ଚନ୍ଦାହାଣ୍ଡି : ପାନବେଡାର ବରପୁତ୍ର ତଥା ପୂର୍ବତନ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ସ୍ୱର୍ଗତ ଯାଦବ ମାଝୀ ଙ୍କ ୭୩ ତମ ଜୟନ୍ତୀ ଆଜି ଚନ୍ଦାହାଣ୍ଡି ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଚନ୍ଦାହାଣ୍ଡିସ୍ଥିତ ପାନାବେଡା ପେଟ୍ରୋଲ ପମ୍ପ ପାର୍ଶ୍ଵରେ ଥିବା ସ୍ୱର୍ଗତ ଯାଦବ ମାଝୀ ଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିରେ ତାଙ୍କ ଦୁଇ ସୁପୁତ୍ର ନବରଙ୍ଗପୁର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ, ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଶିଷ୍ୟ ଓଡିଶା ଉଠା ଜଳ ସେଚନ ନିଗମ ତଥା ସମାଜସେବୀ ସଂସ୍ଥା ହେଲ୍ପ ଲାଇନ ର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ ଙ୍କ ସମେତ ଚନ୍ଦାହାଣ୍ଡି ବ୍ଲକର ବହୁ ବୁଦ୍ଧିଜୀବୀ, ସମାଜସେବୀ, ଯାଦବ ପ୍ରେମୀ ଓ ସରକାରୀ କର୍ମଚାରୀ ଯୋଗଦେଇ ମଲ୍ୟାର୍ପଣ କରିଥିଲେ । ଏଥିସହ ପାନବେଡା ମହାବିଦ୍ୟାଳୟ ପରିସରରେ ଥିବା ସ୍ୱର୍ଗତ ଯାଦବ ମାଝୀଙ୍କ ପ୍ରତିମୂର୍ତ୍ତି ରେ କଲେଜ ର ସମସ୍ତ କର୍ମଚାରୀଙ୍କ ଉପସ୍ଥିତି ରେ ଜୟନ୍ତୀ ପାଳନ କରାଯାଇଥିଲା। ସେହିଭଳି ଚନ୍ଦାହାଣ୍ଡି ସ୍ଥିତ ଯାଦବ ମାଝୀ ବାଳିକା ବିଦ୍ୟାଳୟ ଠାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲଷ୍ମୀଧର ନାୟକଙ୍କ ତତ୍ବାବଧାନରେ ସ୍ୱର୍ଗତ ମାଝୀ ଙ୍କ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ଉପସ୍ଥିତ ଅତିଥି ମାନେ ସ୍ୱର୍ଗତ ମାଝୀ ଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ତାଙ୍କ ଭଳି ସରଳ ଜୀବନ ଯାପନ କରିବା ସହ ପରୋପକାର ଓ ସମାଜସେବାରେ ନିଜ ଜୀବନ କୁ ଉତ୍ସର୍ଗୀକୃତ କରିବାକୁ ପରାମର୍ଶ ଦେଇଥିଲେ ।୧୯୫୦ ମସିହାରେ ଜନ୍ମିତ ଯାଦବ ମାଝୀ ମନ୍ତ୍ରୀ ଥିବା ସମୟରେ ଚନ୍ଦାହାଣ୍ଡି ଭଳି ଉପାନ୍ତ ଅଞ୍ଚଳରେ ଉଚ୍ଚଶିକ୍ଷାର ପ୍ରସାର ନିମନ୍ତେ ପାନବେଡା ମହାବିଦ୍ୟାଳୟ ର ପ୍ରତିଷ୍ଠା ହୋଇଥିବା ବେଳେ ଗମ୍ଭାରିଗୁଡାରେ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ଖଇରଭାଡିରେ ମା ଖମ୍ବେଶ୍ବରୀ ଉଚ୍ଚ ବିଦ୍ୟାଳୟ, ଅନକାବେଡାଠାରେ ମା ପେଣ୍ଡ୍ରାଣୀ ଉଚ୍ଚ ବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠା କରି ପାନବେଡା ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଥିଲେ । ସିନାପାଲି ଠାରେ ଭଣ୍ଡାର ନଦୀ ଉପରେ ସେତୁ , କୁକୁରଜୋର ସେତୁ ଏବଂ ମାଲଗା-ଉମରକୋଟରାସ୍ତା ନିର୍ମାଣ ରେ ତାଙ୍କ ଅବଦାନ ଅତୁଳନୀୟ ଥିଲା । ଏହି କାର୍ଯ୍ୟକ୍ରମ ରେ ବିଜେଡ଼ି ସଂଯୋଜକ ପ୍ରମୋଦ କୁମାର ପାଢୀ,ବ୍ଲକ ବିଜେଡି ସଭାପତି ଗୌରହରୀ ନାୟକ, ବାସୁଦେବ ଗୌଡ଼, ବଳରାମ ପଟ୍ଟନାୟକ,ଯୁବରାଜ ଜଗତ,ତ୍ରିନାଥ ଦାଶ, କିଶୋର ଖମାରୀ,ଦୁତିବାହାନ ଖମାରୀ, ବିଶିକେଶନ ପାଢ଼ୀ, ନଳିନୀ ଦାସ,ତ୍ରିଜନ ନାୟକ,ଜଳନ୍ଧର ମାଝୀ, ଜୟଦେବ ଖମାରୀ,ଲୋଚନ ନାୟକ, ପ୍ରଦୀପ ଦାଶ, ଶ୍ୟାମସୁନ୍ଦର ସୁନାନୀ, ଭୋଜରାଜ ସୋରୀ,ପ୍ରମୁଖ ଉପସ୍ଥିତ ଥିଲେ ।