୟରେ ମାତ୍ର ୨୪୮ ଜଣ କର୍ମ·ରୀଙ୍କୁ ଟାଟା ପାୱାର ପୁନଃନିଯୁକ୍ତି କରିଛି । ସେସୁରେ ବିଭିନ୍ନ କାର୍ଯ୍ୟ ଲାଗି ଏନଜେନ ଓ ଫେଡକୋ ନାମକ ଦୁଇଟି ଫ୍ରାଞ୍ଚାଇଜ୍ ଦ୍ୱାରା କର୍ମଚାରୀ ନିଯୁକ୍ତ ହୋଇଥିଲେ । ଏନଜେନ ଅନୁଗୁଳ, ଭୁବନେଶ୍ୱର, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମାର୍ଶାଘାଇ ଓ ତାଳଚେରରେ ମୋଟ ୨୪୭୦ କର୍ମଚାରୀଙ୍କୁ ନିୟୋଜିତ କରିଥିଲା । ସେହିଭଳି ଫେଡକୋ ପୁରୀ, ନୟାଗଡ଼ ଓ ଖୋର୍ଦ୍ଧାରେ ମୋଟ୍ ୨୦୧୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରିଥିବା ଜଣାଯାଇଛି । ଚଳିତବର୍ଷ ମେ ପହିଲା ସୁଦ୍ଧା ସେସୁରେ ୪୯୫୬ ଜଣ ନିୟମିତ କର୍ମଚାରୀ ଅଛନ୍ତି । ଏମାନଙ୍କ ମଧ୍ୟରେ ଅଫିସର ସ୍ତରରେ ୬୨୨ ଜଣ କାର୍ଯ୍ୟ କରୁଛନ୍ତି । ସେହିଭଳି ସେସୁରେ ୪୪୮ ଜଣ ଠିକା କର୍ମଚାରୀ ଥିବାବେଳେ ଅନ୍ୟ ସଂସ୍ଥାରୁ ୪୨୪ ଜଣ କର୍ମଚାରୀଙ୍କୁ ଅ।ଣି ଏଠାରେ ନିୟୋଜିତ କରାଯାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।

Comments (0)
Add Comment