ସ୍ଥାନାନ୍ତର ହେବ ଭୁବନେଶ୍ୱରର ପ୍ରମୁଖ ହାଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣ ଅଧିକ ବଢ଼ୁଥିବାରୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମ୍ସି) ଭୁବନେଶ୍ୱରରେ ଥିବା ପ୍ରମୁଖ ହାଟ ଗୁଡ଼ିକୁ ସ୍ଥାନାନ୍ତର କରିବାକୁ ନିଷ୍ପତି ନେଇଛି । ସ୍ଥାନାନ୍ତର ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେବ । ପ୍ରମୁଖ ହାଟ ଗୁଡ଼ିକ ମଧ୍ୟରେ ୟୁନିଟ୍-୧ ହାଟ ୟୁନିଟ୍-୧ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତରିତ ହେବ । ବ୍ରହ୍ମେଶ୍ୱର ହାଟ ବ୍ରହ୍ମେଶ୍ୱର ମେଳଣ ପଡ଼ିଆକୁ ସ୍ଥାନାନ୍ତର କରିବା ନେଇ ବିଏମସି ନିଦେ୍ର୍ଧଶ ଦେଇଛି । ସେହିପରି ଲିଙ୍ଗରାଜ ହାଟ ବିଏମସିର ମାର୍କେଟ୍ କମ୍ପେ୍ଲକ୍ସକୁ ସ୍ଥାନାନ୍ତର ହେବ । ତେବେ ଆଜିଠାରୁ ୟୁନିଟ୍-୪ ହାଟ ଶାସ୍ତ୍ରୀନଗର ଓ ରେଡକ୍ରସ୍ ସମ୍ମୁଖ ରାସ୍ତାକୁ ଉଠି ଯାଇଛି ।

Comments (0)
Add Comment